ପୃଷ୍ଠା:Aama Gangadhara.pdf/୩୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ବ୍ରଜମୋହନଙ୍କ ଭାଷାରେ ଭଳିଥାନ୍ତେ ! ସମାଜର କେଉଁ ସଭ୍ୟଜନ ଓଡ଼ିଆ ଭାଷାକୁ ସେ କାଳରେ ଏତେ ଆଦର ଗୌରବ କରି ଦାଣ୍ଡ ପିଣ୍ଡାରେ ବସାଉଥିଲେ ଯେ ଗଙ୍ଗାଧର ମୁହୂର୍ତ୍ତକର ଖୋସାମତିରେ ଭଳିଯାଇଥାନ୍ତେ ! ରହିଥାନ୍ତେ ଯାଇ ଲରମ୍ଭାର ବ୍ରଜମୋହନଙ୍କ ହାତଟେକାଘରେ ତୀର୍ଥହୋଇ । ମାଗଣାରେ ମିଳୁଥିବା ଜାଗା ଓ ଘରଭୋଗ ସେ ଚାହିଁଲେ ନାହିଁ ।

ଗଙ୍ଗାଧର ସ୍ୱଭାବତଃ ଶାନ୍ତ ଶିଷ୍ଟ, ଭାଗ୍ୟ ଓ ଈଶ୍ୱର ବିଶ୍ୱାସୀ ଏବଂ କର୍ମ-ଉଦ୍‍ଯୋଗୀ ବ୍ୟକ୍ତି ଥିଲେ । ନିଜ ଉପାର୍ଜନରେ ସେ ବରପାଲି ଜମିଦାରଙ୍କ ଠାରୁ ଖଣ୍ଡିଏ ରୟତି ଜମି କ୍ରୟ କରିଥିଲେ । ଏହା ୧୮୯୮ ମସିହାର ଘଟଣା । ଏହି ଭୂସମ୍ପତ୍ତିର ପରିମାଣ ପ୍ରାୟ ଆଠ ଏକର । ୧୯୦୫ରୁ ଦୁଇବର୍ଷ ପାଇଁ ଛୁଟିନେଇ ସେ ବରପାଲି ଆସିଥିଲେ । ବରପାଲି ଜମିଦାରଙ୍କ ଘରେ ଘରକାମ ଓ ଜମିଦାରି ବିଷୟ ବୁଝାବୁଝି କଲେ । କିନ୍ତୁ ଏହି ସମୟର ଦରମା ବାବଦରେ ପାଞ୍ଚଶହ ଟଙ୍କା ସେ ପାଇଥିଲେ ୧୯୧୧ରେ । ସେଥିରୁ ୩୮୦ ଟଙ୍କାରେ ସେ ସମ୍ୱଲପୁରରେ ୬୮ ଫୁଟ ଲମ୍ୱ ଓ ୫୦ ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ଜୀର୍ଣ୍ଣଗୃହ କ୍ରୟ କରିଥିଲେ । ଶହେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ସେହି ଘରଟିର ମରାମତି କରାଇଥିଲେ । କିଛିଦିନ ସେ ଘରେ ସପରିବାର ରହିଥିଲେ । କିନ୍ତୁ ପଡୋଶୀଙ୍କ କାର୍ଯ୍ୟ ଓ ବ୍ୟବହାରରେ ଅତିଷ୍ଠ ହୋଇ ସେ ତାହାକୁ ବିକ୍ରି କରିଦେଇଥିଲେ । ତାଙ୍କର ଧନ ଥିଲେ ପରଭବନରେ ଚାକିରୀ କରିବା ଦରକାର ପଡ଼ିଥାନ୍ତା । ନିଜ କଥାକୁ ଗଙ୍ଗାଧର ସତେଯେପରି ଦ୍ରୌପଦୀ (ସୈରିନ୍ଧ୍ରୀ)ଙ୍କୁ ଶୁଣାଇଛନ୍ତି ଚପଳା ମୁଖରେ-

ଧନ ଦେଖି ଜନ ମନ ଭୁଲି ଯାଏ
ଜଗତେ ଅଛି ଏ ଖ୍ୟାତି,
ଧନ ପାଇଁ ଲୋକେ ଜୀବନ ଦିଅନ୍ତି
ଘୋର ଆହବରେ ମାତି ।
ଧନ କରେ ଦାନୀ ଧନ କରେ ମାନୀ
ଜ୍ଞାନୀ କରିପାରେ ଧନ,
ଧନେ ବଢେ଼ ଠାଣି ଧନେ ବଢେ଼ ଆଣି
ଧନର ସେବକ ଜନ ।
ଧନ ସଙ୍ଗେ ପ୍ରଭୁପଣ ରହିଥାଏ
ଧନହୀନ ସିନା ଦାସ,
ଧନ ଥିଲେ କିମ୍ପା ହୁଅନ୍ତା ତୁମ୍ଭର
ପରଭବନରେ ବାସ । (କୀଚକବଧ)

ଓଡ଼ିଆ ରୀତିକାବ୍ୟକାର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟକୃତି ଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ସମ୍ଭବତଃ ବୃତ୍ତିଗତ ସରକାରୀ ଚାକିରି ସେ କରିଥିଲେ ସେତିକିବେଳେ, ଯେତେବେଳେ କୁଳ ବେଉସାରେ ପେଟପୂରିବା ସହଜ ହୋଇନଥିଲା । ଉପେନ୍ଦ୍ର ସେହିମାନଙ୍କୁ