ପୃଷ୍ଠା:Aama Madhusudan.pdf/୧୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହିଦିନ ଅପରାହଣରେ ସମ୍ବଲପୁରର ନବନିର୍ମିତ ସଭାଗୃହ ଭିକ୍ଟୋରିଆ ହଲରେ ଗଭଣ୍ଠିରଙ୍କୁ ମ୍ୟୁନିସିପାଲିଟି ପକ୍ଷରୁ ଅଭ୍ୟର୍ଥନା ଦିଆଯାଇଥିଲା । ସଭାଗୃହର ବାରଣ୍ଡା ଫୁଲକୁଣ୍ଡ ଆଉ ସଭା ଗୃହ ରଂଗୀନ କାଗଜ ଓ ପତାକା ରେ ସୁସଜ୍ଜିତ ଥିଲା । ଗଭର ସସ୍ତ୍ରୀକ ପହଞ୍ଚିବା ପରେ ୧୧ଟି ବୋମା ଫୁଟାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମ୍ୟୁନ୍ସିପାଲିଟି ଚେୟାରମ୍ୟାନ୍ ଶ୍ରୀ ଯୋଗେନ୍ଦ୍ର ନାଥ ମିତ୍ର ଅଭିନନ୍ଦନ ପତ୍ର ପାଠ କରିଥୁଲେ । ମୁଖ୍ୟ ଅତିଥୁ ଫେଜର ଗଡ଼ଜାତର ମହାରାଜାମାନଙ୍କୁ ଓଡ଼ିଶା ଡ଼ିଭିଜନରେ ସାମିଲ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ । ହାଇସ୍କୁଲର ପ୍ରଧାନ ଶିକ୍ଷକ ସ୍ୱପ୍ନେଶ୍ୱର ଦାସ ଏହି ସ୍ମରଣୀୟ ଦିବସ ଉପଲକ୍ଷେ ‘ଅପୂର୍ବ ଯୋଗ' ନାମକ ପୁସ୍ତକ ବାଣ୍ଟି ଥିଲେ । ରାତିରେ ଗଭର୍ଣ୍ଣର ମହୋଦୟ ସ୍ୱତନ୍ତ୍ର ଭୋଜିର ଆୟୋଜନ କରିଲେ । ୧୭ ତାରିଖ ଦିନ ଗଭର ଗଡ଼ଜାତ ରାଜାମାନଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା କରି ୧୮ ତାରିଖ ଦିନ ବାମଣ୍ଡା ଭ୍ରମଣରେ ଯାଇଥିଲେ ।
ଏ ସମସ୍ତ ସରକାରୀ ତଥା ଅସରକାରୀ ଉତ୍ସବର ସମାରୋହ ପରେ ୧୯ ତାରିଖରେ ଆୟୋଜିତ ହୋଇଥିଲା, ସମ୍ବଲପୁର ଅବାସୀଙ୍କ ପକ୍ଷରୁ ଏକ ବଣ୍ଡିଳ ସମାରୋହ । ସମ୍ବଲପୁର ଭାଷା ଆନ୍ଦୋଳନର ବିଜୟ ଲାଭ ପରେ, ଏହାର ଅନ୍ତିମ ପରିଣତି ସ୍ୱରୂପ ପଶ୍ଚିମାଞ୍ଚଳର ମିଶ୍ରଣ ସମ୍ଭବପର ହୋଇପାରିଥିଲା । ଭାଷା ଆନ୍ଦୋଳନରେ ସମ୍ବଲପୁରବାସୀଙ୍କୁ ବିଜୟ ଟୀକା ପିନ୍ଧାଇଥୁବା ଫେଜର ସାହେବଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଜଣାଇ ଫ୍ରିଜର କ୍ଲବ୍ ସଂସ୍ଥାପିତ ହୋଇ ତା’ର ନବନିର୍ମିତ ଗୃହକୁ ଅପରାହ୍ନ ୫ଟାରେ ସମ୍ବଲପୁରବାସୀଙ୍କ ଗହଣରେ ପାର୍ବଣର ଅପୂର୍ବ ଉଚ୍ଛାସ ମଧ୍ୟରେ ଉଦ୍‌ଘାଟନ କରିଥିଲେ ଗଭର୍ଣ୍ଣର ଏଣ୍ଡୁ ଫେଜର । ଏହା ପରେ ସେ ମହାନଦୀର ଟିଟନବିସ ଘାଟକୁ ସସ୍ତ୍ରୀକ ଯାଇଥଲେ । ପରବର୍ତ୍ତୀ ବି ବରଣୀଟି ସମ୍ବଲପୁର ହିତୈଷିଣୀରୁ (୨୮.୧୦.୧୯୦୫) ଗୃହୀତ ।
‘ଟିଟନବିସ’ ଘାଟରେ ତିନିଗୋଟି ଚୌକାର ଚାପ ବନ୍ଧାହୋଇ ରଖାଯାଇଥିଲା । ଚତୁର୍ଦ୍ଦିଗ ପତାକା, ତୋରଣ, କଦଳୀ ବୃକ୍ଷ ଓ ଫାନୁସ ଦ୍ୱାରା ସୁଶୋଭିତ ଥିଲା । ଉପରେ ଚନ୍ଦ୍ରାତପ ଆଉ ଗାଲିଚା ବିଛେଇ ଚୌକି, ଟେବୁଲ୍ ପକେଇ ଆସନର ସୁବନ୍ଦୋବସ୍ତ କରାଯାଇଥିଲା । ପ୍ରତ୍ୟେକ ଚାପ ଏହିପରି ସୁସଜ୍ଜିତ ଥିଲା । ପ୍ରକୃତରେ ଗଭର୍ଣ୍ଣର ସେଦିନ ମହାନଦୀରେ ଭ୍ରମଣକରି ଯେଉଁ ଅପାର ଆନନ୍ଦ ଲାଭ କରିଥିଲେ ତାହା ବର୍ଣ୍ଣନାତୀତ ।
ସସ୍ତ୍ରୀକ ଛୋଟଲାଟ, ଅନ୍ୟାନ୍ୟ ୟୁରୋପୀୟ କର୍ମଚାରୀ ଓ ମହିଳା ଭଦ୍ରବ୍ୟକ୍ତିବୃନ୍ଦ ଗୋଟିଏ ଚାପରେ ଉଠିଲେ । ନିମନ୍ତ୍ରିତ ରାଜା ଆଉ ରାଜଭାତା ମହୋଦୟମାନେ ଅନ୍ୟ ଏକ ଚାପରେ ଉଠିଲେ । ଅପରାହ୍ନ ୫ଟା ସମୟରେ ଛୋଟଲାଟ ବାହାଦୂର ନୌକାରେ ବସି ତା’ ତଳେ ଚାପସବୁ କ୍ରମାନ୍ସୟରେ ଉପରକୁ ଉଠିବାକୁ ଲାଗିଲେ । ଏହାପରେ ଏକ ମାଇଲ କି ଦୁଇ ମାଇଲ ଯାଇ ପୁଣି ଟିଟନବିସ ଘାଟକୁ ଫେରି ଆସିଲେ । ଛୋଟଲାଟ ଫେରିବା ପୂର୍ବରୁ ଘଟଟିକୁ ଆଲୋକରେ ସଜାଇ ଦିଆଯାଇଥିଲା ।

୧୪୨ ଆମ ମଧୁସୂଦନ