“ହଁ, ପାରିବି ।” ସେ ଉଠିଯାଇ କାଗଜକଲମ ଘେନି ଆସିଲା ଏବଂ ଏହିପରି ଲେଖିଲା-
ଥରେ ପଞ୍ଜାବକେଶରୀ ରଣଜିତ ସିଂହ ଅଶ୍ୱ ଝପଟାଇ ଦଳବଳ ଘେନି ନିର୍ଜନ ପଥରେ ଯାଉଥିଲେ । ସହସା କେହି ଜଣେ ସତେ ଯେପରି ତାଙ୍କ ଉପରକୁ ଲକ୍ଷ୍ୟକରି ଗୋଟିଏ ଢେଲା ଫିଙ୍ଗିଲା । ଢେଲାଟି ବୀର ରଣଜିତଙ୍କର କପାଳରେ ବାଜିଲା । ତାଙ୍କ କପାଳରୁ ରକ୍ତ ଝରିପଡ଼ିଲା । ତାଙ୍କୁ କେଉଁ ଦିଗରେ କିଛି ଦେଖାଗଲା ନାହିଁ । ସେ ଶୀଘ୍ର ଲଗାମ କଷି ଘୋଡ଼ାପିଠିରୁ ଓହ୍ଲାଇ ପଡ଼ିଲେ ଏବଂ ଅଧୀର ଭାବରେ ପଥ ଉପରେ ବସି ପଡ଼ିଲେ ।
ତୁମେ କମଳର ଲେଖାରେ ଦେଖିଲ, ସେ କବିତାର କେତେକ ପଦକୁ କଥାରେ ବଦଳାଇଦେଲା । ଯେପରି କପାଳେ-କପାଳରେ, ଦିଗେ-ଦିଗରେ, ଅଧୀରେ-ଅଧୀରଭାବରେ, ଚୁରିତେ-ଶୀଘ୍ର, ପଥପରେ-ପଥ ଉପରେ, ପଥରେ ।
ଏହିପରି କବିତାର କେତେକ ପଦ କଥାରେ ବଦଳିଯାଏ । ଆଉ କେତୋଟି ଉଦାହରଣ ଦେଖ-
କବିତାରେ | କଥାରେ | କବିତାରେ | କଥାରେ |
---|---|---|---|
ଜନମ | ଜନ୍ମ | ଆକାଶେ | ଆକାଶରେ |
ଗରବ | ଗର୍ବ | ଲୋକେ | ଲୋକମାନେ |
ଶିରାବଣ | ଶ୍ରାବଣ | ପଢ଼ଇ | ପଢ଼େ |
ମୁରତି | ମୂର୍ତ୍ତି | ବୁଲଇ | ବୁଲେ |
ଭାଷାରେ କବିତାରୂପକୁ ପଦ୍ୟ ଏବଂ କଥାରୂପକୁ ଗଦ୍ୟ କହନ୍ତି ।
(କ) ତୁମେ ତୁମ ସାହିତ୍ୟ ବହିର କୌଣସି କବିତାକୁ କଥାରେ ଲେଖ ।
(ଖ) ତଳେ ଦିଆଯାଇଥିବା କବିତାରୂପଗୁଡ଼ିକୁ କଥାରୂପରେ ଲେଖ ।
୮ • ଆମ ଓଡ଼ିଆ ବ୍ୟାକରଣ