ପୃଷ୍ଠା:Aama Madhusudan.pdf/୨୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପିଘା ପର୍ବତର ଶିଖର ଦେଶରେ ଠିଆହୋଇ ମୋଜେସ୍‍ ଯେପରି ତାଙ୍କର ପଦଦଳିତ ଓ ନିଷ୍ପେଷିତ ବଂଶଧରଙ୍କ ଭବିଷ୍ୟତର ବାସଭୂମିକୁ ଅପଲକ ଦୃଷ୍ଟିରେ ଦେଖୁଦେଖୁ ଏ ସଂସାରରୁ ବିଦାୟ ନେଇଥିଲେ, ମଧୁସୂଦନ ସେହିପରି ନୂତନ ସଂଭାବନାମୟ ପ୍ରଦେଶ ଗଠନର ପ୍ରାକ୍‍ କାଳରେ (୪.୨.୧୯୩୫) ସଂସାରରୁ ବିଦାୟ ନେଇ ଚାଲିଗଲେ ।"
ପ୍ରକୃତରେ ଅନବଦ୍ୟ ଏହି ମନୀଷୀମାନଙ୍କ ଅବଦାନ । ନିଜନିଜ ନିଷ୍ପେଷିତ ଜାତିର ବିକାଶପାଇଁ ସେମାନେ କରିଯାଇଥିବା ତ୍ୟାଗ ଆଜି ଦେଶବାସୀଙ୍କୁ ଉଦ୍‍ବେଳିତ କରେ ।

୨୩୨* ଆମ ମଧୁସୂଦନ