ପୃଷ୍ଠା:Aama Madhusudan.pdf/୧୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବମ୍ବେର କ୍ରନିକାଲରେ ପ୍ରକାଶିତ ବିଭିନ୍ନ ଭାଷଣ ଓ ବକ୍ତବ୍ୟ ମାଧ୍ୟମରେ, ମହାତ୍ମାଗାନ୍ଧୀ ମଧୁସୂଦନଙ୍କ ପ୍ରତି ଯେଉଁ ଉଲ୍ଲସିତ ଆଉ ଆବେଗ ବିଜଡ଼ିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଚାଲିଲେ, ତାହା ପ୍ରତି ଓଡ଼ିଶାର ପାଠକଶ୍ରେଣୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ନାହିଁ । ଏହା ଏ ପର୍ଯ୍ୟନ୍ତ ରହିଯାଇଛି ଅଜ୍ଞାତ ।
ମଧୁସୂଦନ ପ୍ରଚଳିତ ଶିକ୍ଷାର ଦୃଢ଼ ବିରୋଧୀ ଥିଲେ ଏବଂ କୃଷିଭିତ୍ତିକ ମୌଳିକ ଶିକ୍ଷାର ସମର୍ଥକ ଥିଲେ । ୧୮୯୭ ସାଲରୁ ସେ ପ୍ରାଥମିକ ସ୍କୁଲ୍‌ମାନଙ୍କରେ କୃଷି ଓ ଗ୍ରାମ୍ୟଶିଳ୍ପକୁ ଏକ ବାଧ୍ୟତାମୂଳକ ବିଷୟ ମଧ୍ୟରେ ଅନ୍ତର୍ଭୁକ୍ତ କରିବାପାଇଁ ବଂଗଳା ବ୍ୟବସ୍ଥାପକ ସଭାରେ ବାବାର ଦାବି ଉପସ୍ଥାପନ କରିଥିଲେ। ଏ ସଂପର୍କରେ ୨ ଏପ୍ରିଲ୍ ୧୯୧୦ ରେ ବଂଗଳା ବ୍ୟବସ୍ଥାପକ ସଭା କକ୍ଷରେ ବିପୁଳ ହର୍ଷଧ୍ବନି ମଧ୍ୟରେ ଏକ ଉଳିତ କଣ୍ଠରେ କହିଥିଲେ-
"ହେ ମହାଭାଗ ! ହେ ବିଶାରଦ ମଣ୍ଡଳି ! କିମ୍ବଦନ୍ତୀ କହେ ଯେ, ଯେତେବେଳେ କଳାପାହାଡ଼ ଧ୍ବଂସଲୀଳା ସଂଗଠିତ କରିବାପାଇଁ ତାର ଅଭିଯାନ ଅବ୍ୟାହତ ରଖିଥିଲା, ତାହର ଭୀତିପ୍ରଦ ଆକ୍ରମଣାତ୍ମକ ଅଗ୍ରଗତିର ସୂଚନାପ୍ରାପ୍ତି ହେବା ମାତ୍ରେ ଓଡ଼ିଶାର ମନ୍ଦିର ଗାତ୍ରରେ ସ୍ଥାପିତ ମୃଉଁମାନଙ୍କରୁ ଆତଙ୍କରେ ଶିହରିତ ହୟ ସବୁ ଖସିପଡ଼ୁଥିଲା । ସେହିପରି ବର୍ତ୍ତମାନର ପ୍ରଚଳିତ ଶିକ୍ଷା ଯେତେବେଳେ ଗ୍ରାମ ମଧ୍ୟରେ ପ୍ରବେଶ କରିବାର ଉପକ୍ରମ କରେ, ସେତେବେଳେ ଗ୍ରାମର କୁଶଳୀ କାରିଗରଙ୍କ ସୂକ୍ଷୁକଳାରେ ପ୍ରଶିକ୍ଷିତ ହସ୍ତସବୁ ଆପେଆପେ ଖସିପଡୁଛି ।” ଏ ଥିଲା ମଧୁସୂଦନର ଦିଗ୍ ଦର୍ଶନ, ଯାହା ଗଭୀର ଭାବେ ଆଛନ୍ନ କରିଥିଲା ମହାତ୍ମାଗାନ୍ଧୀଙ୍କୁ । ଶିକ୍ଷା ବୃତ୍ତିଭିତିକ ହେବା ଆବଶ୍ୟକ, ଯାହା ଛାତ୍ରମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଶିକ୍ଷାଦାନର ଖର୍ଚ୍ଚ ମଧ୍ୟ ସ୍ବୟଂବହନ କରିବାକୁ ସକ୍ଷମ ହୋଇପାରିବ । ନବଜୀବନ ପତ୍ରିକରେ ୨୩ ସେପ୍ଟେମ୍ବର ୧୯୨୮ରେ ଜାତୀୟ ସ୍କୁଲ୍ ସଂପର୍କରେ ମହାତ୍ମାଗାନ୍ଧୀ ଲେଖିଥିଲେ ଯେ, ଯେତେବେଳେ ଜଣେ ଛାତ୍ର କାରିଗରୀ ଶିଳ୍ପ ଶିକ୍ଷାକରେ ତାହାର ସଂଯୋଜନା ମଧ୍ୟରେବିଦ୍ୟାଳୟଟି ତାହାର ପରିଚୟ ପାଇଁ ଆର୍ଥିକ ସଂବଳ ସ୍ବତଃ ସଂଗ୍ରହ କରିଥାଏ । ମଧୁସୂଦନ ଦାସ ଏହିଭଳି ଏକ ପ୍ରକଳ୍ପର ସଂଯୋଜନା କରି କଟକରେ ଗୋଟିଏ ଟାନେରି ସ୍ଥାପନା କରିଥିଲେ । ଏହି ସଂଯୋଜନାର ଭିତ୍ତିଭୂମି ଅତ୍ୟନ୍ତ ଚମତ୍କାର ଥିଲା ।
୧୯୨୫ରେ କଟକଠାରେ ଉତ୍କଳ ଟାନେରି ପରିଦର୍ଶନ ପରେ ମହାତ୍ମାଗାନ୍ଧୀ ଏପରି ଅନୁପ୍ରାଣିତ ହୋଇଥିଲେ ଯେ, ୧୯୨୮ ସାଲରେ ସେ ସାବରମତି ଆଶ୍ରମରେ ଏକ ଟାନେରି ପ୍ରତିଷ୍ଠା କରିବା ପରେ ସବିଶେଷ ମାର୍ଗଦର୍ଶନ ଲାଭ କରିବାପାଇଁ ନିଜର ଗୁରୁ ସ୍ଥାନୀୟ ମଧୁସୂଦନ ଦାସଙ୍କ ପାଖକୁ ଏକ ଚିଠି, ମାର୍ଚ୍ଚ ୧୬ ତାରିଖ ୧୯୨୮ରେ ଲେଖିଥିଲେ । ଏହା ଯେପରି ପତ୍ରମାଧ୍ୟମରେ ଶିକ୍ଷାଲାଭର ଏକ ବିଧିବଦ୍ଧ କାର୍ଯ୍ୟକ୍ରମ ଥିଲା ।
ହଁ, ମହାତ୍ମାଗାନ୍ଧୀଙ୍କ ଜୀବନର ବହୁ ବିଭବ ଓ ବିଭାଗକୁ ପରିବ୍ୟାପ୍ତ କରି ଏକ ଆଲୋକବର୍ତ୍ତିକା ପରି ମାର୍ଗଦର୍ଶନ କରି ଛିଡ଼ା ହୋଇଥିଲେ ପ୍ରଜ୍ଞା ପୁରୁଷ ମଧୁସୂଦନ ଦାସ । ତେଣୁ ଗାନ୍ଧିଜୀଙ୍କର ଚିନ୍ତାଧାରା ଓ କାର୍ଯ୍ୟକ୍ରମରେ ମଧୁସୂଦନଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଜଳି ଅର୍ପଣ କରିଥିଲେ, ବହୁ ନିବନ୍ଧ, ବକ୍ତବ୍ୟ ଓ ରଚନା ମାଧ୍ୟମରେ ।

୧୯୬ ଆମ ମଧୁସୂଦନ