ପୃଷ୍ଠା:Aama Madhusudan.pdf/୨୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କମିଶନର ସାହେବଙ୍କ ଦ୍ୱାରା ବିତରଣ ହେବା ନିମନ୍ତେ ପୁସ୍ତକ, ମିଷ୍ଟାନ୍ନ ଏବଂ ଆଗାମୀ ଏନ୍‍ଟ୍ରାନ୍‍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହାଇସ୍କୁଲ୍‍ ପ୍ରଥମ ଛାତ୍ର ନିମନ୍ତେ ଗୋଟିଏ ପଦକ ପ୍ରଦାନ କଲେ । ତତ୍‍ପରେ ସାହେବ ମହୋଦୟ ଷ୍ଟେସନ୍‍ ଅଭିମୁଖେ ଅଗ୍ରସର ହେଲେ ।
ଷ୍ଟେସନରେ ସହରର ଭଦ୍ରଲୋକ, କର୍ମଚାରୀ ଏବଂ ଅସଂଖ୍ୟ ଓଡ଼ିଆ ଥିଲେ । ପଲଟନ ସୁଦ୍ଧା ଦୁଇ ପଙ୍‍କ୍ତିରେ ଦଣ୍ଡାୟମାନ ଥିଲେ । ସାହେବ ମହୋଦୟ ସମସ୍ତଙ୍କଠାରୁ ବିଦାୟ ଗ୍ରହଣ କରି ଗାଡ଼ିରେ ଆରୋହଣ କଲେ । ଗାଡ଼ି ଚାଲିବାକୁ ଲାଗିଲା । ଉପସ୍ଥିତ ଓଡ଼ିଆମାନେ ଚିଫ୍‍ କମିଶନର ସାହେବଙ୍କର ମଙ୍ଗଳ କାମନା କରି ଜୟଧ୍ୱନି କଲେ । ସାହବ ମହୋଦୟ ସମସ୍ତଙ୍କୁ ସଲାମ କରି ଅଗ୍ରସର ହେଲେ । ଦେଖୁଦେଖୁ ଗାଡ଼ି ଦୃଷ୍ଟିର ଅଗୋଚର ହେଲା । ଗାଡ଼ି ଯାବତ୍‍ ଓଡ଼ିଆମାନଙ୍କ ଦୃଷ୍ଟିପଥରେ ଥିଲା ତାବତ୍‍ ସେମାନେ ସତୃଷ୍ଣ ନୟନରେ ଗାଡ଼ି ପ୍ରତି ଚାହିଁ ରହିଥିଲେ । ଗାଡ଼ି ଯେତିକି ଅଗ୍ରସର ହେଲା, ସେତିକି ଓଡ଼ିଆମାନଙ୍କର କରୁଣ ଧ୍ୱନି ତାହାଙ୍କର ଶ୍ରୁତିଗୋଚର ହେଲା । ପ୍ରତି ଷ୍ଟେସନରେ ଅସଂଖ୍ୟ ଲୋକ ସେମାନଙ୍କୁ ଅପେକ୍ଷା କରିଥିଲେ । ସେ ଉପସ୍ଥିତ ହେବାକ୍ଷଣି ଆର୍ତ୍ତନାଦରେ ଷ୍ଟେସନ କମ୍ପିତ କରିଦେଲେ । ସମ୍ବଲପୁରରେ ସାହେବ ଯେଉଁ ଆଦେଶ ପ୍ରଚାର କରିଥିଲେ, ତାହା ଷ୍ଟେସନମାନଙ୍କରେ ସୁଦ୍ଧା ପ୍ରଚାର କରି ଓଡ଼ିଆମାନଙ୍କର ତାପିତ ପ୍ରାଣ ଶୀତଳ କଲେ ।
