ପୃଷ୍ଠା:Apabhramsabodhini (1892).pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶ୍ରୀମାନ୍ ସକଳ ଗୁଣିଗୁଣ-ଗ୍ରହଣ-ପଣ୍ତିତ ପରମାଦରଣୀୟ

ଶ୍ରୀରାଧାନାଥ ରାୟ

ମହୋଦୟେଷୁ ।

ସବିନୟମର୍ପିତମିଦଂ-

ମହାଶୟ,

ଆପଣଙ୍କର ସାଧୁଜନାନୁମୋଦିତ ସଦ୍‌ଗୁଣଚରିତ୍ରାଦିଗୁଣ‌ଗ୍ରାହିତା ସନ୍ଦର୍ଶନ କରି ମୋହର ପ୍ରଥମୋଦ୍ୟମର ଏହି "ଅପଭ୍ରଂଶବୋଧିନୀ" ପୁସ୍ତିକା ଖଣ୍ତିକ ଆନ୍ତରିକ ଭକ୍ତିର ଚିହ୍ନ ସ୍ୱରୂପ ଆପଣଙ୍କ କରକମଳରେ ଅର୍ପଣ କଲି, ଏଥିରେ ଅପଭ୍ରଷ୍ଟ ଓ ବିକୃତ ଶବ୍ଦମାନଙ୍କର ମୌଳିକ ସାଧୁଶବ୍ଦ ନ୍ୟସ୍ତ ଥିବାରୁ ସର୍ବଶ୍ରେଣୀୟ ଉତ୍କଳପାଠକମାନଙ୍କର ଶବ୍ଦବ୍ୟବ‌ହାର ସମ୍ବନ୍ଧରେ ଗୋଟିଏ ବିଶେଷ ଅଭାବ ଦୂରୀଭୁତ ହେବାର ନିତାନ୍ତ ସମ୍ଭବ । ଏଥକୁ ଆପଣ ଆମୂଳପରୀକ୍ଷା କରି ଆନୁକୁଲ୍ୟ ପ୍ରଦର୍ଶନପୂର୍ବକ ସ୍ୱଦେଶୀୟ ଭାଷାଧ୍ୟାୟି-ଛାତ୍ରମାନଙ୍କର କିୟତ୍ ପରିମାଣରେ ସ‌ହାୟତାଦ୍ୱାରା ଏହି ସଦାନୁଗତ ଗ୍ରନ୍ଥକାରକୁ କୃତଜ୍ଞତାପାଶରେ ଆବଦ୍ଧ କରନ୍ତୁ । ଇତି ।

୧୨/୧୨/୧୮୯୨ କଟକ

କିମଧିକଂ ଶ୍ରୀ ବିଜ୍ଞବରେଷୁ ବଶମ୍ବଦ ଶ୍ରୀ ଆର୍ତ୍ତ‌ତ୍ରାଣ ଶତପଥୀ ।