ପାଇଛି ଏବଂ ମିଶି ଯାଇଛି ତଳ ଜଙ୍ଘାର ସମତଳରେ । ଫଟୋ ନଂ.୨୧ ଦେଖନ୍ତୁ । ଯଦିଓ ମଣ୍ଡପ ତଥା ପୀଠ ପଞ୍ଚରଥ ପରିକଳ୍ପା, ପାଗଗୁଡ଼ିକ ଖୁବ୍ ସ୍ପଷ୍ଟ ନୁହେଁ । ଫଳତଃ ୨ୟ ପୃଷ୍ଠର ବାଡ଼ ଗୋଟିଏ ସମତଳ ପୃଷ୍ଠଭଳି ଦିଶୁଛି, ଏହା ମୂଳ ମନ୍ଦିରରେ ଅଚିନ୍ତୀୟ । ଦ୍ୱିତୀୟ ପୀଠ ଉପରେ ବଡ଼ ସୋପାନ ଶେଷ ହୋଇଛି । ଏହା ଉପରେ ୧୧ ଫୁଟ୍ ସ୍ଥାନ ଅଛି ପରିକ୍ରମାପାଇଁ କିନ୍ତୁ ମଣ୍ଡପ ଦେବାଲ ଉଠି ନାହିଁ ୧୧ ଫୁଟ୍ ପରେ । ସେଠାରୁ ଆରମ୍ଭ ହୋଇଛି ୪'- ୫ ଉଚ୍ଚ ତୃତୀୟ ପୃଷ୍ଠ । ତୃତୀୟ ପୃଷ୍ଠ ଦେହରେ ତିି କାମ- ଖୁର, ପଟ, ବସନ୍ତ ।
ତୃତୀୟ ପୀଠ ଉପର ଦାଢ଼ରୁ ୧'-୯ ଭିତରକୁ ଆରମ୍ଭ ହୋଇଛି ମଣ୍ଡପର ଦେବାଲ । ତୃତୀୟ ପୀଠର ୪'-୫ ଚଢ଼ିବାକୁ ଚାରି ପଟେ ପୁଣି ଚାରିଟି କ୍ଷୁଦ୍ର ସୋପାନ ଅଛି । ନାଟମଣ୍ଡପର ପ୍ରଥା ମତ ଦେବାଲ୍ ବୋଲି କିଛି ନାହିଁ, ଚାରି ପଟେ ଦଶଟି ଖୋଲା ଦୁଆର ଅଛି । ଏହାର ବନ୍ଧ ନାହିଁ କି କବାଟ ନାହିଁ, ଖୋଲା ଅଂଶ ଉପରେ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ଲିଣ୍ଟେଲ୍ ଥିଲା, ଯାହାର ଖଣ୍ଡ ବର୍ତ୍ତମାନ ବଟଗଛ ନିକଟରେ ପଡ଼ିଛିା ଖମ୍ବ ଉପରେ ଗୋଟିଏ ଚନ୍ଦ୍ରାତପ ସିଲିଂ ଥିଲା । ଯାହା ନାଟମଣ୍ଡପ ନିକଟରେ ପଡ଼ିଥିବା ଦେଖାଯାଇଥିଲା ୧୯୦୨ ସଂସ୍କାର ସମୟରେ । ଖମ୍ବଗୁଡ଼ିକ ଚତୁଷ୍କୋଣ ଏବଂ ବେଧ ସମାନ ନୁହେଁ । ରେଖାଚିତ୍ର ନଂ.୧୨ ଦେଖନ୍ତୁ । ଏହା ଦେହର ବିଭି୍ନ ଅଂଶର ମାପ ନିମ୍ନରେ ରଖାଗଲା :
ମୂଳରୁ ଉପରକୁ | – | ୨'-୧୦ - କୌଣସି କାରୁକାର୍ଯ୍ୟ ନାହିଁ । |
ପାଭାଗ | – | ୨'- ୧/୪ |
ତଳଜଙ୍ଘା | – | ୩' - ୮ |
ବନ୍ଧନ | – | ୧'-୨.୧/୪ |
ମୋଟ | – | ୯'- ୮.୧/୨ |
ଏହା ଉପରକୁ ଧ୍ୱଂସ ପ୍ରାପ୍ତ ଖମ୍ବଗୁଡ଼ିକର ଚାରିପଟେ ଏବଂ ଦେବାଲ୍ର ବାହାର ପଟେ ନାନା ଅଳଂକରଣ ଥିଲେ ମଧ୍ୟ, ଦେବାଲ୍ର ଭିତର ଅଂଶ ସମ୍ପୂର୍ଣ୍ଣ ଅଳଂକରଣଶୂନ୍ୟ । ସ୍ଥାପତ୍ୟଗତ ଭି୍ନତା ଛଡ଼ା ମୂଳମନ୍ଦିର ଓ ନାଟମଣ୍ଡପ ମଧ୍ୟରେ ଶିଳ୍ପଗତ ଭି୍ନତା ଅନେକ । ସେ ଆଲୋଚନା ହେବ ଚତୁର୍ଥ ପରିଚ୍ଛେଦରେ ।
୧୨୪ . ଅର୍କକ୍ଷେତ୍ର କୋଣାର୍କ