ପୃଷ୍ଠା:Aama Odia Byakarana.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଳି - ଘରର ଓଳିତଳେ ବସିବା ଉଚିତ ନୁହେଁ ।
        ଚାଟଶାଳୀରେ ଦୁଇଓଳି ପାଠପଢ଼ା ହେଉଥିଲା ।
କଳ - ରାୟଗଡ଼ା ଜେକେପୁରରେ କାଗଜକଳ ଅଛି ।
        ପିଲାଟି କଳରେ କୋଳି ଜାକିଛି ।
        ଦୂରରୁ ଝରଣାର କଳଧ୍ୱନି ଶୁଣାଗଲା ।
କଳା - କନକ ଆଖିରେ କଳା ଲଗାଇଛି ।
   ମାଙ୍କଡ଼ ମୁହଁ କଳା ।
   ନିଜ ଦେଶର ପ୍ରାଚୀନ କଳାକୁ ରକ୍ଷା କରିବା ଉଚିତ ।
   ଝିଅଟି ଚନ୍ଦ୍ରକଳା ପରି ବଢ଼ିଲା ।
କାତି - ମାଛ ଦେହରେ କାତି ଥାଏ ।
   ଗୁଆକାତିରେ ଭଲ ଧାର ନାହିଁ ।
କାଳ - ବସନ୍ତକାଳ ସମସ୍ତଙ୍କପାଇଁ ସୁଖକର ।
   ଆହା ! ଅଳ୍ପ ବୟସରେ ତାଙ୍କର କାଳ ହୋଇଗଲା ।
ଘଡ଼ି - ପୂର୍ବେ ସୂର୍ଯ୍ୟଘଡ଼ିରୁ ସମୟ ଜାଣୁଥିଲେ ।
   ଘଡ଼ିରେ ଘିଅ ରଖିିଦିଅ ।
   ଆଜି ଦୁଇ ଘଡ଼ି ଅନ୍ଧାର ପରେ ଚନ୍ଦ୍ର ଉଇଁବ ।
ତାଳ - ଗଛରୁ ପାଚିଲା ତାଳ ପଡ଼ିଲା ।
   ଠିକ୍‍ ତାଳରେ ଗୀତ ନଗାଇଲେ ଅଡ଼ୁଆ ଶୁଣାଯାଏ ।
ଦଳ - ପୋଖରୀରେ ବହୁତ ଦଳ ଅଛି ।
   ଗାଆଁର ଲୋକମାନେ ଦୁଇ ଦଳ ହୋଇଛନ୍ତି ।
ଧାର - ଖରାଦିନେ କେତେକ ନଦୀର ଧାର ଶୁଖିଯାଏ ।
   କଟୁରିରେ ଭଲ ଧାର ନାହିଁ ।

   ସଡ଼କ ଧାରରେ ଆଗେ ବହୁତ ଗଛ ଥିଲା ।

ଆମ ଓଡ଼ିଆ ବ୍ୟାକରଣ ■ ୧୩