ରନ୍ଧନଶାଳା :
ନାଟମଣ୍ଡପରେ ଦକ୍ଷିଣ ଦିଗରେ ୧୨୦ ଫୁଟ ଦୂରରେ ଗୋଟିଏ ରନ୍ଧନଶାଳା ଗଢ଼ା ହୋଇଥିଲା ଯାହା ୮ ନମ୍ବର ରେଖାଚିତ୍ରରେ ପୃଷ୍ଠା-୧୦୬ରେ ଦେଖାଯାଇଛିା ଏହାର ଚାରିପଟେ ଆହୁରି ଚାରିଟି ଛୋଟବଡ଼ ଘର ଗଢ଼ା ହୋଇଥିଲା । ବର୍ତ୍ତମାନ କିଛି ଭଙ୍ଗା ଖମ୍ବ ବ୍ୟତୀତ ଦେବାଲ୍, ଛାତ କିଛି ନାହିଁ । ଏବଂ ଦେବାଲ୍ ଥିବାର ଚିହ୍ନ ମଧ୍ୟ ଦିଶୁ ନାହିଁ । ପୀଠଗୁଡ଼ିକ ଭୂମିଠାରୁ ଦୁଇ ତିି ଫୁଟ ଉଚ୍ଚା ପୀଠ ଓ ଖମ୍ବଗୁଡ଼ିକ କିଛି ଖଣ୍ଡୋଲାଇଟ୍ ଓ କିଛି ଲାଟେରାଇଟ୍ରେ ଗଢ଼ା ହୋଇଥିଲା, ଯେଉଁଥିରେ କୌଣସି କାରୁକାର୍ଯ୍ୟ ନାହିାଁ ପେଜ ଢଳା ନଳା, ଗୋଟିଏ ଚୁଲିର ଭଗ୍ନାଂଶ ଓ ଯୋଡ଼ିଏ ବଡ଼ ପାଣିକୁଣ୍ଡ ଦେଖି କରୁଣାସାଗର ଏହାକୁ ରନ୍ଧନଶାଳା ରୂପେ ଚିହ୍ନିତ କରିଛନ୍ତି । ଏସବୁ ଧର୍ମଶାଳାରେ ମଧ୍ୟ ଥାଇପାରେ । ପୀଠର ଉତ୍ତର-ପୂର୍ବ କୋଣରେ ଗୋଟିଏ କୂଅ ଅଛି- ପଥର ଓ ପୋଡ଼ା ଇଟାରେ ତିଆରି । ତାହାର ପଥର ବନ୍ଧ ଉପରେ ଗୋଲ ଗୋଲ ଖାଲୁଆ ଜାଗା ଦେଖି କରୁଣାସାଗର ବିଶ୍ୱାସ କରନ୍ତି, ବହୁଦି ଜଳପାତ୍ର ରହି ରହି ଏପରି ହୋଇଛି । ଏଗୁଡ଼ିକ କୂଅର ଗୋଟିଏ ଦିଗରେ ଅଛି ଏପରିକି ତଳେ ମଧ୍ୟ ଅଛି । ଗାତଗୁଡ଼ିକ ଯେତେ ଗଭୀର ହୋଇଛି ସେଥିରୁ ମନେହୁଏ ଏଗୁଡ଼ିକ ଭାସ୍କର କାଟି ଦେଇଛି । ଦୃଷ୍ଟିଯୋଗ୍ୟ ଏହି କେତୋଟି ଗୋଲ ଗର୍ତ୍ତ ଛଡ଼ା ରନ୍ଧନଶାଳା ଓ ତାହାର ସହଯୋଗୀ ପୀଠମାନଙ୍କରେ କୌଣସି ନାନ୍ଦନିକ କାର୍ଯ୍ୟ ନାହିଁ ଯାହା ମୂଳ କୋଣାର୍କ ଶିଳ୍ପୀ ପାଇଁ ଅଚିନ୍ତନୀୟ । ଆହୁରି ଗୋଟିଏ ବିଷୟ ଚିନ୍ତୀୟ, ନାଟମଣ୍ଡପ ଯେବେ ଭୋଗମଣ୍ଡପ ହୋଇଥାଆନ୍ତା, ରନ୍ଧନଶାଳା ୧୨୦ ଫୁଟ ଦୂରରେ ଗଢ଼ା ହୁଅନ୍ତା ନାହି । ଗୋଟିଏ କଥା ସ୍ପଷ୍ଟ, ଏ ଗୃହଗୁଡ଼ିକ ରନ୍ଧନଶାଳା ହେଉ ବା ଧର୍ମଶାଳା ହେଉ, ମୂଳମନ୍ଦିର ଏପରିକି ନାଟମଣ୍ଡପର ମଧ୍ୟ ସମସାମୟିକ ନୁହେଁ । ପରବର୍ତ୍ତୀ ସମୟର ପ୍ରୟୋଜନରେ ଗଠିତା ଏହା ଆଉ ଗୋଟିଏ ଦିଗକୁ ନିର୍ଦ୍ଦେଶ କରୁଛି - କୋଣାର୍କ ମନ୍ଦିର ଗଢ଼ାହେବା ପରେ ବହୁବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଥିଲା ।
ଅର୍କକ୍ଷେତ୍ର କୋଣାର୍କ . ୧୨୫