ପୃଷ୍ଠା:Aama Madhusudan.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିଳ୍ପ ଆଦି ଅବଲୁପ୍ତ ହେବା ପରେ ଗ୍ରାମବାସୀମାନେ ସେହି ପଶ୍ନତ୍ବର ପର୍ଯ୍ୟାୟରୁ ଖସିପଡ଼ିଥିଲେ । ମଧୁସୂଦନଙ୍କ ସେହି ମହାନ ବକ୍ତବ୍ୟକୁ ମହାତ୍ମାଗାନ୍ଧୀ ଅକୁଣ୍ଠ ଚିତ୍ତରେ ସମର୍ଥନ କରିଥିଲେ ।
ମଧୁସୂଦନ ୧୮୮୧ରେ କଟକ ଫେରିଲା ପରେ ଓଡ଼ିଆ ଜାତିର ଯେଉଁ ପୁନର୍ଜାଗରଣ ପର୍ବ ଆରମ୍ଭ କରିଥିଲେ, ସେଥିରେ ଉଚ୍ଚାଙ୍ଗ ଭାଷା ଓ ସାହିତ୍ୟ ବିକାଶର ଦାୟିତ୍ବ ଉତ୍କଳ ସାହିତ୍ୟ ସମାଜ ପରି ଅନୁଷ୍ଠାନ ସବୁ (ଯହିଁରେ ରାଧାନାଥ,ଫକୀରମୋହନ, ଗ୍ୟ ଗାଧର, ମୃତ୍ୟୁଞ୍ଜୟ, ନନ୍ଦକିଶୋର, ଗୋପୀନାଥ ନନ୍ଦ ପ୍ରମୁଖ ଅଧିଷ୍ଠିତ ଥିଲେ) ଉପରେ ନ୍ୟସ୍ତ କରିଥିଲେ । ଅବଶ୍ୟ ବହୁ ଦୃମୂଳକ ସମସ୍ୟାର ସମାଧାନସୂତ୍ର ନିଜେ ପ୍ରଦାନ କରୁଥିଲେ । ମାତ୍ର ମଧୁସୂଦନ, ଗୌରୀଶଙ୍କର ରାୟ ଆଦି ସହଯୋଗୀଙ୍କ ସହାୟତାରେ ଓଡ଼ିଆ ଜାତିର ସାଂସ୍କୃତିକ ପୁନର୍ବିନ୍ୟାସ କ୍ଷେତ୍ରରେ ଏକାନ୍ତ ଭାବେ ମନୋନିବେଶ କରିଥିଲେ । ଏହାର ଦିଗନ୍ତ ଏଭଳି ସୁଦୂରପ୍ରସାରୀ ଥିଲା ଯେ, ତାହା ଓଡ଼ିଆ ସଂସ୍କୃତିର ପ୍ରତିଟି ଦିଗକୁ ଆବୃତ କରିଥିଲା । ଏହାର କିଛି ସୂଚନା ଦିଆଗଲା । ଯେପରିକି ସାପ୍ତାହିକ ନୃତ୍ୟସଂଗୀତ ସମାରୋହ (୧୮୮୨ଠାରୁ), ସ୍ଥାୟୀ ରଂଗମଂଚର ସ୍ଥାପନ (୧୮୮୭), ଶ୍ରୀମନ୍ଦିର ତଥା ଗଜପତି ପରଂପରାର ସଂରକ୍ଷଣ (୧୮୮୭), ଚରଖାର ପୁନଃସଂସ୍ଥାପନ (୧୯୦୦), ଓଡ଼ିଶା ଶିଳ୍ପୀଗାର ସ୍ଥାପନ (୧୮୯୭), ବିଦେଶୀ ବର୍ଜନ ଓ ଓଡ଼ିଶୀ ଏବଂ ସ୍ୱଦେଶୀ ବର ବ୍ୟବହାର (୧୯୦୩), ତନ୍ତଶିଳ୍ପର ପୁନର୍ବିନ୍ୟାସ (୧୯୦୩), ଆର୍ଟ ସ୍କୁଲ୍‌ର ସ୍ଥାପନା ଓ ବସ୍‌ରେ ନୂତନ ନନ୍ସାର ପ୍ରୟୋଗ (୧୯୦୧) କୋଣାର୍କ ଓ ଭୁବନେଶ୍ବର ମନ୍ଦିରର ସଂରକ୍ଷଣ, ଦଳିତ ଜାତିର ଉତ୍ଥାନ ଓ ଅର୍ଥନୈତିକ କ୍ଷେତ୍ରରେ ସଂ ସ୍ଥାପନ (୧୮୯୪ଠାରୁ ଉତ୍କଳ ସମ୍ମିଳନୀ (୧୯୦୩), ଓଡ଼ିଶା ସ୍ପୋର୍ଟସ ଆସୋସିଏସନ୍ (୧୯୦୪), ନାରୀ ଶିକ୍ଷାର ଉନ୍ନତି (୧୯୦୮), ପ୍ରଜାପରିଷଦ ଗଠନ (୧୯୦୯), ଉତ୍କଳ । ଟାନେରି (୧୯୦୫) ଆଦି ବହୁ କ୍ଷେତ୍ରକୁ ମଧୁବାବୁଙ୍କର ଉଦ୍ୟମ ପରିବ୍ୟାପ୍ତ ହୋଇଥିଲା । କୁହାଯାଏ ଯେ କେନ୍ଦୁଝର ଆଦି ବହୁ ଗଡ଼ଜାତ ଗୟ କଲାବେଳେ ମଧୁବାବୁ ଘୋଡ଼ାରେ ଚଢ଼ି କାରିଗର ପଲ୍ଲୀମାନଙ୍କରେ ତାଙ୍କର ସମୟ ବିତାଉ ଥିଲେ ଓ ସେହି କାରିଗରମାନଙ୍କୁ ମାର୍ଗଦର୍ଶନ ଦେଉଥିଲେ ।
ସାରା ବିଶ୍ୱରେ କ୍ଷୁଦ ଘାଷ୍ଟ ଓ ଭାଷାମାନଙ୍କ ସୁରକ୍ଷା ପ୍ରଦାନପାଇଁ ପ୍ରତିଶତିବଦ୍ଧ ବୋଲି ବ୍ରିଟିଶ ପ୍ରଶାସନ ଡିଣ୍ଡିମ ପିଟୁଥିଲାବେଳେ, ବିଭିନ୍ନ ପ୍ରାନ୍ତରେ ଓଡ଼ିଆମାନଙ୍କୁ ବିଭାଜିତ କରି ରଖୁବା ବ୍ରିଟିଶ ଉପନିବେଶବାଦର ଏକ ଚକ୍ରାନ୍ତ ବୋଲି ୧୯୧୮ ସାଲରେ ମୁଦ୍ରିତ ଓଡ଼ିଆ ପତ୍ରିକାରେ ମଧୁବାବୁ ପ୍ରକାଶ କରିଥିଲେ । ବିସ୍ତୀର୍ଣ୍ଣ ଓଡ଼ିଆ ଭାଷୀ ଅଞ୍ଚଳ ସମୂହକୁ ଗଡ଼ଜାତର ପରିସର ମଧ୍ୟରେ ଆବଦ୍ଧ ରଖୁ, ଓଡ଼ିଆତ୍ମକ ଭୂଖଣ୍ଡରୁ ତାହାକୁ ବିଛିନ୍ନ କରି ରଖିବା ବ୍ରିଟିଶ ସାମ୍ରାଜ୍ୟବାଦର ନିଷ୍ଣୁର ଚକ୍ରାନ୍ତ ବୋଲି ଆଖ୍ୟାୟିତ କରି, ୧୯୧୫ ସାଲ ଜାନୁଆରି ପହିଲାରେ ଏହି ଗଡ଼ଜାତ ପ୍ରଥାକୁ ଉଚ୍ଛେଦ କରି ସେମାନଙ୍କୁ ନିକଟବର୍ତ୍ତୀ ଜିଲ୍ଲା ମାନଙ୍କରେ ସଂଲଗ୍ନ କରିଦେବାପାଇଁ ମଧୁବାବୁ ଆହ୍ବାନ ଦେଇଥିଲେ । ଉଦ୍ଦେଶ୍ୟହୀନ ଭାବେ ତିଷ୍ଠି ରହିଥିବା ଏହି ଗଡ଼ଜାତମାନଙ୍କୁ ଉତ୍କଳ ସମ୍ମିଳନୀ ପରିସର ମଧ୍ୟକୁ ଆଣି ମଧୁବାବୁ ସେମାନଙ୍କପାଇଁ କିଛି

୪୮ ଆମ ମଧୁସୂଦନ