Jump to content

ପୃଷ୍ଠା:Amari jatir agua neta.pdf/31

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଖିବା କ’ଣ ହେଉଛି ? ମୋର ବିଶ୍ୱାସ ଇ°ରେଜ ମାନେ ଏଥିରେ ହଟିବେ ।

ବକ୍ସିଙ୍କର ଏଇ ନୂଆ କୌଶଳ ସମସ୍ତଙ୍କ ମନ କୁ ପାଇଲା ।ଇଂରେଜ ସରକାରଙ୍କ ସ ହିତ ଅସ ହେଯାଗ ଆନ୍ଦଳନ ଚାଲିଲା। ଶେଷରେ ବକ୍ସିଙ୍କୁ ଧରାଇ ଦେଲେ ପାଞ୍ଚ ହଜାର ଟଙ୍କା ପୁରସ୍କାର ଦେବା ପାଇଁ ଇଂରେଜ ସରକାର ଘୋଷଣା କଲେ । ତା’ର କିଛି ମୂଲ୍ଯ ନହେବାରୁ କଟକ କମିଶନର ଚିଠି ଲେଖି ଜଣାଇଲେ ଯେ ଜଗବନ୍ଧୁ ନିଜେ ଆସି ଧରାଦେଲେ ତାଙ୍କର ଜୀବନ ରକ୍ଷା ହେବା ସଙ୍ଗେ ସଙ୍ଗେ ତାଙ୍କର ଚଳିବା ପାଇଁ ଏକ ଭତା ଖଞ୍ଜି ଦିଆଯିବ। ସେ କୌଣସି ସ୍ଥାନରେ ନଜର ବନ୍ଦୀ ହୋଇ ରହିବେ। କିନ୍ତୁ ଏହି ଚିଠି ର ଉତ୍ତର ମିଳି ନ ଥିଲା।

ତା ପରେ ଜଗବନ୍ଧୁ ତାଙ୍କ ପୋଷିଆଁ ପୁଅ ଗୋପିନାଥଙ୍କ ହାତର ପୁରୀର ମାଜିଷ୍ଟ୍ରେଟ୍ ଙ୍କ ପାଖକୁ ଓଡିଆରେ ଲେଖି ଗୋଟିଏ "ଚିଟା ଊ" ପଠାଇ ଥିଲେ। ଏଥିରୁ ବକ୍ସି ଙ୍କର ମନର ବଳ; ସା ହସ, ଉଦାରତା, ଗରୀବ ଲୋକମାନ ଙ୍କ ପ୍ରତି

31