Jump to content

ପୃଷ୍ଠା:ArataDhwansanaNityananda.djvu/୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଆରତ ଧ୍ୱଂସନ


ପ୍ରଥମ ଛାନ୍ଦ

କୃପାସିନ୍ଧୁ ଦୀନବନ୍ଧୁ ଅଘତମଇନ୍ଦୁ ଆହେ ଆତଙ୍ଗନାଶନ ।
ହେ ନନ୍ଦନନ୍ଦନ ପାଦ କରି ଧ୍ୟାନ କେବଣ ପତିତଜନ ।

ମହାପ୍ରଭୁ ହେ । ୧ ।


ଦୀନ ଅପରାଧୀ ଦୁଃଖଜଳଧିରେ ପଡ଼ି ବିଚାରଇ ମନ ।
ଦୁଃଖ ସନ୍ତାପ ଖେଦଭାଇ ଛାମୁରେ କରିବାକୁ ନିବେଦନ ।

ମହାପ୍ରଭୁ ହେ । ୨ ।
ପଡି । ଛପି ବାଣୀ

ନୀଳନବଘନ ସୁନ୍ଦରବଦନ ଶ୍ରୀମୁଖମାଧୁରୀ ଅତି ଶୋଭା ।
ଶିରେ ଶିଖୀଚୂଳେ ମାଳତୀ ବକୁଳେ ଝଙ୍କାରୀ ମଧୁପକୁଳ ପ୍ରଭା ॥
ଅଳକାବଳୀ କି ଅଳି-ଶିଶୁପନ୍ତି ଶ୍ରୀମୁଖ ନବନଳୀନ ଜାଣି ।
କପାଳେ ଚନ୍ଦନବିନ୍ଦୁ ଶୋଭାବନ ଉଦେ ହୋଇଛି କି ନିଶାମଣି ॥
ଭ୍ରୂଲତା ସୁନ୍ଦର କିଏ ଏ କାମକରକୋଦଣ୍ଡ ରଖିଛି ପ୍ରତେ ହୋଏ ।
ବିକଚକମଳ ପ୍ରାୟ ବେନିଡ଼ୋଳ ଲହରୀ ଖେଳଇ କର୍ଣ୍ଣଯାଏ ॥
ମନୋହର ନାସାପୁଟେ ସୁଘଟିତ ବର୍ତ୍ତୁଳ ଗଜମୁକୁତାବର ।
ବିମ୍ବଫଳ-ଜ୍ୟୋତି ଅଧରପଲ୍ଲବ ମନ୍ଦହାସ ମୋହେ ତିନିପୁର ॥
ମକରକୁଣ୍ଡଳ କି ରବିମଣ୍ଡଳ କର୍ଣ୍ଣେ ଝଟକନ୍ତି ତେଜ ଘେନି ।
ଭକତ-ଦୁଃଖ ତିମିର ନାଶିବାକୁ ଉଦେ ହୋଇଛି କି ରବି ବେନି
ଚାରୁକଣ୍ଠେ ଶୋହେ ମୁକୁତା କନକକଣ୍ଠୀ ମିଶି ମିଶି ବନମାଳ ।
କଉସ୍ତୁଭମଣି ଗୁରୁ ତାର କିଣି ଅନୁପମର ତରଙ୍ଗକୁଳ ॥