ପତିତପାବନ ବାନା

ଉଇକିପାଠାଗାର ରୁ
Jump to navigation Jump to search

ପତିତ ପାବନ ବାନା

ପତିତପାବନ ବାନା

ପତିତପାବନ ବାନା ଆଉ କେତେବେଳକୁ ଭାସିଗଲି ଭବଜଳେ ନାବ ଦିଅ କୂଳକୁ ॥ଘୋଷା॥

ରୋପିବାର ବୃକ୍ଷଗୋଟି କାଟୁଅଛି ମୂଳକୁ ତିନିପୁରେ ଅପକୀର୍ତ୍ତି ହେବ ଆଦି ମୂଳକୁ ॥୧॥

ଦୂରେ ଥାଇ ଡାକିଦେଲେ ଡେରିଥାଅ କର୍ଣ୍ଣକୁ ନିକଟରେ ନ ଶୁଣିଲେ ମୋ କର୍ମ ଅବଳକୁ ॥୨॥

ଲକ୍ଷେ ଯୋଜନରେ ଗଜ ଡାକଦେଲା ତୁମ୍ଭଙ୍କୁ ନକ୍ର ନାଶିବାକୁ ଚକ୍ର ଦେଇ ପେଶି ଜଳକୁ ॥୩॥

ନକ୍ଷତ୍ର ଦିହୁଡ଼ି ଜଳେ ସନ୍ଧ୍ୟା ଦୀପ ବେଳକୁ ଲମ୍ବିଛି ଦୟାଣମାଳ ପାଦପଦ୍ମ ତଳକୁ ॥୪॥

ଯୋଗୀଜନମାନେ ହୃଦେ ଧ୍ୟାଉ ଛନ୍ତି ଯାହାକୁ ଭଣିଲେ ବିରକେଶରୀ ଆଶା ପାଦ ତଳକୁ ॥୫॥