ଛାଞ୍ଚ:'''ସମ୍ବଲପୁର ହିତୈଷିଣୀ ୩୦.୧୦.୧୯୦୧)'''/br>ସମ୍ବଲପୁରର ସଂଭ୍ରାନ୍ତ ଅଧିବାସୀମାନେ ଚିଫ୍‍ କମିଶନରଙ୍କ ନିବାସରେ ଉପସ୍ଥିତ ହେଲାରୁ ଚିଫ୍‍ କମିଶନର୍‍ ଭଦ୍ରବ୍ୟକ୍ତିମାନଙ୍କୁ ସମ୍ବୋଧନ କରି କହିଲେ, "ଆପଣମାନେ ଯାହା କହିବାର କୁହନ୍ତୁ ।" ବାବୁ ବ୍ରଜମୋହନ ପଟ୍ଟନାୟକ ଦଣ୍ଡାୟମାନ ହୋଇ କହିଲେ, "ମୁଁ ଜଣେ ଭଦ୍ର ବଂଶୋଭ୍ଭବ, ସମ୍ବଲପୁର ଅଧିବାସୀ, ଡିଷ୍ଟ୍ରିକ୍ଟ୍‍ କାଉନ୍‍ସିଲ୍‍ ଓ ଲୋକାଲ୍‍ କାଉନ୍‍ସିଲ୍‍ର ମେମ୍ବର ମନୋନୀତ ହୋଇଛି । ପୂର୍ବେ ଥରେ ସମ୍ବଲପୁରବାସୀମାନେ ସମ୍ବଲପୁରରେ "କଚେରି' ଭାଷା ହିନ୍ଦୀ ନ ହୋଇ ଓଡ଼ିଆ ଚଳିବା ବିଷୟରେ ଆବେଦନ କରିଥିଲେ । ତାହା ପୁନରାୟ ହେବାରୁ ସମ୍ବଲପୁର ଅଧିବାସୀମାନେ ସାହେବଙ୍କ ପାଖରେ ପୁନରାୟ ଆବେଦନ କରିଛନ୍ତି । ମୁଁ ସମ୍ବଲପୁରବାସୀଙ୍କ ଦ୍ୱାରା ନିର୍ବାଚିତ ମେମ୍ବର ଥିବା ସତ୍ତ୍ୱେ ସମସ୍ତେ ଦୁଃଖିତ ହୋଇ ମତେ ତାହାର ପ୍ରତିକାର ନିମନ୍ତେ ବ୍ୟଗ୍ର ଭାବରେ ପ୍ରାର୍ଥନା କଲେ । ତଦନୁସାରେ ମୁଁ ତିନିଜଣ ଭଦ୍ରବ୍ୟକ୍ତିଙ୍କ ସହିତ ନାଗପୁର ଯାଇ ଆପଣଙ୍କୁ ସମ୍ବଲପୁରବାସୀଙ୍କର ହିନ୍ଦୀ ପ୍ରଚଳନ ଜନିତ ଅସୁବିଧା ବିଷୟ ଜଣାଇଥିଲି । ଅଦାଲତରୁ ଯେଉଁ ପତ୍ର ଦିଆଯାଏ ସାଧାରଣ ଲୋକ ତାକୁ ବୁଝି ପାରେ ନାହିଁ । ସମନ ଇତ୍ୟାଦି ନୋଟିସ୍‍ ଯାହା ଅଦାଲତରୁ ପ୍ରେରିତ ହୁଏ ତାହା ଲୋକମାନେ ପଢ଼ି ନପାରିବାରୁ ଅତିରିକ୍ତ ବ୍ୟୟ କରି କ୍ଷତିଗ୍ରସ୍ତ ହୁଅନ୍ତି । ହିନ୍ଦୀଭାଷୀ ଦସ୍ତାବିଜ୍‍ କେବଳ ରେଜିଷ୍ଟ୍ରାର୍‍ ଅଫିସ୍‍ରେ

୨୬୬ ଆମ ମଧୁସୂଦନ