ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ଯେଉଁମାନଙ୍କୁ ସାଧାରଣ ମଣିଷ କହିବାକୁ ସାହାସ ନ କରି ସଶ୍ରଦ୍ଧ ଭୟରେ ଦେଖନ୍ତି —ସେହି ସକଳ ଶ୍ରେଷ୍ଠ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ତ୍ରୀୟ ଅଙ୍କରେ ସ୍ଥାନ ଦେବ । ସେହି ଧର୍ମର ନୀତିରେ କାହାପ୍ରତି ବିଦ୍ବେଷ ବା ଉପୀଡ଼ନର ସ୍ଥାନ ରହିବ ନାହିଁ; ଏହାଦ୍ଵାରା ପ୍ରତ୍ୟେକ ନରନାରୀଙ୍କର ଦେବସ୍ବଭାବ ସ୍ବୀକୃତ ହେବ ଏବଂ ଏହାର ସମଗ୍ର ଶକ୍ତି ମଣିଷ ଜାତିକୁ ଦେବସ୍ବଭାବ ଉପଲବ୍‌ କରିବାକୁ ସହୟତା କରିବା ପାଇଁ ସତତ ନିଯୁକ୍ତ ରହିବ । ଏପରି ଏକ ଧର୍ମ ଉପସ୍ଥାପିତ କର, ଯେପରି ସକଳ ଜାତି ତୁମର ଅନୁବର୍ତ୍ତୀ ହେବେ । ଅଶୋକଙ୍କର ଧର୍ମସଭା କେବଳ ବୌଦ୍ଧଧର୍ମ ପାଇଁ ହୋଇଥିଲା । ଆକବରଙ୍କର ଧର୍ମସଭା ଏହି ଉଦ୍ଦେଶ୍ୟରେ ନିକଟବର୍ତ୍ତୀ ହେଲେ ମଧ୍ୟ ଏହା ବୈଠକଖାନାର ଆଲୋଚନା ମାତ୍ର ହୋଇ ରହିଲା । ପ୍ରତ୍ୟେକ ଧର୍ମରେ ହିଁ ଈଶ୍ଵର ଅଛନ୍ତି—ସମଗ୍ର ଜଗତରେ ଏ କଥା ଘୋଷଣା କରିବାର ଦାୟିତ୍ଵ କେବଳ ଆମେରିକା ପାଇଁ ସଂରକ୍ଷିତ ଥିଲା । ୩୮ ଯେ ହିନ୍ଦୁମାନଙ୍କର ବ୍ରହ୍ମ, ପାରସିକମାନଙ୍କର ଆହୁର-ମଜାଦା, ବୌଦ୍ଧମାନଙ୍କର ବୁଦ୍ଧ, ଇହୁଦୀମାନଙ୍କର ଜିହୋବା, ଖ୍ରୀଷ୍ଟିୟାନମାନଙ୍କର ‘ସ୍ବର୍ଗସ୍ଥ ପିତା’, ସେ ଏହି ମହତ୍ ଭାବ କାର୍ଯ୍ୟରେ ପରିଣତ କରିବାର ଶକ୍ତି ତୁମମାନଙ୍କୁ ପ୍ରଦାନ କରନ୍ତୁ । ପୂର୍ବ ଗଗନରେ ନକ୍ଷତ୍ର ଉଦିତ ହେଲା- -କେତେବେଳେ ଉତ୍କଳ, କେତେବେଳେ ଅସ୍ପଷ୍ଟ ହୋଇ ଧୀରେ ଧୀରେ ଏହା ପଶ୍ଚିମ ଦିଗକୁ ଯିବାକୁ ଲାଗିଲା । କ୍ରମେ ସମଗ୍ର ଜଗତ୍ ପ୍ରଦକ୍ଷିଣ କରି ପୂର୍ବାପେକ୍ଷା ସହସ୍ର ଗୁଣ ଉଜ୍ଜ୍ଵଳ ହୋଇ ପୁନରାୟ ପୂର୍ବ ଗଗନରେ ସ୍ୟାନ୍‌ରୁ* ସୀମାନ୍ତରୁ ଏହା ଉଦିତ ହେଉଛି । ସ୍ଵାଧୀନତାର ମାତୃଭୂମି କଲମ୍ବିଆ !** ତୁମେ କେବେହେଲେ ପ୍ରତିବେଶୀର ଶୋଣିତରେ ନିଜ ହସ୍ତ ରଞ୍ଜିତ କରି ନାହଁ, ପ୍ରତିବେଶୀର ସର୍ବସ୍ଵ ଅପହରଣ କରି ଧନଶାଳୀ ହେବାର ସହଜ ପନ୍ଥା ଆବିଷ୍କାର କରି ନାହିଁ; ସଭ୍ୟତାର ପୁରୋଭାଗରେ ସମନ୍ଵୟର ପତାକା ବହନ କରି ବୀରଦର୍ପରେ ଅଗ୍ରସର ହେବାର ଦାୟିତ୍ବ ତେଣୁ ତୁମ ଉପରେ ହିଁ ନ୍ୟସ୍ତ ହୋଇଛି । ବ୍ରହ୍ମପୁତ୍ରର ଅନ୍ୟ ନାମ, ତିଦ୍ଧତି ଭାଷାରେ ।

    • କଲମ୍ବସ୍ କର୍ତ୍ତୃକ ଆବିଷ୍କୃତ ବୋଲି ଆମେରିକାର ଆଉ ଗୋଟିଏ ନାମ କଲମ୍ବିୟା ।