ପୃଷ୍ଠା:Aama Madhusudan.pdf/୧୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶତାବ୍ଦୀର ଶେଷପାଦରେ ଓଡ଼ିଶାର ମୁଖ୍ୟ ରେଳରାସ୍ତା ନିର୍ମିତ ହୋଇପାରିଥିଲା । ଅନ୍ୟଥା ଏହାର ପ୍ରତିଷ୍ଠା ପାଇଁ ଆହୁରି ଅନେକ କାଳ ଆମକୁ ଅପେକ୍ଷା କରିବାକୁ ପଡିଥା'ନ୍ତା ।
ଭାରତରେ ରେଳପଥର ସାମଗ୍ରିକ ନିର୍ମାଣ ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳ ଉପରେ କୌଣସି ପ୍ରାଧାନ୍ୟ ଆରୋପିତ ହୋଇ ନଥିଲା । ଗୁରୁତ୍ୱ ଦୃଷ୍ଟିରୁ ପ୍ରଥମେ କଲିକତାଠାରୁ ସମଗ୍ର ଉତ୍ତର ଭାରତରେ ସିମ୍‍ଲା, କଲିକତା, ମେଦିନୀପୁର, ନାଗପୁର ଦେଇ ରେଳପଥ ଯାଇଥିଲା । ମାନ୍ଦ୍ରାଜ, ବମ୍ବେ, ପୁନା, ହାଇଦ୍ରାବାଦ ଆଦି ବାଣିଜ୍ୟିକ ତଥା ପ୍ରାଶାସନିକ କେନ୍ଦଗୁଡିକୁ ସଂଯୁକ୍ତ କରିବାଲାଗି ରେଳପଥ ନିର୍ମାଣର ପରିକଳ୍ପନା କରାଯାଉଥିବାବେଳେ ଓଡ଼ିଶା ଉପକୂଳପାଇଁ ଯୋଜନା କାହାରି ଚିନ୍ତାକୁ ସ୍ପର୍ଶ କରି ନଥିଲା । ତୀର୍ଥସ୍ଥାନଗୁଡ଼ିକୁ ରେଳରାସ୍ତାଦ୍ୱାରା ସଂଯୁକ୍ତ ଯୋଜନା ଲାଭଦାୟକ ବିବେଚିତ ହେଉଥିବା ପରିପ୍ରେକ୍ଷୀରେ ମଧୁସୂଦନ ୧୮୮୭-୮୮ ସାଲରେ ଉତ୍କଳସଭା (ଓଡ଼ିଶା ଆସୋସିଏସନ୍‍)ର ଅଧିବେଶନ ବାରମ୍ବାର ଆହ୍ୱାନ କରି କ୍ରମାଗତ ଭାବେ ବନାରସ-ପୁରୀ ରେଳପଥ ନିର୍ମାଣପାଇଁ ରେଳକର୍ତ୍ତୃପକ୍ଷ ତଥା ଭାରତ ସରକାରଙ୍କ ପାଖରେ ଦାବୀପତ୍ର ଉପସ୍ଥାପନ କରିଥିଲେ । ସେ ସୂଚାଇ ଥିଲେ ଯେ, ଜାହାଜଦ୍ୱାରା ଉପକୂଳ ବାଟେ ରେଳ ସଂରଜାମ ପରିବହନର ସୁବିଧା ଥିବା ଦୃଷ୍ଟିରୁ, ପୁରୀ-କଟକ ରେଳରାସ୍ତାର ନିର୍ମାଣ ପ୍ରଥମେ ହାତକୁ ନିଆଯାଉ । ଏହାର ତାତ୍ପର୍ଯ୍ୟ ହେଲା, ୧୮୮୦ ବେଳକୁ କଟକରୁ ପଟାମୁଣ୍ଡାଇ କେନାଲ ଓ ଚାନ୍ଦବାଲି ଦେଇ ଷ୍ଟିମର ଓ ଜାହାଜ ଦ୍ୱାରା କଲିକତାକୁ ଯିବାଲାଗି ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଥିଲା । କଟକ- ପୁରୀ ରେଳପଥ ନିର୍ମାଣ ପରେ ପୁରୀକୁ ଯାତ୍ରୀମାନେ ଅନାୟାସରେ ଯିବା ଆସିବା ସଂଭବ ହୋଇ ପାରିବବୋଲି ସେ ଦର୍ଶାଇଥିଲେ ।
