ପୃଷ୍ଠା:Aama Odia Byakarana.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବିଶେଷ୍ୟ ପଦ

ଭାରତ - ଏକ ଦେଶର ନାମ
ମନୁଷ୍ୟ - ଏକ ଜାତିର ନାମ
ଲୁହା - ଏକ ପ୍ରକାର ବସ୍ତୁର ନାମ
ଦୟା - ଏକ ଗୁଣର ନାମ
ପଠନ - ଏକ କାର୍ଯ୍ୟର ନାମ
ଯେକୌଣସି ନାମକୁ ବିଶେଷ୍ୟ ପଦ କୁହାଯାଏ ।

ଭାରତ, ମନୁଷ୍ୟ, ଲୁହା, ଦୟା, ପଠନ- ଏଗୁଡ଼ିକ ଗୋଟିଏ ଗୋଟିଏ ବିଶେଷ୍ୟ ପଦ ।

ସମସ୍ତ ନାମକୁ ପାଞ୍ଚ ଭାଗ କରାଯାଇପାରେ । ଯଥା-

(୧) ସଂଜ୍ଞା ବୁଝାଉଥିବା ନାମ- ଭାରତ, ବାଲ୍ମୀକି, କାଳିଦାସ, ହିମାଳୟ, ମହାନ‌ଦୀ, ପାରାଦ୍ୱୀପ, ଚିଲିକା, ପୁରୀ, ଭୁବନେଶ୍ୱର, ଦୁର୍ଗା, ଚନ୍ଦ୍ର, ସୂର୍ଯ୍ୟ ପ୍ରଭୃତି । ସଂଜ୍ଞାବୁଝାଉଥିବା ନାମ କେବଳ ଜଣକୁ ବା ଗୋଟିଏକୁ ବୁଝାଏ ।

(୨) ଜାତି ବୁଝାଉଥିବା ନାମ- ମନୁଷ୍ୟ, ପଶୁ, ସିଂହ, ବାଘ, ପକ୍ଷୀ, କୁଆ, ପର୍ବତ, ନ‌ଦୀ, ହ୍ରଦ, ଦେଶ, ଗାଈ, ଛେଳି ପ୍ରଭୃତି ।

‘ମନୁଷ୍ୟ’ ବୋଇଲେ ଅନେକ ମନୁଷ୍ୟ, ‘ପର୍ବତ’ ବୋଇଲେ ଅନେକ ପର୍ବତ, ‘ନ‌ଦୀ’ ବୋଇଲେ ଅନେକ ନ‌ଦୀ, ‘କୁଆ’ ବୋଇଲେ ଅନେକ

ଆମ ଓଡ଼ିଆ ବ୍ୟାକରଣ ■ ୪୧