ପୃଷ୍ଠା:Arkakshetra konark.pdf/୧୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=162]]
ଫଟୋ-୪୩: ମନ୍ଦିରର ଦକ୍ଷିଣରେ ଦୃଶ୍ୟ

ପୀଢ଼ର କିଛି ଅଂଶ ଏତେ କ୍ଷତିଗ୍ରସ୍ତ ହୋଇଥିଲା ଯେ, ବିଶାଳ ପଥର ଦେବାଲ ଗଢ଼ି ସେ ଅଂଶ ବାନ୍ଧି ଦିଆଯାଇଛି । ଜଗମୋହନ ଓ ଭଗ୍ନ ବିମାନର ଦକ୍ଷିଣ ଦିଗର ଅଧିକାଂଶ ପାଇପ୍‍ ଜାଲିରେ ବାନ୍ଧି ରଖିଛନ୍ତି ଏ.ଏସ୍‍.ଆଇ. । ଶୁଣାଯାଏ, ସଂରକ୍ଷଣ ଓ Chemical Treatment ପାଇଁ ଏ ଭାରା Scafolding ଗଢ଼ା ଯାଇଛି, କିନ୍ତୁ କୌଣସି କାର୍ଯ୍ୟ ହେଉଥିବାର ଦେଖାଗଲା ନାହିଁ । ଏପରି ପିଞ୍ଜରାବଦ୍ଧ ହୋଇ କୋଣାର୍କ ରହିଛି ବହୁବର୍ଷ ଧରି ।

ଗାର୍ହସ୍ଥ୍ୟ, ସାମାଜିକ ଏବଂ ରାଜନୈତିକ ଦୃଶ୍ୟାବଳୀର ସଂଖ୍ୟା ମଧ୍ୟ ଅଳ୍ପ ୁହେଁ । ପି୍ରୟ ବିରହ-କାତର ଅଳସ କନ୍ୟା, ଯୁଦ୍ଧ ପ୍ରତ୍ୟାଗତ ସୈିକ ସହ ବାଟ ମଧ୍ୟରେ ସ୍ତ୍ରୀ ସହିତ ଦେଖା, ପିଲାଙ୍କ ସହିତ ପୁର୍ମିଳନ, ବାଳକଟା (ଖଣ୍ଡାଧାରରେ) । ବୃଦ୍ଧାର ବିଦେଶ ଯାତ୍ରା, ରାଜାଙ୍କ ଜଗନ୍ନାଥଙ୍କୁ ମାଲ୍ୟଦାନ, ଅଶ୍ୱପୃଷ୍ଠେ ବୀରରାଜା । ଆଫି୍ରକାରୁ ଜଣେ ବ୍ୟବସାୟୀ ଜିରାଫ୍‍ ବିକିବାକୁ ଆସିଛି, ଡିଭାନ୍‍ ଉପରେ ଏକାକିୀ ରାଜରାଣୀ, ଏହିପରି ବହୁ ବିଷୟ । ଗୋଟିଏ ସଂରକ୍ଷଣ କାର୍ଯ୍ୟ ଅତି ଦୃଷ୍ଟିକଟୁ, ଦେହର ମଧ୍ୟାଂଶ ସିମେଣ୍ଟ-ବାଲି ବାକ୍ସ ଭିତରେ, ମୁଣ୍ଡ ଓ ଗୋଡ଼ ବାହାରି ରହିଛି (ଫଟୋ-୪୨) । ଅନ୍ୟତ୍ର ମୁଣ୍ଡ ଜାଗାରେ ଚଉରସ ପଥର ଖଣ୍ଡେ ବସାଯାଇଛି । ଏ ବିଶ୍ୱ ଐତିହ୍ୟ ଉପରେ ଚିନ୍ତା ଭାବନା ଶୂ୍ୟ ଅତ୍ୟାଚାର, କଳାପାହାଡ଼ର ଅତ୍ୟାଚାରଠାରୁ ବଳିଗଲା । INTACHର ବିଳାପ ଅନର୍ଥକ ନୁହେଁ । ଯେତେ ଶୀଘ୍ର ସମ୍ଭବ ଏହାର ଉଚିତ ସଂସ୍କାର କରିବା

ପ୍ରୟୋଜନା ASI ଶୁଣିବେକି?

୧୬୨ . ଅର୍କକ୍ଷେତ୍ର କୋଣାର୍କ