ପୃଷ୍ଠା:Aama Parala Gajapati.pdf/୨୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସିଂହାସନାସୀନ କୃଷ୍ଣଚନ୍ଦ୍ର

୧୯୧୩ ମସିହା ଏପ୍ରିଲ ୨୬ ତାରିଖ ।

ସେଦିନ ସକାଳୁ ସକାଳୁ ୨୧ ବର୍ଷରେ ପଦାର୍ପଣ କରିଥିବା ଯୁବକ, କୃଷ୍ଣଚନ୍ଦ୍ର ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ, ପୂଜାର୍ଚ୍ଚନା କରିଥିଲେ; ଆଶିଷ ମାଗିଥିଲେ କେବଳ ତାଙ୍କରି ପ୍ରଜାଗଣଙ୍କର ନୁହେଁ, ଏ ଜାତିର ମଙ୍ଗଳପାଇଁ ଜନସେବା କରିବାକୁ ଯଥେଷ୍ଟ ଶକ୍ତି ଏବଂ ସାମର୍ଥ୍ୟ ପ୍ରଦାନ କରିବାପାଇଁ । ତତ୍‌ପରେ ରାଜ ସିଂହାସନାସୀନ ହେବାପାଇଁ ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ । ସେଥିପାଇଁ ନିର୍ମିତ ହୋଇଥିଲା ଏକ ସ୍ୱତନ୍ତ୍ର ମଣ୍ଡପ । ହୋଇଥିଲା, ହୋମ, ଯଜ୍ଞ ଏବଂ ସ୍ୱତନ୍ତ୍ର ପୂଜାର ଆୟୋଜନ ।

ସେଇ ଉତ୍ସବରେ କୋର୍ଟ ଅଫ୍ ୱାର୍ଡ଼ସଙ୍କ ତରଫରୁ ପ୍ରତିନିଧି ରୂପେ ଯୋଗ ଦେଇଥିଲେ ମି.ଏନ୍ ମେକ୍ ମାଇକଲ୍- ଆଇ.ସି.ଏସ୍. । ସେ ଭାରତ ସରକାରଙ୍କ ତରଫରୁ ପାରଳା ରାଜ୍ୟର ଶାସନଭାର ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ଅର୍ପଣ କରିଥିଲେ । ସେଇ ଉତ୍ସବରେ ରାଜକୀୟ ପରମ୍ପରାକ୍ରମେ ଦୁଇଜଣ ମୁସଲିମ୍ ଚୌକିଦାର ଆବୃତି କରିଥିଲେ ‘‘ବୀରଶ୍ରୀ ଗଜପତି ଗୌଡ଼େଶ୍ୱର, ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର, ବିରାଧିବୀରବର ଶ୍ରୀଶ୍ରୀଶ୍ରୀ ଗଜପତି, ଶ୍ରୀଶ୍ରୀଶ୍ରୀ କ୍ଷେତ୍ରପତି, ଶ୍ରୀଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମେହରବାନି-ଇ-ଦୋସ୍ତାନ୍" (ମୋ ରାଜ୍ୟ) । ଏହି ଉପାଧିର ‘ମେହରବାନି-ଇ-ଦୋସ୍ତାନ’ ଅଂଶଟି ଅତୀତରେ ଗୋଲକୋଣ୍ଡାର ଶାସକମାନଙ୍କ ଦ୍ବାରା ବନ୍ଧୁତାର ନିଦର୍ଶନ ସ୍ୱରୂପ ଖେମଣ୍ଡି ରାଜବଂଶକୁ ପ୍ରଦାନ କରାଯାଇଥିଲା । ତେବେ ଗଜପତି କୃଷ୍ଣଚନ୍ଦ୍ର ଭକ୍ତ ଉପାଧିଟିକୁ କୌଣସି ସାଧାରଣ କାର୍ଯ୍ୟବେଳେ ବ୍ୟବହାର ନକରି କେବଳ ରାଜକାର୍ଯ୍ୟ ସହିତ ସଂପୃକ୍ତ ଉତ୍ସବ ଅନୁଷ୍ଠାନଗୁଡ଼ିକରେ ହିଁ ବ୍ୟବହାର କରୁଥିଲେ ।

ସେ ଥିଲେ ପାରଳାରେ ରାଜସିଂହାସନ ଆରୋହଣ କରିଥିବା ସପ୍ତମ ତଥା ଶେଷ ରାଜା । ଇଂରେଜ ସରକାର ଗୋଟିଏ ଜମିଦାରି ରୂପେ ସ୍ୱୀକାର କରିଥିଲେ ସୁଦ୍ଧା ଖେମଣ୍ଡି ପ୍ରଥମରୁ ଥିଲା ଏକ ସ୍ୱତନ୍ତ ଏବଂ ସାର୍ବଭୌମ ରାଜ୍ୟ ଏବଂ ତାହାର ଶାସକଗଣ ମଧ୍ୟ ଥିଲେ ଭାରତ ବିଖ୍ୟାତ