ପୃଷ୍ଠା:Akashare Luchakali.pdf/୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶରେ ଲୁଚକାଳି

ଚନ୍ଦ୍ରର ଆଲୁଅ ଢେର କମ୍ । କାମଦାମକୁ ନୁହେଁ, ହେଲେ ବି ସେ ନରମ ଆଲୁଅଟା ଆରାମ ଲାଗେ । ଜହ୍ନରାତିରେ ମନଟା ହାଲୁକା ଲାଗେ । ପୂଜା ପରବ ମେଳା ମଉଛବ ପାଇଁ ଖୁବ୍ ବଢିଆ । ଚନ୍ଦ୍ରକୁ ଚାହିଁହୁଏ, ସେ ସୂର୍ଯ୍ୟ ଭଳି ଆଖି ଝଲସାଇ ଦିଏନାହିଁ । ପିଲାଙ୍କ ପାଖରେ ସେ ଟିକିଏ ବେଶୀ ଆଦର ପାଇଲା । ତା'ର ଗେହ୍ଲା ନାଁ ରହିଲା ଜହ୍ନ ବା ଜହ୍ନମାମୁ ।

ଲୋକକଥା

Akashare Luchakali.pdf

ତା' ଦେହରେ ଦିଶୁଥିବା କଳା ଦାଗକୁ ନେଇ କିଏ କେତେ ଗପ ଗଢିଲା । ସେ କଳା ଦାଗକୁ କିଏ ଠେକୁଆ କହିଲା ତ କିଏ ମଣିଷ ରୂପରେ ଦେଖିଲା । ଦିନକୁ ଦିନ ଚନ୍ଦ୍ରର ଆକାର ବଦଳା ବି ମଣିଷକୁ ଆଚମ୍ବିତ କଲା । ତାକୁ ନେଇ ସେ ଆହୁରି କେତେ କାହାଣୀ ଫାନ୍ଦିଲା । ଏହିଭଳି ସୂର୍ଯ୍ୟ ଚନ୍ଦ୍ର ମଣିଷ ମନରେ ବସା ବାନ୍ଧିଲେ । ମଣିଷ ତାଙ୍କୁ ପୂଜା ଆଦର କଲା । ଏହି ଆଳରେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଲାଗିଲା । ଏ ସବୁକୁ ନେଇ ମଣିଷର ବିଜ୍ଞାନୀ ମନ କେତେ ତତ୍ତ୍ୱ ବାଢିଲା । ଦିନ, ବର୍ଷ, ମାସ ମାପିଲା; ଋତୁ ଚିହ୍ନିଲା । ତା' ମନରେ ସବୁବେଳେ ଗୋଟିଏ ଡର ରହିଲା । ଏ ଦୁଇ ଉପକାରୀ ସାଥିଙ୍କୁ ଯଦି କେହି କେବେ ନେଇଯାଏ ?