ପୃଷ୍ଠା:Aama Parala Gajapati.pdf/୫୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
କେନ୍ଦ୍ରମଞ୍ଚର କେନ୍ଦ୍ରବିନ୍ଦୁରେ

ବହୁଧା ବିଭାଜିତ ପ୍ରାକୃତିକ ଓଡ଼ିଶାର ଏକୀକରଣ ପରିବର୍ତ୍ତେ ପାରଳା ଗଜପତିଙ୍କ ପ୍ରସ୍ତାବ ଅନୁଯାୟୀ ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ପରିବର୍ତ୍ତିତ ହୋଇଥିଲା । ଓଡ଼ିଆମାନଙ୍କ ଲାଗି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ସମୟକ୍ରମେ ବେଶ୍ ଦାନା ବାନ୍ଧିଥିଲା । କିନ୍ତୁ ସେହି ଧାରାକୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା, ସେଇ ଉତ୍କଳ ସମ୍ମିଳନୀର ଏକ ପ୍ରଭାବଶାଳୀ ଗୋଷ୍ଠୀ ତଥା ସେତେବେଳେ ତାହାର ମଙ୍ଗ ଧରିଥିବା ଗୋପବନ୍ଧୁଙ୍କ ସମେତ ତାଙ୍କ ସମର୍ଥକମାନଙ୍କର କାର୍ଯ୍ୟକଳାପ ଯୋଗୁଁ । ୧୯୨୦ ମସିହାରେ ବାପୁଜୀଙ୍କ ସହିତ ସଂପର୍କ ସ୍ଥାପନ ପରେ ବାପୁଙ୍କ ଭଳି ଗୋପବନ୍ଧୁଙ୍କର ମଧ୍ୟ ହୃଦବୋଧ ହୋଇଥିଲା ଯେ ଭାରତୀୟ ଜାତୀୟ କଂଗ୍ରେସର ସଂଗ୍ରାମ ଆସନ୍ତା ବର୍ଷକ ମଧ୍ୟରେ ସୁଫଳ ଆଣିଦେବ ନିଶ୍ଚୟ ଏବଂ ଦେଶ ସ୍ବାଧୀନ ହୋଇଯିବା ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଭଳି ଆଞ୍ଚଳିକ ସମସ୍ୟାଗୁଡ଼ିକ ଆପେଆପେ ସ୍ୱାଧୀନ ସରକାରଙ୍କ ଦ୍ବାରା ସମାହିତ ହୋଇପାରିବ । ତେଣୁ ଜାତୀୟ ଆନ୍ଦୋଳନକୁ ସର୍ବାନ୍ତଃକରଣରେ ସହାୟତା ଦେବା ସଙ୍ଗେସଙ୍ଗେ ସ୍ୱାଧୀନତା ଆନ୍ଦୋଳନକୁ ବେଶ ଦୃଢ଼ କରିବାକୁ ହେବ ସମଗ୍ର ଭାରତର ପୁରପଲ୍ଲୀରେ ।

ଗାନ୍ଧିଜୀଙ୍କ ସେହି ମତରେ ବେଶ୍ ପ୍ରଭାବିତ ହୋଇଯାଇଥିଲେ ପଣ୍ଡିତ ଗୋପବନ୍ଧୁ । ତେଣୁ ସତ୍ୟବାଦୀ ଗୋଷ୍ଠୀ ସହିତ ଗୋପବନ୍ଧୁଙ୍କ ସମର୍ଥକଗଣ କଂଗ୍ରେସର ସଭ୍ୟ ଶ୍ରେଣୀଭୁକ୍ତ ହୋଇ ତାହାର ଜାତୀୟ କାର୍ଯ୍ୟକ୍ରମଗୁଡ଼ିକରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ଉତ୍କଳ ସମ୍ମିଳନୀର କାର୍ଯ୍ୟକଳାପକୁ ଅଧିକ ଗୁରୁତ୍ତ୍ୱ ଦେଇ ନଥିଲେ ।

ତତ୍‌ପରଠାରୁ ଉତ୍କଳ ସମ୍ମିଳନୀର ନେତୃବର୍ଗଙ୍କ ମଧ୍ୟରେ ଏକ ବିଭାଜନ ସୃଷ୍ଟି ହୋଇଥିଲା କହିଲେ ଚଳେ । ମଧୁବାବୁ ଓ ପାରଳା ମହାରାଜାଙ୍କ ଭଳି ଅନେକ ସମ୍ମିଳନୀ ସଂଗଠକଙ୍କ ହୃଦ୍‌ବୋଧ ହୋଇଥିଲା ଯେ ଅନୁଷ୍ଠାନର ଲକ୍ଷ୍ୟବିନ୍ଦୁ ତଥାପି ଅପହଞ୍ଚ ହୋଇ ରହିଥିବା ଯୋଗୁଁ ସେଥିପାଇଁ ଚାଲିଥିବା ଉଦ୍ୟମରୁ ବିରତି ନେବା ସ୍ପୃହଣୀୟ ନୁହେଁ । ଅପର ପକ୍ଷରେ ସମ୍ମିଳନୀର