Jump to content

ପୃଷ୍ଠା:Amari jatir agua neta.pdf/44

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାଣ ହରାଇଲେ। ଦଳବେହେରା ନିଜକୁ ଲୁଚାଇ ସୁଯୋଗ ଉଣ୍ଡିଲେ ଦାଉ ସାଧିବାକୁ। ନିଜର ଶ୍ୱଶୁର ଘର ବଡପାରିରେ ସେ ରହୁଥିବା ଜାଣି ଇଂରେଜମାନେ ତାହା ଆକ୍ରମଣ କଲେ। କିନ୍ତୁ ଚତୁଅ ଦଲବେହେରା ସେଠାରୁ ଛପି ଛପି ଚାଲି ଗଲେ। ଚିଲିକା କୂଳ ପାହାଡ ଜଙ୍ଗଲରେ ଲୁଚି ବୁଲିଲେ।

ସେଠାରୁ ସେ ବିଦ୍ରୋହର ନିଆଁ ଜାଳିଲେ। ଇଂରେଜମାନଙ୍କୁ ଲୁଚି ଛପି ମାରିଲେ। ଇଂରେଜମାନେ ଏଥିରେ ଡରିଯାଇ ଘୋଷଣା କଲେ ଯେ ଦଲବେହେରାଙ୍କୁ ଯିବତ ବା ମୃତ ଅବସ୍ଥାରେ ଧରାଇ ଦେଲେ ପ୍ରଚୁର ପୁଅସ୍କାର ଦିଆଯିବ। କିନ୍ତୁ ଏଇ ଘୋଷଣାରେ ହିଁ ରହିଲା। କିଏ ବା ତାଙ୍କୁ ଧରାଇବ?

ଥରେଖୁବ୍ ଝଡ ଝଞ୍ଜା ହେଲା। ଚିଲିକା କୂଳ ସୋରଣ ଗାଁରେ ବହୁ ଲୋକଙ୍କର ଘରଦ୍ୱାର ଭାଙ୍ଗିଗଲା। ଜଣେ ମାଛଧରାଳିର ନାଆଟି ଚିଲିକାରେ ବୁଢିଗଲା। ସେ ବିଚରା ପାଟ ପୋଷିବାର ଆଶା ଭରସା ହରାଏଲା। ଦିନେ ସେ