ପୃଷ୍ଠା:Aama Madhusudan.pdf/୨୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପରିଧାନ କରୁଥିବା ଦଳିତ ସମାଜ ମଧ୍ୟରେ ଯେଉଁଠାରେ ଖଦୀ ବସ୍ତ୍ରର ବିଶେଷ ଅନୁପ୍ରବେଶ ଘଟିନାହିଁ, ସେଠାରେ ଖଦୀ ବସ୍ତ୍ର ସହିତ ରହିଛି ଅନ୍ୟ ଏକ ଆୟର ପନ୍ଥା । କଷେଇ ଚମଡ଼ା, ତହିଁରୁ ତିଆରି ହେଉଥିବା ଜୋତା ଆଉ ଅନ୍ୟାନ୍ୟ ହସ୍ତଶିଳ୍ପ ସବୁ ହେଲେ ସେମାନଙ୍କ ଉପାର୍ଜନର ମାଧ୍ୟମ । ସେହି ଦଳିତ ସମାଜର ହସ୍ତର ଚାତୁରୀରେ କଷା ଯାଇଥିବା ଏହି ବାଘ ଛାଲଟି ହେଉଛି ଏହି ଅଲଭ୍ୟ କଳାକୃତି ।' ମଧୁସୂଦନ ଉତ୍ତର ଦେଲେ । ନିର୍ବାକ ହୋଇ ଚାହିଁ ରହିଲେ ମହାତ୍ମାଗାନ୍ଧୀ । ମନେମନେ ସେ କଥାଟିର ଗୁରୁତ୍ୱ ଉପଲବ୍ଧି କରୁଥିଲେ ।
ସେଦିନ ବାଟ କଢ଼େଇ ନେଉଥିଲେ କୁଳବୃଦ୍ଧ ମଧୁସୂଦନ । ଆଗକୁ ଆଗକୁ ଚାଲିଲେ ମହାତ୍ମାଗାନ୍ଧୀଙ୍କ ସମେତ ପରିଦର୍ଶକ ଦଳ । ସ୍ୱଦେଶୀ ଶିଳ୍ପ ପରିକ୍ଷଣର ଏକ ଅନନ୍ୟ ପୀଠସ୍ଥଳ ହେଉଛି ଉତ୍କଳ ଟ୍ୟାନେରି । ଉତ୍କଳ ଟ୍ୟାନେରି କୋଠାଘରେ ଚମଡ଼ା ଆସି ପହଞ୍ଚିବାଠାରୁ ଉତ୍ପାଦନର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ କ୍ରମାନ୍ୱୟରେ ସମସ୍ତଙ୍କୁ ଦେଖେଇ ଚାଲିଥିଲେ ମଧୁସୂଦନ । ପ୍ରଥମେ ପହଞ୍ଚିଲେ ଚମଡ଼ା କଷେଇ ବିଭାଗରେ ।
ବିଦ୍ୟୁତ୍ ଆଉ ଗ୍ୟାସ୍‌ରେ ସଂଚାଳିତ ଏହି ବିଭାଗଟି, ସେହି ସମୟର ସର୍ବାଧୁନିକ ଯାନ୍ତ୍ରିକ ବ୍ୟବସ୍ଥା ସମନ୍ୱିତ ଥିଲା । ସମଗ୍ର ବିଶ୍ୱରେ ଜୀବନ୍ତ ଗୋରୁ କିମ୍ବା ଜନ୍ତୁଙ୍କୁ ହତ୍ୟା କରାଯାଇ ତାହାର ଛାଲକୁ କଷାଯିବା ସହିତ ଚମଡ଼ାକୁ ପାଗ କରାଯାଇ ତହିଁରୁ ଯୋତା ଆଦି ବସ୍ତୁ ସବୁ ପ୍ରସ୍ତୁତ କରାଯାଉଥିଲା ବେଳେ ଉତ୍କଳ ଟ୍ୟାନେରିରେ ପ୍ରାକୃତିକ ପରିସ୍ଥିତିରେ ମରୁଥିବା ଜନ୍ତୁମାନଙ୍କଠାରୁ ସଂଗୃହୀତ ଚମଡ଼ାକୁ କଷାଇ ଜୋତା ଆଦି ବସ୍ତୁ ପ୍ରସ୍ତୁତ କରାଯାଉଥିଲା । ଏହି ପ୍ରକ୍ରିୟାର ଅନ୍ୱେଷଣରେ ସାରା ୟୁରୋପ ପରିଭ୍ରମଣ ପରେ ମଧୁସୂଦନ ଏହାକୁ ଜର୍ମାନୀରେ ଠାବ କରିଥିଲେ । ସେହିଭଳି ପ୍ରକ୍ରିୟାକରଣ ଏବଂ ପ୍ରସ୍ତୁତିର ଶୈଳୀକୁ ଓଡ଼ିଶାକୁ ଆଣି ବିଭିନ୍ନ ଗଛର ଛାଲିର ପ୍ରୟୋଗରେ ମଧୁସୂଦନ ଏକ ସର୍ବଶ୍ରେଷ୍ଠ ଚମଡ଼ା କଷେଇ ଉତ୍ପାଦନ ପ୍ରକ୍ରିୟାର ପଦ୍ଧତି ଆରମ୍ଭ କରିଥିଲେ । ମହାତ୍ମାଗାନ୍ଧୀ ତାହାଙ୍କ ରଚନାରେ ମଧୁସୂଦନଙ୍କ ଜୀବନର ଏହି ଅଂଶଟି ନିମ୍ନଲିଖିତ ଭାବେ ସ୍ଥାନିତ କରିଯାଇଛନ୍ତି ।
ମଧୁସୂଦନ ଦାସ କଣ କଲେ ? ସେ ଉତ୍କଳର ସମସ୍ତ ଚମଡ଼ା କଷେଇ କାରିଗରଙ୍କୁ ସମ୍ମିଳିତ କରି ସେମାନଙ୍କର ଚମଡ଼ା କଷେଇ ପ୍ରଣାଳୀ ଅଧ୍ୟୟନ କଲେ । ମାତ୍ର ସେ ସେଥିରେ ପରିତୃପ୍ତ ହେଲେ ନାହିଁ । ସେ ଜର୍ମାନୀ ଗଲେ ଓ ସେଠାରେ ଚମଡ଼ାଶିଳ୍ପକୁ ନିକଟରୁ ନିରୀକ୍ଷଣ କଲେ । ତାପରେ ସେ ଜର୍ମାନୀର ବିଶେଷଜ୍ଞଙ୍କୁ ଆଣି କଟକରେ କାରଖାନାଟିଏ ସ୍ଥାପନା କଲେ ।
(ହରିଜନ ବଂଧୁ ପତ୍ରିକା ୩.୯.୧୯୩୩) 

ଉତ୍କଳଟ୍ୟାନେରିରେ ଉତ୍ପାଦନର ମାନ ବିଶ୍ୱପ୍ରସିଦ୍ଧ ଥିଲା, ଯାହାର ଉତ୍ପାଦିତ ଯୋତାମାନ ପିନ୍ଧି ବ୍ରିଟିଶ୍ ପଦାତିକ ସୈନିକମାନେ ପ୍ରଥମ ବିଶ୍ୱମହାଯୁଦ୍ଧରେ ସଂଗ୍ରାମକୁ ଓହ୍ଲାଇ ଥିଲେ । ମହାତ୍ମାଗାନ୍ଧୀ ଟ୍ୟାନିଂ ବା କଷେଇ ଆଦି ବିଭିନ୍ନ ବିଭାଗର ପରିଦର୍ଶନ ପରେ ଅବଶେଷରେ ପହଞ୍ଚିଲେ ଅନନ୍ୟ କଳାନୈପୁଣ୍ୟର ଅପୂର୍ବ ପାରଦର୍ଶିତା ବହନ କରୁଥିବା ହସ୍ତକଳାଶିଳ୍ପ ବିଭାଗରେ, ଯହିଁରେ ପ୍ରସ୍ତୁତ ହେଉଥିଲା ଯୋତା ବ୍ୟତିରେକେ ମୁଖ୍ୟତଃ ବିଦେଶକୁ ରପ୍ତାନି
ଆମ ମଧୁସୂଦନ ୨୦୯