ପୃଷ୍ଠା:Aama Madhusudan.pdf/୩୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପକ୍ଷର ତାହାଙ୍କର ଦାବିପତ୍ର ଦାଖଲ କରିଥିଲେ ।ଏହି ବର୍ଷର ମଧ୍ୟଭାଗରେ ସାବରମତୀ ଆଶ୍ରମରେ ମଧୁସୂଦନ ମହାତ୍ମାଗାନ୍ଧୀଙ୍କୁ ଭେଟି ସ୍ବଦେଶୀ ଶିଳ୍ପାୟନର ମହତ୍ତର ଚିନ୍ତାଧାରା ତାଙ୍କ ନିକଟରେ ଉପସ୍ଥାପିତ କରିବା ସହିତ କଟକ ଆସି ଉତ୍କଳ ଟାନେରି ପରିଦର୍ଶନ କରିବାପାଇଁ ନିବେଦନ ଜଣାଇଥିଲେ । ଏହି ବର୍ଷ ନଭେମ୍ବର ଡିସେମ୍ବର ମାସରେ ଫିଲିଫ୍ ଡେ କମିଶନ, ପଂଜାମ ଓ ଜୟପୁର ଜମିଦାରି ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଗସ୍ତକରି ଓଡ଼ିଶା ଦାବିପ୍ରତି ସମର୍ଥନ ଜଣାଇଥିଲେ ।
୧୯୨୫ :-ସବୁଠାରୁ ସ୍ମରଣୀୟ ଘଟଣା ହେଲା ମହାତ୍ମାଗାନ୍ଧୀଙ୍କର ୧୯.୮.୧୯୨୫ରେ ଉତ୍କଳ ଟାନେରି ପରିଦର୍ଶନ, ଯାହା ମହାତ୍ମାଗାନ୍ଧୀଙ୍କର ଦୃଷ୍ଟିଭ୍ୟ ଗାଁରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହି ବର୍ଷ ୨୫.୧୦.୧୯୨୫ରେ "ମଧୁସୁତି’ ନିଲାମରେ ବିକ୍ରି ହୋଇଯାଇଥିଲା । ମଧୁସୂଦନ ୧୨.୯.୧୯୨୫ରେ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ଅଧିବେଶନରେ ଯୋଗଦାନ କରି ସଭାପତି ରୂପେ ଅତ୍ୟନ୍ତ ଭାବଗର୍ଭକ ଭାଷଣ ପ୍ରଦାନ କରିଥିଲେ।
୧୯୨୬ :- ଜାନୁଆରି୨୪ ତାରିଖରେ ପୁରୀ ରାଜା ଗଜପତି ମୁକୁନ୍ଦଦେବ ତୃତୀୟଙ୍କର ପରଲୋକ ଘଟିଥିଲା । ଏହାପରେ ସୂର୍ଯ୍ୟମଣି ପାଟମହାଦେଈଙ୍କ ନିର୍ବାଚିତ ବାମଣ୍ଡାର ସୁଢ଼ଳଦେବଙ୍କର ନାତି ଓ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କର ତୃତୀୟ ପୁତ୍ର ଲାଲା ମୋହିନୀ ମୋହନ ଦେବ, ରାମଚନ୍ଦ୍ର ଦେବ (୪ର୍ଥ) ନାମଧାରଣ କରି ଗାଦିନସୀନ ହେଲେ । ଏହା ପଶ୍ଚାତରେ ମଧୁସୂଦନଙ୍କର ପ୍ରଚେଷ୍ଟା ଥିଲା ଅନସ୍ବୀକାର୍ଯ୍ୟ ।
୨୨.୧୧.୧୯୨୬ରେ ଉତ୍କଳ ଟାନେରି ନିଲାମରେ ଉଠିଥିଲା, ଯାହାକୁ ପୁରୀ ରାଜା ରାମଚନ୍ଦ୍ର ଦେବ (୪ର୍ଥ) ନିଲାମରେ ଧରିଲେ । ୨୪.୧୧.୧୯୨୬ ବିପ୍ଳବିନୀ ନାରୀ ନେତ୍ରୀ ସୂର୍ଯ୍ୟମଣି ପାଟ ମହାଦେଈଙ୍କ ମହାପ୍ରୟାଣ ଘଟିଥିଲା ।
୧୯୨୭ - ୪.୮.୧୯୨୭ରେ ମଧୁସୂଦନ ଦେଖ୍ଲିଆ ଘୋଷିତ ହୋଇଥିଲେ । ଏହି ବର୍ଷ ମହାତ୍ମାଗାନ୍ଧୀଙ୍କର ତୃତୀୟ ଓଡ଼ିଶା ଯାତା ବ୍ରହ୍ମପୁରଠାରୁ ୪.୧୨.୧୯୨୭ରେ ଆରମ୍ଭ ହୋଇ ଛତ୍ରପୁର, ବାଣପୁର, ବୋଲଗଡ଼, ଖୋର୍ଜାପୁରୀ, ବାଲେଶ୍ବର, ଭଦ୍ରକ ଦେଇ କଟକରେ ୨୮ ତାରିଖରେ ସମାପ୍ତ ହୋଇଥିଲା, ଯାହା ଖଦୀ କାର୍ଯ୍ୟକ୍ରମରେ ପ୍ରୋତ୍ସାହନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଥୁଲା । ଏହି ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଗାନ୍ଧିଜୀଙ୍କର ତୀବ୍ର ଅସୁସ୍ଥତା ଯୋଗୁଁ ଡିସେମ୍ବର ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ମଧୁସୂଦନଙ୍କ ସେବା ଶ୍ରଶୁଷା ମଧ୍ୟରେ ଗାନ୍ଧିଜୀ ମଧୁସୂଦନଙ୍କର ବାସଭବନ ମଧୁସ୍ମତିରେ ହିଁ ବିତାଇଥିଲେ ।
୧୯୨୮ :- ମଧୁସୂଦନ ଓଡ଼ିଶା ବରାଲ ଲିଗ୍ ନାମକ ଏକ ଅନୁଷ୍ଠାନ ଗଢ଼ି ବ୍ରଜସୁନ୍ଦର ଦାସଙ୍କର ନେତୃତ୍ବରେ ସାଇମନ କମିଶନଙ୍କୁ ସ୍ବାଗତ କରିବା ପାଇଁ ପାଟନା ପ୍ରେରଣ କରିଥିଲେ । ଏହି ପ୍ରତିନିଧୁ ଦଳ ୧୨.୧୨.୧୯୨୮ରେ ପାଟନା ରେଳ ଷ୍ଟେସନଠାରେ ସାଇମନ କମିଶନକୁ ସ୍ବାଗତ ଜଣାଇଲେ । ଏଥୁରେ ଅନ୍ୟମାନଙ୍କ ମଧ୍ୟରେ ଭିକାରୀ ଚରଣ ପଟ୍ଟନାୟକ, ବ୍ରଜାନନ୍ଦ

୩୭୪ ଆମ ମଧୁସୂଦନ