ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶକ୍ତି (ଜଳବିଦ୍ୟୁତ୍)
ଏହି ବହୁମୁଖୀ ନଦୀବନ୍ଧ ଯୋଜନା ସହିତ, ବିଦୁ୍ୟତ୍ ଶକ୍ତି ଉତ୍ପାଦନ, ଏକ ସମନ୍ୱିତ ସହଯାତ
ପ୍ରକ୍ରିୟା, ଯାହା ସୁଲଭ ରୀତିରେ ଉପଲବ୍ଧ ହୋଇଥାଏ । ଏଥିରେ ଶକ୍ତି ଉତ୍ପାଦନ ପାଇଁ ସ୍ୱଳ୍ପ
ଖର୍ଚ୍ଚ ପଡ଼ିଥାଏ । ଦେଶମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ଯେଉଁ ଅଂଚଳ ସମନ୍ୱିତ ହୋଇଥିଲା, ସେଥିରେ
ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ ମେଗାଓ୍ୱାଟ୍ ଆକଳନରେ ନିମ୍ନରେ ପ୍ରଦାନ କରାଗଲା ।
| କ୍ରନଂ | ପ୍ରକଳ୍ପର ନାମ | କେତୋଟି ୟୁନିଟ୍ | କେତେ ମେଗାୱାଟ | ଦୈନିକ ଉତ୍ପାଦନ (ମେଗାୱାଟ) |
|---|---|---|---|---|
| ୧. | ହୀରାକୁଦ | ୩୪୭.୫ | ||
| ୨. | ମାଛକୁଣ୍ତ | ୫୭.୫ | ||
| ୩. | ବାଲିମେଳା | ୬ | ୬୦ | ୩୬୦ |
| ୪. | ରେଙ୍ଗାଲୀ | ୫ | ୫୦ | ୨୫୦ |
| ୫. | ଉପର କୋଲାବ | ୪ | ୮୦ | ୩୨୦ |
| ୬. | ଉପର ଇନ୍ଦ୍ରାବତୀ | ୪ | ୧୫୦ | ୬୦୦ |
| ମୋଟ | ୧୯୩୫ |
ଦୈନିକ ମାଛକୁଣ୍ଡ (ଡୁଡୁମା) ଜଳପ୍ରପାତରେ ୧୮୦ ମେଗାଓ୍ୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଥିଲାବେଳେ ଓଡ଼ିଶାର ଦୈନିକ ଭାଗ ୫୭.୫ ମେଗାଓ୍ୱାଟ୍ । ଏହାଛଡ଼ା ଦେଶ ମିଶ୍ରଣ ପ୍ରକ୍ରିୟାରେ ଯେଉଁ ଜଳବିଦ୍ୟୁତ୍ ଶକ୍ତି ଯୋଜନାଗୁଡ଼ିକ ଅଚିରେ କାର୍ଯ୍ୟକାରୀ ହେବାର ପ୍ରସ୍ତାବରହିଛି, ତାହାର ବିବରଣୀ ପ୍ରଦାନ କରାଗଲା ।
| କ୍ରନଂ | ପ୍ରକଳ୍ପର ନାମ | କେତୋଟି ୟୁନିଟ୍ | କେତେ ମେଗାୱାଟ | ଦୈନିକ ଉତ୍ପାଦନ (ମେଗାୱାଟ) |
|---|---|---|---|---|
| ୧. | ହୀରାକୁଦ-ବି | ୪ | ୫୨ | ୨୦୮ |
| ୨. | ଚିପିଲିମା-ବି | ୪ | ୫୦ | ୨୦୦ |
| ୩. | ସିନ୍ଦୋଳ-୧ | ୫ | ୨୦ | ୧୦୦ |
| ୪. | ସିନ୍ଦୋଳ-୨ | ୫ | ୨୦ | ୧୦୦ |
| ୫. | ସିନ୍ଦୋଳ-୩ | ୫ | ୨୦ | ୧୨୦ |
| ୬. | ବାଲିମେଳା | ୨୧୦ | ||
| ମୋଟ | ୯୩୮ |
ଆମ ମଧୁସୂଦନ ୩୦୩