ପୃଷ୍ଠା:Aama Madhusudan.pdf/୨୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏ ଥିଲା ମଧୁସୂଦନଙ୍କର ଦିଗ୍‌ଦର୍ଶନ ଲାଭପାଇଁ ମହାତ୍ମାଗାନ୍ଧୀଙ୍କର ଏକ ବିନମ୍ର ନିବେଦନ । ବହୁ କ୍ଷେତ୍ରରେ ମଧୁସୂଦନ ମହାତ୍ମାଙ୍କୁ ମାର୍ଗପ୍ରଦର୍ଶନ କରିଥିଲେ । ଏଣୁ ମହାତ୍ମାଗାନ୍ଧୀ ୟଙ୍ଗ୍‌ଇଣ୍ଡିଆ, ହରିଜନ, ହିନ୍ଦୁ, ବମ୍ବେ କ୍ରନିକଲ୍ ପତ୍ରିକାରେ ୧୯୨୫ ସାଲରୁ ୧୯୩୮ ସାଲ ମଧ୍ୟରେ ମଧୁସୂଦନଙ୍କ ପ୍ରତି ତାଙ୍କର ଉଚ୍ଛ୍ୱସିତ ଶ୍ରଦ୍ଧାଂଜଳି କ୍ରମାନ୍ୱୟରେ ପ୍ରକାଶିତ କରିଥିଲେ ।
ମହାତ୍ମାଗାନ୍ଧୀଙ୍କଠାରୁ ତୃତୀୟ ଚିଠିଟି ମଧୁସୂଦନ ଦାସଙ୍କ ତିରୋଧାନର ଅବ୍ୟବହିତ ପରେ ଶ୍ରଦ୍ଧାଂଜଳି ରୂପେ ମଧୁସ୍ମୃତିରେ ପହଞ୍ଚିଥିଲା । ତାହାର କିଛି ଅଂଶ ଏହିପରି ଥିଲା । "ସ୍ୱର୍ଗତ ମଧୁସୂଦନ ଦାସଙ୍କୁ ଭେଟିବାର ପରମ ସୁଯୋଗ ମତେ ମିଳିପାରିଥିଲା । ସେ ଜଣେ ମହାନ ଦେଶବତ୍ସଳ ଜନନାୟକ ଥିଲେ । ଦେଶର ତରୁଣମାନଙ୍କୁ ଶ୍ରମର ମର୍ଯ୍ୟାଦା ସଂପର୍କରେ ଶିକ୍ଷା ଦେବାକୁ ଯାଇ ନିଜକୁ ନିଃଶେଷ କରିଦେଇଥିଲେ । ଶ୍ରମ ମର୍ଯ୍ୟାଦାର ପ୍ରାମାଣିକ ଶିକ୍ଷା ପ୍ରଦାନପାଇଁ ଅସୀମ ସ୍ୱାର୍ଥତ୍ୟାଗ ମଧ୍ୟରେ କଟକଠାରେ ଏକ ଟ୍ୟାନେରି ପ୍ରତିଷ୍ଠା କରିଥିଲେ ।"

ଆମ ମଧୁସୂଦନ ୨୦୭