ପୃଷ୍ଠା:Aama Parala Gajapati.pdf/୧୨୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଥରର ରହଣି କାଳରେ ମହାରାଜା କୃଷ୍ଣଚନ୍ଦ୍ର ଇଂଲଣ୍ଡର ମହାମାନ୍ୟ ସମ୍ରାଟ ପଞ୍ଚମ ଜର୍ଜଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଆଲୋଚନା କାଳରେ ଓଡ଼ିଆମାନଙ୍କ ନ୍ୟାଯ୍ୟ ଦାବି ସମ୍ପର୍କରେ ଅବଗତ କରାଇଥିଲେ । କେବଳ ଓଡ଼ିଆମାନଙ୍କ ସମସ୍ୟା ସମ୍ପର୍କରେ ଇଂରେଜ ହାକିମମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେଥର କିଛି ଅଧିକ ସମୟ ଲଣ୍ଡନରେ ରହିଥିଲେ । ସେଇ ରହଣି କାଳରେ ମହାରାଜା ଲର୍ଡ ଲିନ୍‍ ଲିଥ୍‌ଗୋ, କ୍ଳେମଣ୍ଟ ଅଟଲି ତଥା ଅନ୍ୟ ପ୍ରମୁଖ ବ୍ୟକ୍ତିବୃନ୍ଦଙ୍କ ସହିତ ସାକ୍ଷାତ୍ ଆଲୋଚନା କରିଥିଲେ; ସେମାନଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଜୟପୁର ଓ ପାରଳା ସମେତ ପୂର୍ଣ୍ଣାଙ୍ଗ ଓଡ଼ିଶା ପ୍ରଦେଶ ଗଠନ ପାଇଁ । ଅନୁରୋଧ ଜଣାଇଥିଲେ ସେଥିପାଇଁ ଯେଭଳି ଆବଶ୍ୟକ ସହାୟତା ସେମାନେ ଯୋଗାଇ ଦେବେ ।

ଦୁର୍ଭାଗ୍ୟର କଥା, ଇଂଲଣ୍ଡରେ ମହାରାଜା ସେଭଳି ଉଦ୍ୟମ ଚଳାଉଥିବା ବେଳେ ଭାରତ ବିଭାଗ ସଚିବଙ୍କ ନିକଟରେ ଓଡ଼ିଶାରୁ ଟେଲିଗ୍ରାମ ପହଞ୍ଚିଥିଲା ଯେ ପାରଳା ଓ ଜୟପୁର ବିନା ନୂତନ ଓଡ଼ିଶା ଗ୍ରହଣୀୟ । ଏହା ଅତିଶୀଘ୍ର ଗଠିତ ହେଉ । ପୁଣି ମଧ୍ୟ ଜୟପୁର ରାଜାଙ୍କ ଇଚ୍ଛା ଥିବା ଦର୍ଶାଇ ବେନାମୀ ତାରବାର୍ତ୍ତା ମାଧ୍ୟମରେ ସାର୍ ସାମୁଏଲ୍ ହୋର୍‌ଙ୍କୁ ଅନୁରୋଧ କରାଯାଇଥିଲା ଯେ ଜୟପୁର ଅଞ୍ଚଳକୁ ଓଡ଼ିଶା ସହ ସାମିଲ କରାନଯାଉ । ମିଷ୍ଟର ହୋର୍ ସେ ସଂପର୍କରେ ବିଚାର ଆଲୋଚନା କରିଥିଲେ । କିନ୍ତୁ ସେହିମତର ତୀବ୍ର ବିରୋଧ କରି ମହାରାଜା କୃଷ୍ଣଚନ୍ଦ୍ର ମତ ଦେଇଥିଲେ ଯେ ଜୟପୁର ମହାରାଜା ବିକ୍ରମଦେବ ହେଉଛନ୍ତି ତାଙ୍କର ମାତୁଳ ଏବଂ ସେ ନିଜେ ମାମୁଙ୍କର ଓଡ଼ିଶା ସହ ମିଶ୍ରଣ ସପକ୍ଷମତ ତଥା ତାଙ୍କର ସେଥିପାଇଁ ଆଗ୍ରହ ଥିବା ସମ୍ପର୍କରେ ସ୍ପଷ୍ଟ ଏବଂ ନିର୍ଦ୍ଧିଷ୍ଟ ଭାବେ ଜାଣନ୍ତି । ତେଣୁ ସେହି ବେନାମୀ ତାରବାର୍ତ୍ତା ପରିବର୍ତ୍ତେ ଖୋଦ୍ ଜୟପୁର ମହାରାଜାଙ୍କଠାରୁ ସେ ନେଇ ସରଜମିନ୍ ତଦନ୍ତ କରାଯାଇପାରେ । ସେଥିପାଇଁ ସମସ୍ତ ଖର୍ଚ୍ଚ ମହାରାଜା କୃଷ୍ଣଚନ୍ଦ୍ର ବହନ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ଦୃଢ଼ ଭାବରେ ବ୍ୟକ୍ତ କରିଥିଲେ ।

ପୁଣି ସୌଭାଗ୍ୟର କଥା, ଠିକ୍ ସେତିକିବେଳେ ଓଡ଼ିଆଙ୍କର ତଥା ଓଡ଼ିଶାର ଯଥାର୍ଥ ଜନମତ ତାରବାର୍ତ୍ତା ମାଧ୍ୟମରେ ସେଠାରେ ପହଂଚିଥିଲା । ବିଭିନ୍ନ ସଭାସମିତିରେ ଗୃହୀତ ପ୍ରସ୍ତାବ ସବୁକୁ କେବଲ୍ ମାଧ୍ୟମରେ ପହଞ୍ଚାଇ ଦିଆଯାଇଥିଲା ମି: ସାମୁଏଲ୍ ହୋର୍‌ଙ୍କ ନିକଟରେ । ପାରଳା ଓ ଜୟପୁର ବିନା ଓଡ଼ିଶା ପ୍ରଦେଶ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସର୍ବଶ୍ରୀ ରାଧାନାଥ ରଥ, ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ, ହରିହର ମହାପାତ୍ର, ବ୍ରଜବନ୍ଧୁ ଦାସ ପ୍ରମୁଖମାନଙ୍କ ଦସ୍ତଖତରେ ଯେଉଁସବୁ ତାରବାର୍ତ୍ତାମାନ ସେଠାରେ ପହଂଚିଥିଲା, ତାହା ବାସ୍ତବରେ ମହାରାଜାଙ୍କ ପାଇଁ ଥିଲା ବିଶେଷ ଆଶ୍ୱାସନା ।

ମିଳିତ ସଂସଦୀୟ କମିଟିର ସଭ୍ୟମାନଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ଏବଂ ସେଇ ଗସ୍ତକ୍ରମର ସାର୍ଥକତା ନେଇ ନିଜ ମନରେ ଦୃଢ଼ ଆସ୍ଥା ସ୍ଥାପିତ ହୋଇ ସାରିବା ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ମନସ୍ଥ କରିଥିଲେ । ସେଥର ସେଠାରେ ରହିଥିଲେ ପ୍ରାୟ ଚାରିମାସରୁ