ପୃଷ୍ଠା:Aama Madhusudan.pdf/୩୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟବସାୟ ଆରମ୍ଭ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଏହି ସମୟରେ ସୁରେନ୍ଦ୍ରନାଥ ବାନାର୍ଜି, ଶିଶିର କୁମାର ଘୋଷ (ସଂପାଦକ ଆନନ୍ଦ ବଜାର ପତ୍ରିକା) ରାଜ ନାରାୟଣ ବୋଷ, ଶ୍ରୀ ଅରବିନ୍ଦଙ୍କର ଅଜା ଆଦିଙ୍କ ସହିତ ସଂପର୍କ ସ୍ଥାପିତ ହୋଇଥିଲା ।
୧୮୮୧ :- ମଧୁସୂଦନ ତାଙ୍କର ପରମ ମିତ୍ର ଗଡ଼ଜାତର ଡେପୁଟି ସୁପରିଟେଣ୍ଡେଣ୍ଟ ନନ୍ଦ କିଶୋର ଦାସଙ୍କ ଆହ୍ୱାନ ଓ ନିବେଦନ କ୍ରମେ ୨୦.୯.୧୮୮୧ରେ କଟକ ଯୋବ୍ରା ଘାଟରେ ପହଞ୍ଚି କଟକର ବିହାରୀବାଗ (ବର୍ତ୍ତମାନର ପ୍ରଜାତନ୍ତ୍ର ଅଫିସ୍)ରେ ଅବସ୍ଥାନ କରିଥିଲେ । ପ୍ରିଣ୍ଟିଂ ପ୍ରେସ୍ କୋଠାରେ ଭାରତୀୟ ବର୍ଣ୍ଣମାଳା ଉପରେ ପାଣ୍ଡିତ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ ।
୧୮୮୨ :-ବଡ଼ଲାଟ ଲର୍ଡ଼ ରିପନ୍‌ଙ୍କର ସ୍ୱାୟତ୍ତ ଶାସନ ଆଧାରରେ ଅନୁଷ୍ଠାନ ସ୍ଥାପନର ଆହ୍ୱାନରେ ମଧୁସୂଦନ ୩୦ ଜୁନ୍ ୧୮୮୨ରେ ଗୌରୀଶଙ୍କର ରାୟଙ୍କର ଘନିଷ୍ଠତାରେ ଉତ୍କଳ ସଭାର ପ୍ରାକ୍ ବୈଠକ ଆହ୍ୱାନ କରିଥିଲେ । ଅଗଷ୍ଟ ୧୬ ତାରିଖରେ ଅନୁଷ୍ଠିତ ସଭାରେ "ଉତ୍କଳ ସଭା" ବା ଇଂରାଜୀରେ 'ଓଡ଼ିଶା ଆସୋସିଏସନ୍' ପ୍ରତିଷ୍ଠା ହୋଇଥିଲା । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବିଭାଜିତ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଓ ଉତ୍କଳର ସମସ୍ୟାର ସମାଧାନ । ଏହି ବର୍ଷ ପୁରୀର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ସୂର୍ଯ୍ୟମଣି ପାଟ ମହାଦେଈଙ୍କର ନାତି ଜଗନ୍ନାଥ ଜେନାମଣିଙ୍କୁ ରାଜା ମୁକୁନ୍ଦଦେବ ତୃତୀୟ ନାମରେ ଅଭିଷିକ୍ତ କରିବାର ଉଦ୍ୟମ ଲାଗି ମଧୁସୂଦନ ଆବେଦନ ପତ୍ରର ଚିଠା କରିଥିଲେ । ମଧୁସୂଦନ ରେଭେନ୍‌ସା କଲେଜର ଅବୈତନିକ ଆଇନ ଅଧ୍ୟାପକ ରୂପେ କାର୍ଯ୍ୟ କରିଥିଲେ । ଏହିବର୍ଷଠାରୁ ପ୍ରତି ଶନିବାର ସନ୍ଧ୍ୟାରେ ସଂଗୀତ ମହୋତ୍ସବର ଆୟୋଜନ କରୁଥିଲେ ।
୧୮୮୫ :- ବଂଗର ଗଭର୍ଣ୍ଣର ସାର୍ ରିଚାର୍ଡ ଥମ୍ପସନ୍ ୧୮୮୫ ସାଲରେ କଟକ ପରିଦର୍ଶନରେ ଆସିବା ସମୟରେ ମଧୁସୂଦନ ଉତ୍କଳ ସଭା ପକ୍ଷରୁ ଓଡ଼ିଶାର ବିଭିନ୍ନ ସମସ୍ୟାର ସମାଧାନ ସହିତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ଲାଗି ଦାବି ଉପସ୍ଥାପନ କରିଥିଲେ । ଏହି ବର୍ଷ ପ୍ରିଣ୍ଟିଂ ପ୍ରେସ୍ ତରଫରୁ ପ୍ରକାଶିତ ଉପେନ୍ଦ୍ର ଭଞ୍ଜଙ୍କ କବିତା ଆଉ ବିଶ୍ୱନାଥ ଖୁଣ୍ଟିଆଙ୍କ ରଚିତ ବିଚିତ୍ର ରାମାୟଣର ଯେଉଁ ପ୍ରତିରୋଧ ଥିଲା ତାହାକୁ ଦୂର କରିପାରିଥିଲେ । 'ଦି ଓରିଆ' ଲେଖକୀୟ ନାମରେ ଇଂରେଜୀରେ ଓଡ଼ିଶାର ସ୍ୱାର୍ଥରକ୍ଷାପାଇଁ ପ୍ରବନ୍ଧମାନ ଉତ୍କଳଦୀପିକାର ପତ୍ରିକାରେ କ୍ରମାନ୍ୱୟରେ ଲେଖି ଚାଲିଥିଲେ ।
୧୮୮୬ :- ମଧୁସୂଦନ କଟକ ଜିଲ୍ଲା ବୋର୍ଡ଼ର ଭାଇସ୍‌ ଚେୟାରମ୍ୟାନ୍ ନିର୍ବାଚିତ ହୋଇ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ । ଏହି ବର୍ଷ ମଧୁସୂଦନ ଭାରତୀୟ ଜାତୀୟ କଂଗ୍ରେସର କଲିକତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଯୋଗଦାନ କରିଥିଲେ । ୧୫.୧୨.୧୮୮୬ରେ କଟକ ଜିଲ୍ଲା ଜଜ୍ ମିଷ୍ଟର ବ୍ରାଉନ୍, ଶ୍ରୀମନ୍ଦିର ପରିଚାଳନା ସରକାରଙ୍କ ନିଯୁକ୍ତ କମିଟିଦ୍ୱାରା ସମାହିତ କରିବା ବ୍ୟବସ୍ଥାର ଅନୁମୋଦନ କରିଥିଲେ । ଏହି ଆଦେଶ କ୍ରମେ ଶ୍ରୀମନ୍ଦିରର କିଛି ଅଂଶକୁ ଜଉମୁଦ ଦେଇ ସଂପତ୍ତି ତାଲିକା ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଣୀ ସୂର୍ଯ୍ୟମଣି

୩୨୪ ଆମ ମଧୁସୂଦନ