ପତିତ ପାବନ ବାନା (ବୀରକେଶରୀ ଦେବ)
(ପତିତ ପାବନ ବାନା (ବୀରକିଶୋର ଦେବ)ରୁ ଲେଉଟି ଆସିଛି)
Jump to navigation
Jump to search
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ପତିତପାବନ ବାନା (ଆର୍ତ୍ତ ଦାସ) ଆଉ ପତିତପାବନ ବାନା ଦେଖନ୍ତୁ ।
ପତିତପାବନ ବାନା
ପତିତପାବନ ବାନା ଆଉ କେତେବେଳକୁ
ଭାସିଗଲି ଭବଜଳେ ନାବ ଦିଅ କୂଳକୁ ॥ଘୋଷା॥
ରୋପିବାର ବୃକ୍ଷଗୋଟି କାଟୁଅଛି ମୂଳକୁ
ତିନିପୁରେ ଅପକୀର୍ତ୍ତି ହେବ ଆଦି ମୂଳକୁ ॥୧॥
ଦୂରେ ଥାଇ ଡାକିଦେଲେ ଡେରିଥାଅ କର୍ଣ୍ଣକୁ
ନିକଟରେ ନ ଶୁଣିଲେ ମୋ କର୍ମ ଅବଳକୁ ॥୨॥
ଲକ୍ଷେ ଯୋଜନରେ ଗଜ ଡାକଦେଲା ତୁମ୍ଭଙ୍କୁ
ନକ୍ର ନାଶିବାକୁ ଚକ୍ର ଦେଇ ପେଶି ଜଳକୁ ॥୩॥
ନକ୍ଷତ୍ର ଦିହୁଡ଼ି ଜଳେ ସନ୍ଧ୍ୟା ଦୀପ ବେଳକୁ
ଲମ୍ବିଛି ଦୟାଣମାଳ ପାଦପଦ୍ମ ତଳକୁ ॥୪॥
ଯୋଗୀଜନମାନେ ହୃଦେ ଧ୍ୟାଉ ଛନ୍ତି ଯାହାକୁ
ଭଣିଲେ ବିରକେଶରୀ ଆଶା ପାଦ ତଳକୁ ॥୫॥