ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଈଶ୍ୱରଚନ୍ଦ୍ରଙ୍କର ବହୁତ ଶାସ୍ତ୍ରରେ ଜ୍ଞାନ ଥିଲା ।
ଈଶ୍ୱରଚନ୍ଦ୍ର ଜଣେ ଜ୍ଞାନୀ ଲୋକ ଥିଲେ ।
ଓଡ଼ିଶାରେ ଅନେକ ପାହାଡ଼ ଅଛି ।
ପାହାଡ଼ିଆ ଜାଗାରେ ପଣସ ଗଛ ଭଲ ହୁଏ ।
ଏଠାରେ କେତେକ ମୂଳଶବ୍ଦ ଏବଂ ସେଥିରୁ ହୋଇଥିବା ତଦ୍ଧିତ ଶବ୍ଦ ଦିଆଗଲା ।
ଶିବ | - | ଶୈବ | ମୂର୍ଖ | - | ମୂର୍ଖତା | ||
ଭରତ | - | ଭାରତ | ବୀର | - | ବୀରତ୍ୱ | ||
ଦଶରଥ | - | ଦାଶରଥି | ପୁଷ୍ପ | - | ପୁଷ୍ପିତ | ||
ମରୁତ | - | ମାରୁତି | ଦାଢ଼ି | - | ଦାଢ଼ିଆ | ||
ବର୍ଷ | - | ବାର୍ଷିକ | ମହୁରି | - | ମହୁରିଆ | ||
ମାସ | - | ମାସିକ | ଡାକ୍ତର | - | ଡାକ୍ତରି | ||
ସମାଜ | - | ସାମାଜିକ | ହଳ | - | ହଳିଆ | ||
ବିଜ୍ଞାନ | - | ବୈଜ୍ଞାନିକ | ମୂଲ | - | ମୂଲିଆ | ||
ସାହିତ୍ୟ | - | ସାହିତ୍ୟିକ | ଲୁଣ | - | ଲୁଣିଆ | ||
ସୁନ୍ଦର | - | ସୌନ୍ଦର୍ଯ୍ୟ | ପଙ୍କ | - | ପଙ୍କୁଆ | ||
ଅଳସ | - | ଆଳସ୍ୟ | ନାଟ | - | ନାଟୁଆ | ||
ଗ୍ରାମ | - | ଗ୍ରାମ୍ୟ | ମିଛ | - | ମିଛୁଆ | ||
ପର୍ବତ | - | ପାର୍ବତ୍ୟ | ଠକ | - | ଠକାମି | ||
ଜଳ | - | ଜଳୀୟ | ଶଙ୍ଖା | - | ଶଙ୍ଖାରି | ||
ଦେଶ | - | ଦେଶୀୟ | କାଚ | - | କାଚରା |
ଆମ ଓଡ଼ିଆ ବ୍ୟାକରଣ ■ ୬୧