ପୃଷ୍ଠା:Aama Madhusudan.pdf/୨୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲର୍ଡ କର୍ଜନ ମନ୍ତ୍ରମୁଗ୍ଧ ଆଉ ସମ୍ମୋହିତ ହୋଇ ଶିଳ୍ପୀ ଶିରୋମଣି ମହାରଣାଙ୍କର ପ୍ରଦତ୍ତ ଏହି ଉତ୍ତର ଶୁଣୁଥିଲେ । (ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଏକ ସାକ୍ଷାତକାର ତଥ୍ୟରୁ ଗୃହୀତ ଯାହା ଭଞ୍ଜ ପ୍ରଦୀପରେ ପ୍ରକାଶିତ ହୋଇଥିଲା ।)
ଏଥିରୁ ଜଣାଯାଏ, କିଭଳି ଭାବରେ ଲଡର଼୍ କର୍ଜନଙ୍କୁ ପ୍ରଭାବିତ କରିଥିଲା ମନ୍ଦିରମାଳିନୀ ପୁରୀ ଓ ଭୁବନେଶ୍ୱରର କଳାଭାସ୍କର୍ଯ୍ୟ ବିମଣ୍ଡିତ ନଗରର ପରିଦର୍ଶନ । ସେ ଭାଂଗି ଅଜାଡ଼ି ହୋଇ ପଡ଼ୁଥିବା ଅନ୍ୟାନ୍ୟ କୀର୍ତ୍ତିମାନ କୋଣାର୍କ ମନ୍ଦିରର ସଂରକ୍ଷଣପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାକୁ ଜୀବନ୍ୟାସ କେବଳ ଦେଇ ନଥିଲେ, ଭାରତୀୟ ପ୍ରାଚୀନ ସ୍ଥାପତ୍ୟ କଳାର ସଂରକ୍ଷଣପାଇଁ ମନୁମେଣ୍ଟସ୍‍ ଏକ୍ଟ ପ୍ରଣୟନ କରିଥିଲେ୧୯୦୪ ସାଲରେ ।
ଏହି ସମସ୍ତର ଊର୍ଦ୍ଧ୍ୱରେ ଓଡ଼ିଶାର ସଂସ୍ଥାପନ ତାଙ୍କ ଜୀବନର ଏକ ମହାନ ବ୍ରତ ଥିଲା । ଅବଶ୍ୟ ପଶ୍ଚାତରେ ରହିଥିଲା ମଧୁସୂଦନଙ୍କର ଏକାନ୍ତ ଉତ୍‍ପ୍ରେକ୍ଷା ଆଉ ବିରାମହୀନ ପ୍ରୋତ୍ସାହନ ।

ଆମ ମଧୁସୂଦନ ୨୬୧