ସେତେବେଳର ଗାଂଗପୁର (ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ରାଜଗାଂଗପୁର) ରାଜ୍ୟ ଓ ବାମଣ୍ଡା ରାଜ୍ୟ ମଧ୍ୟ ଦେଇ ନିର୍ମିତ ହୋଇଥିବା ମେଦିନୀପୁର-ନାଗପୁର ରେଳପଥଦ୍ୱାରା ଓଡ଼ିଶା ଭୂଇଁକୁ ପ୍ରଥମେ ରେଳରାସ୍ତା ସ୍ପର୍ଶ କରିଥିଲା ୧୯୮୦ ରେ । ରାଜା ସୁଢ଼ଳ ଦେବ, ବାମଣ୍ଡାର ରାଜଧାନୀ ଦେବଗଡ଼ଠାରୁ ରେଳରାସ୍ତାକୁ ସଂଯୁକ୍ତ କରିବାପାଇଁ ସଡ଼କ ପଥ ନିର୍ମାଣ କରିଥିଲେ । ଏହାପରେ ଝାରସୁଗୁଡ଼ା- ସଂବଲପୁର ରେଳରାସ୍ତା ନିର୍ମାଣ ହୋଇ ରେଳ ଚଳାଚଳ ଆରଂଭ ହୋଇଥିଲା ୧୮୯୩ ସାଲ ଜାନୁଆରି୨୮ ତାରିଖରେ । ନାଗପୁର ସହିତ ସଂବଲପୁର ରେଳରାସ୍ତା ଦ୍ୱାରା ସଂଯୁକ୍ତ ହୋଇଥିବାଯୋଗୁଁ ସଂବଲପୁରରେ ହିନ୍ଦୀ ଶିକ୍ଷା ଓ ଭାଷାର ପ୍ରସାର ପାଇଁ ମଧ୍ୟପ୍ରଦେଶ ସରକାର ସେତେବେଳେ ଯୁକ୍ତିବାଢିଥିଲେ ।ସେ ଯାହାହେଉ ସଂବଲପୁରଠାରୁ କଟକକୁ ରେଳରାସ୍ତା ନିର୍ମାଣର ପରିକଳ୍ପନା କରାଯାଇଥିଲେ ମଧ୍ୟ, ମଧ୍ୟବର୍ତ୍ତୀ ଅଂଚଳରେ ଥିବା ଗଡ଼ଜାତ ରାଜାଂକର ପ୍ରତିରୋଧ ଫଳରେ ବୋଧହୁଏ ଏହା ସଂଭବ ହୋଇ ନଥିଲା । ଏଥିଲାଗି ଏକ ଶହ ବର୍ଷରୁ ଅଧିକ କାଳ ଅପେକ୍ଷା କରିବାକୁ ପଡ଼ିଛି । ଊନବିଂଶ ଶତାବ୍ଦୀରେ ପୂର୍ବାଞ୍ଚଳରେ ରେଳପଥ ନିର୍ମାଣର ଇତିହାସ ସଂପର୍କରେ ଅରୂପ ସୋମଙ୍କ ବିବରଣୀରେ ମଧୁସୂଦନଙ୍କ ଭୂମିକା ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ମକଦ୍ଦମାରେ ୧୮୮୭ ସାଲରେ ମଧୁସୂଦନଙ୍କ ଅଭୂତପୂର୍ବ ସାଫଲ୍ୟ ପରେ, କଲିକତା ହାଇକୋର୍ଟରେ ଉପସ୍ଥାପିତ ଓଡ଼ିଶାର ମୁଖ୍ୟ କେଶ୍‍ଗୁଡ଼ିକ ମଧୁସୂଦନଙ୍କ