ପରିଗଣିତ ହୋଇଛି । ଦେଶ ମିଶ୍ରଣ ପ୍ରକ୍ରିୟାରେ କୋରାପୁଟ ଜିଲ୍ଲା ଆସି ନଥିଲେ ଏହା
ଆନ୍ଧ୍ରପ୍ରଦେଶର ରହିଥାନ୍ତା । ଏହି ପଞ୍ଚପଟମାଳି ଛଡ଼ା ବଫଲିମାଳି, କୁଟୁରୁମାଳି, ସିଦାମାଲି ଖଣି
ଅଂଚଳରେ ପ୍ରଚୁର ବକ୍ସାଇଟ୍ ରହିଛି । ଏହି ଖଣି ଉତ୍ପାଦନ ଯୋଗୁଁ ବିସ୍ଥାପନ ଏକ ଅଲଂଘ୍ୟ
ସମସ୍ୟା ରୂପେ ଉଭାହୋଇ ରହିଛି । ତାହାର ସୁଲଭ ସମାଧାନ ଆବଶ୍ୟକ । ଏହି ଜିଲ୍ଲାରେ ୧୭
ନିୟୁତ ଟନ୍ ମାଙ୍ଗାନିଜ୍ ଅଛି ଆଉ ସୁକି ଅଂଚଳରେ ୬୩ ନିୟୁତ ଟନ୍ ଚୂନ ପଥର ରହିଛି ।
ସୁନ୍ଦରଗଡ଼- ୧୬.୧୦.୧୯୦୫ରେ ବିହାରର ଛୋଟନାଗପୁର ଡିଭିଜନରୁ ପ୍ରଚୁର ଲୌହ
ସଂପଦ ଭରପୂର ଥିବା ବଣାଇ ଆଉ ଗାଂଗପୁର ଗଡ଼ଜାତ ଦୁଇଟି ମିଶିଥିଲେ, ଯେଉଁ ଅଂଚଳ
ଆଜି ସୁନ୍ଦରଗଡ଼ ଜିଲ୍ଲା ରୂପେ ପରିଚିତ । ଏହି ଜିଲ୍ଲାର ବରସୁଆଁ, କାଲଟା, ଦୋଲାନି ଖଣିରୁ
ଲୁହାପଥର ଉତ୍ତୋଳନ କରି ଓଡ଼ିଶାର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ
କାରଖାନା ପ୍ରତିଷ୍ଠିତ ହୋଇ ବିପୁଳ ଲାଭ କରୁଅଛି । ସୁନ୍ଦରଗଡ଼ ଜିଲ୍ଲା ବାଦାମଗଡ଼ ପାହାଡ଼,
ବାଲିପଥର, ବାସଦା, ତିରିଙ୍ଗିବୁରୁ, ମିଥୁରୁଜା, ପତ୍ରପୋଷି ଖଣ୍ଡାଧାର ସମେତ ଅଞ୍ଚଳରେ ୭୦୦
ନିୟୁତ ଟନ୍ ଲୁହାପଥର ଅଛି । ଏଥି ମଧ୍ୟରୁ ଖଣ୍ଡାଧାର ଅଞ୍ଚଳରେ ଥିବା ଅନ୍ୟାନ୍ୟ ଜଳପ୍ରପାତ,
ଯାହା ୮୦୦ ଫୁଟ ଉଚ୍ଚତାରୁ ଝରିପଡ଼ି ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ ରୂପେ ପରିଚିତ ।
ସୁନ୍ଦରଗଡ଼ ଜିଲ୍ଲାରେ ୧୦ ନିୟୁତ ଟନ୍ ବକ୍ସାଇଟ ଆଉ ୧୨ ନିୟୁତ ଟନ ମାଙ୍ଗାନିଜ୍ ଗଚ୍ଛିତ
ଅଛି । ବୀରମିତ୍ରପୁରର ୩୬୦ ନିୟୁତ ଟନର ଡୋଲାମାଇଟ୍ ଓ ୪୦୦ ନିୟୁତ ଟନ ଚୂନପଥର
ରହିଛି ।
ସମ୍ବଲପୁର- ଏହି ଜିଲ୍ଲା ଦେଶ ମିଶ୍ରଣ ଆନ୍ଦୋଳନ ଆଉ ଭାଷା ସଂଗ୍ରାମ ମାଧ୍ୟମରେ ୧୬.୧୦.୧୯୦୫ରେ ଓଡ଼ିଶା ଡିଭିଜନରେ ସମ୍ମିଳିତ ହୋଇଥିଲା ।
ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଝାରସୁଗୁଡ଼ା ଅଞ୍ଚଳରେ ୨୧,୩୧୦ ନିୟୁତ ଟନ କୋଇଲା ଗଚ୍ଛିତ ଅଛି । ତାଳଚେର ପରେ ଏହା ସର୍ବବୃହତ କୋଇଲା ଖଣି ଥିବା ଅଂଚଳ । ଏହି ଅଂଚଳର ଇବ୍ ଅବବାହିକାରେ ଆଉ ହୀରାକୁଦ ଅଞ୍ଚଳରେ ପ୍ରଚୁର କୋଇଲା ରହିଛି । ଏହି ଅଂଚଳରୁ ମିଳୁଥିବା କୋଇଲାକୁ ଟାଟା ରିଫ୍ରେକ୍ଟୋରୀ, ହୀରାକୁଦ ଆଲୁମିନିୟମ୍ ବ୍ୟତୀତ ବହୁ ଆଲୁମିନିୟମ୍ କମ୍ପାନି କୋଇଲାରୁ ଉଦ୍ଭବ ହେଉଥିବା ତାପଜ ଶକ୍ତିକୁ ଆଧାରକରି ଗଢ଼ିଉଠିଛି । ଫଳରେ ଏହା ଦେଶର ସବୁଠାରୁ ପ୍ରଦୂଷିତ ଅଂଚଳ ହେବାର ଆଶଂକା ଦେଖାଦେଇଛି । ସେଥିପାଇଁ ସାମ୍ଭାବ୍ୟ ପ୍ରତିକାର ଆଉ ସମନ୍ୱିତ ଯୋଜନାବଦ୍ଧ ବିନିଯୋଗର ଆବଶ୍ୟକତା ଦେଖାଦେଇଛି ।
ଏହାଛଡ଼ା ବରଗଡ଼ ଅଂଚଳରେ ୫୦ ନିୟୁତ ଟନ ଚୂନପଥର ଆଉ ୬୦ ନିୟୁତ ଟନ ଡୋଲାମାଇଟ୍ ଗଚ୍ଛିତ ରହିଛି ।
ସେହିପରି ପାଇକମାଳର ନୃସିଂହ ନାଥ ଆଉ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ସମନ୍ୱିତ ଅଂଚଳରେ ୨୦୦ ନିୟୁତ ଟନ୍ ବକ୍ସାଇଟ୍ ଗଚ୍ଛିତ ଅଛି । ଏହି ବିପୁଳ ଅରଣ୍ୟାନୀ ଭରା କ୍ଷେତ୍ରରେ ମନୋମୁଗ୍ଧକର ଝରଣାରୁ ଉଚ୍ଛ୍ୱସିତ ଜଳଧାରା ଏହି ଅଂଚଳକୁ ଏକ ନୈସର୍ଗିକ ପବିତ୍ର ସୁଷମାଭରା
ପୃଷ୍ଠା:Aama Madhusudan.pdf/୩୦୫
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୦୬ ଆମ ମଧୁସୂଦନ