ପୃଷ୍ଠା:Ama Deha (BB Patnaik 1940) o.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗ୍ରନ୍ଥ ପ୍ରବେଶ

ଏହି ବହୁମୂଲ୍ୟବାନ ମହୋପକାରୀ ପୁସ୍ତକଖଣ୍ଡିକ ଡାକ୍ତର ବନବିହାରୀ ପଟ୍ଟନାୟକ ପ୍ରଣୟନ କରି ସମଗ୍ର ଉତ୍କଳଖଣ୍ଡର ସାଧୁ ବାଦ ଅର୍ଜ୍ଜନ କରିଅଛନ୍ତି, ଏଥିରେ ମତଦ୍ୱୈଧର ଅବକାଶ ନାହିଁ । ଉତ୍କଳ ଭାଷାରେ ଏଭଳି ଗ୍ରନ୍ଥ ଆଉ ନାହିଁ । ସାଧାରଣଙ୍କୁ ଶରୀରବିଜ୍ଞାନ ସରଳ ଭାଷାରେ ବିଶଦ ରୂପେ ବୁଝାଇବା ସକାଶେ ଏହାହିଁ ଏକମାତ୍ର ଉତ୍କୃଷ୍ଟ ପୁସ୍ତକ । ଏହି ସାରବାନ୍ ଓ ଶିକ୍ଷାପ୍ରଦ ଗ୍ରନ୍ଥଖଣ୍ଡିକ ପ୍ରତ୍ୟେକ ଚିକିତ୍ସକ ତଥା ଗୃହସ୍ଥ ଉଭୟଙ୍କର ସମଭାବରେ ଉପଯୋଗୀ । ଶରୀରତତ୍ତ୍ୱରୂପ ଜଟିଳ ବିଷୟକୁ ଚିଭ୍ରସମ୍ବଳିତ କରି ଏଭଳି ସହଜଭାବରେ ପ୍ରକାଶ କରିବା ଅନ୍ୟ କାହାରି ଦ୍ୱାରା ହୋଇ ନାହିଁ । ଏ ଗ୍ରନ୍ଥର ପ୍ରତ୍ୟେକ କଥା ବହୁ ଦର୍ଶନ ଓ ଅଭିଜ୍ଞତାମୂଳକ, ଏହା ଅସଙ୍କୋଚରେ ବୋଲାଯିବ । ଶରୀରବିଜ୍ଞାନର ଦୁର୍ବୋଧ୍ୟ ଓ ନିଗୂଢ଼ ତତ୍ତ୍ୱସମୂହ ଏ ଭଳି ସରଳ, ସୁସ୍ପଷ୍ଟ ଓ ସହଜଭାବରେ ଅନ୍ୟ କୌଣସି ପୁସ୍ତକରେ ପ୍ରଦର୍ଶିତ ହୋଇ ନାହିଁ । ଗ୍ରନ୍ଥକାର ନିଜର ବହୁ ଦର୍ଶନ ସହିତ ବହୁ ଉତ୍କୃଷ୍ଟ ଗ୍ରନ୍ଥରୁ ସାର ସଂଗ୍ରହ କରି ପୁସ୍ତକ ଖଣ୍ଡିକୁ ବିଶେଷ ପ୍ରୟୋଜନୀୟ ଓ ଉପକାରୀ କରିଅଛନ୍ତି ଏବଂ ଗଭର୍ଣ୍ଣମେଣ୍ଟଙ୍କ ଅର୍ଥାନୁକୂଲ୍ୟରେ ଏହା ପ୍ରକାଶିତ ହେବାରୁ ଉଭୟହିଁ ଦେଶର ତଥା ଜାତିର ଅଶେଷ ଧନ୍ୟବାଦାର୍ହ ।

କଟକ
}
ଶ୍ରୀ ଶଶିଭୂଷଣ ରାୟ
ତା ୧୫/୩/୧୯୪୦ ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