ଏହି ପୃଷ୍ଠାଟି ବୈଧ ହୋଇସାରିଛି
ନଦୀ ଓ ଜଳ ସଂପଦ
ଓଡ଼ିଶା ଗୋଟିଏ ନଦୀବହୁଳ ରାଜ୍ୟ । ସର୍ବଭାରତରେ ଓଡ଼ିଶାର ଭୂମିଭାଗ ଶତକଡ଼ା ୪ ଥିଲାବେଳେ, ଜଳ ସଂପଦ ଶତକଡ଼ା ୧୧ ଭାଗ ବୋଲି ଆକଳନ କରାଯାଇଛି । ସମଗ୍ର ଓଡ଼ିଶାର ନଦୀ ଆଉ ଜଳସଂପଦର ଚିତ୍ର ପ୍ରଦାନ କରାଯାଇଛି ।
| କ୍ରନଂ | ନଦୀର ନାମ | ଓଡ଼ିଶାରେ ଜଳସଂଗ୍ରହ ଭୂଖଣ୍ତର ଆୟତନ (ବ କିମି) | ଓଡ଼ିଶାରେ ଜଳସଂଗ୍ରହ ଆୟତନ ଶତକଡ଼ାଭାଗ | ଓଡ଼ିଶାରେ ନଦୀର ଦୈଘ୍ୟ (କି ମି) | ନଦୀଋ ସଂପୂର୍ଣ୍ଣ ଦୈର୍ଘ୍ୟ କି ମି |
|---|---|---|---|---|---|
| ୧. | ମହାନଦୀ | ୬୫,୬୨୮ | ୪୨.୧୫ | ୪୯୪ | ୮୫୧ |
| ୨. | ବ୍ରାହ୍ମଣୀ | ୨୨,୫୧୬ | ୧୪.୪୬ | ୪୬୧ | ୭୬୫ |
| ୩. | ଋଷିକୁଲ୍ୟା | ୮,୯୬୩ | ୫.୭୬ | ୧୭୫ | ୧୭୫ |
| ୪. | ବାହୁଦୀ | ୮୯୦ | ୦.୫୭ | ୭୪ | ୯୬ |
| ୫. | ଇନ୍ଦ୍ରାବତୀ | ୭,୪୦୦ | ୪.୭୫ | ୧୬୭ | ୫୩୦ |
| ୬. | କୋଲାବ | ୧୦,୩୦୦ | ୬.୬୧ | ୨୭୦ | ୩୪୩ |
| ୭. | ବଂଶଧାରା | ୮,୯୬୦ | ୫ ୭୫ | ୧୭୬ | ୨୩୯ |
| ୮. | ନାଗାବଳୀ | ୪,୫୦୦ | ୨.୮୯ | ୧୨୫ | ୨୧୭ |
| ୯. | ବୈତରଣୀ | ୧୩,୪୮୨ | ୮.୬୬ | ୩୬୦ | ୪୪୦ |
| ୧୦. | ବୁଢ଼ାବଳଂଗ | ୨,୯୮୩ | ୪.୦୮ | ୧୯୯ | ୧୯୯ |
| ୧୧. | ସୁବର୍ଣ୍ଣରେଖା | ୨,୯୮୩ | ୧.୯୨ | ୮୧ | ୪୪୬ |
| ୧୨. | ସମୁଦ୍ରରେମିଶିବା ପାଣି | ୩,୭୩୧ | ୨.୪୦ | ||
| ମୋଟ | ୧,୫୫,୭୦୭ | ୧୦୦ |
ଏହି ସାରଣୀରେ ପ୍ରଦତ୍ତ ନଦୀମାନଙ୍କ ମଧ୍ୟରୁ ବୈତରଣୀ, ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀମାନେ ୧୯୦୦ ସାଲର ଓଡ଼ିଶା ଡ଼ିଭିଜନର ଅନ୍ତର୍ଭୁକ୍ତ ଆୟତନର ପରିସରରେ ପ୍ରବାହିତ, ଯଦିଓ ସୁବର୍ଣ୍ଣରେଖା ନଦୀର ଉତ୍ସ ଝାଡ଼ଖଣ୍ଡ ଓ ବୈତରଣୀ ଝାଡ଼ଖଣ୍ଡର ୮୦ କିଲୋମିଟର
ଅଞ୍ଚଳରେ ପ୍ରବାହିତ ।
ଏହି ସାରଣୀରେ ନଦୀମାନଙ୍କ ମଧ୍ୟରୁ (ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖାକୁ ବାଦଦେଲେ) ଅନ୍ୟ ସମସ୍ତ ନଦୀର ଉତ୍ସ କିମ୍ବା ଓଡ଼ିଶାରେ ପ୍ରବେଶ କରିଥିବା ସ୍ଥଳ ମଧୁସୂଦନଙ୍କର
୩୦୦ ଆମ ମଧୁସୂଦନ