ନାନାବାୟା ଗୀତ/ବରଷା ରାତିରେ
Jump to navigation
Jump to search
ନାନାବାୟା ଗୀତ ଲେଖକ/କବି: ବରଷା ରାତିରେ |
ନିଦ ମାଉସୀ→ |
ବରଷା ରାତିରେ
ବରଷା ରାତିରେ ଯେ ଯାହାର ଘରେ
ଶୁଅନ୍ତି ସମସ୍ତେ ଯାଇ,
କେଉଁଠାରେ କିଏ ଗୀତ ଗାଉଥାଏ
ପିଲା ଶୁଆଇବା ପାଇଁ ।
ପହିଲୁ ଆଷାଢ଼ ବରଷଇ ମେଘ
ଆଣ୍ଠୁଆଣି ହୁଏ ପାଣି,
ପାଣିରେ ଡିଅଁନ୍ତି ଫକର ଫକର
ବେଙ୍ଗ ଆଉ ବେଙ୍ଗରାଣୀ ।
ଆକାଶରେ ଚାଲେ କଳାବଉଦ ଗୋ
ସୁଲୁ ସୁଲୁ ବହେ ବାଆ,
ବସା ଗଛ ଆଡ଼େ ଉଡ଼ିଯାଏ କାଉ
ରାବ ଦେଇ କାଆ କାଆ ।
ଶ୍ରାବଣ ମାସରେ ଘୋର ବରଷା ହୋ
ଶୁଭେ ଘନ ଗରଜନ,
ପର୍ବତ ନାସିର ମହାବଳ ବାଘ
କ୍ଷେପି ବୁଲେ ଗ୍ରାମ ବନ ।
ଗିରି ଗହନରେ ଝରଇ ଝରଣା
ମୟୂର ରାବ ଦିଅଇ
ପର୍ବତ କୋଳକୁ ତେଜି ଯାଏ ନୀ
ଦୂର ସିନ୍ଧୁ ପାଶେ ବହି ।
ପଶୁ ପକ୍ଷୀ ନର ଗଛ ଘର ଦ୍ୱାର
ଭାସିଯାଏ ଜଳ ସଙ୍ଗେ,
ଜଳମୟ ଦିଶେ ଚଉଦିଗ ଯାକ
ପିଲା ଗୀତ ଗାନ୍ତି ରଙ୍ଗେ
ମେଘ ବରଷିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା ।