ପୃଷ୍ଠା:Arkakshetra konark.pdf/୧୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଉପରଜଙ୍ଘାରେ, ପ୍ରତିଟି ଦିକ୍‍ପାଳ ଉପରେ ଗୋଟିଏ ଗୋଟିଏ ପୀଢ଼ ମୁଣ୍ଡି ମଧ୍ୟରେ ସେମାନଙ୍କର ଶକ୍ତିମାନେ ଅଧିଷ୍ଠିତା ଥିଲେ । ଦୁଃଖର ବିଷୟ ଦିକ୍‍ପାଳ ଓ ସେମାନଙ୍କ ଶକ୍ତି ଗୋଟିଏ ହେଲେ ସ୍ୱସ୍ଥାନରେ ନାହାଁନ୍ତି । ଧ୍ୱଂସସ୍ତୂପରୁ ଖୋଜା ଲୋଡ଼ା କରି କିଛି ସ୍ଥାନ ପାଇଛି ମ୍ୟୁଜିୟମ୍‍ରେ ବାକି ସବୁ ଗଲେ କୁଆଡେ଼ ? ବିପର୍ଯ୍ୟୟ କ'ଣ ବାଛି ବାଛି ଏଇ ମୂର୍ତ୍ତିିଗୁଡ଼ିକୁ ଧ୍ୱଂସ କଲା ! ସେମାନେ ହୁଏତ ଏବେ ମଧ୍ୟ ମିଳିପାରନ୍ତି ଆଖ ପାଖ ଗ୍ରାମ ମନ୍ଦିରମାନଙ୍କରେ ଖୋଜା ଲୋଡ଼ା କଲେ । କେତେକ ମୂର୍ତ୍ତି ବିଦେଶ ଚାଲାଣ ହୋଇଯାଇଥିବା ସମ୍ଭବ ।

ପୂର୍ବ ପଟ ବାଡ଼ର ତଳ ଓ ଉପରଜଙ୍ଘାରେ ବଡ଼ ମାପର ମୂର୍ତ୍ତିି ମିଳୁଛି ଦୁଇଟି ନାରୀ ସହିତ ରତି କ୍ରୀଡ଼ାରେ ମଗ୍ନ ଗୋଟିଏ ନର । ଗୋଟିଏ ଅପୂର୍ବ ସୁନ୍ଦର ମିଥୁ ଗୋଟିଏ ଗଜ ସିଂହ, ଗୋଟିଏ ଭୟାଳ, ଯୋଡ଼ିଏ ମିଥୁ ଏବଂ ଆଉ ଗୋଟିଏ ଗଜ ସିଂହ । ଏହାଛଡ଼ା ଅନୁରଥମାନଙ୍କରେ ସରୁଆ ପଟି ଉପରେ ଅଛି ଅନେକ ଗୁଡ଼ିଏ miniature ଭାସ୍କର୍ଯ୍ୟ ଯାହାର ବିଷୟ ମଧ୍ୟ ରତିରଙ୍ଗ । ନଗ୍ନତାକୁ ବାଦ୍‍ ଦେଇ ଦେଖିଲେ ପ୍ରତିଟି miniature ଉତ୍କୃଷ୍ଟ ଶିଳ୍ପ ।

ଜଗମୋହନର ପୂର୍ବ ଦିଗରୁ ଦକ୍ଷିଣ ଦିଗକୁ ମୋଡ଼ ନେଲେ ଅଧିକ ଆଗେଇ ପାରିବେ ନାହିଁ । ପ୍ରାୟ ଅନର୍ଥପାଗ ଠାରୁ ଗଇଣ୍ଠାଳ ଟପି ବିମାନର ଅନର୍ଥ ପାଗ ଯାଏ ଲୁହା ପାଇପରେ ପିଞ୍ଜରା ଭଳି ବାନ୍ଧି ରଖିଛନ୍ତି ASI ବହୁ ବର୍ଷ ଧରି । ଖସି ପଡ଼ିଥିବା ପଥର ଖଣ୍ଡ ସେ ପିଞ୍ଜରାରେ ଲାଖି ରହିଥିବା ନଜରକୁ ଆସିପାରେ । ଦକ୍ଷିଣ ବାଡ଼ର ଉପରଜଙ୍ଘାରେ ଦୁଇଟି ମୂର୍ତ୍ତିି ମିଳୁଛି । ଅନୁରଥ ମଧ୍ୟରେ ଲୁହା ପାଇପ୍‍କୁ ଅଗ୍ରାହ୍ୟ କରି ମୈଥୁ ମଗ୍ନ ନରାରୀ ଓ ମିଳନପିୟାସୀ ନାରୀ, ତଳଜଙ୍ଘା ଓ ଉପରଜଙ୍ଘା ମିଶି ଆଠଟି ଛୋଟ ମୂର୍ତ୍ତିି ଅଛି, ସବୁଗୁଡ଼ିକ ମିଥୁା ଦେବ ଦେବୀ ଅଥବା ଅନ୍ୟ କୌଣସି ମୂର୍ତ୍ତିି ନାହିଁ । ମନ୍ଦିରର ଉତ୍ତରବାଡ଼କୁ ଆସିଲେ ପୁଣି ସେଇ ମିଥୁନ, ମୈଥୁନ, ଭୟାଳ, ଗଜସିଂହ ଇତ୍ୟାଦି ଦେଖାଯିବ । ଦେବଦେବୀ ମନ୍ଦିର ବାଡ଼ରୁ ଲୋପ ପାଇଯାଇଛି । କେତୋଟି ବିଷୟ ଉଲ୍ଲେଖଯୋଗ୍ୟ ।

[[ଫାଇଲ:|423px|page=180]]

ଅନେକ ମୂର୍ତ୍ତିି ସାଧାରଣ ମଣିଷ ମାପର ଏବଂ ରତି ଚର୍ଚ୍ଚା ହେଉନାହିଁ କୌଣସି ଅଳ୍ପାଲୋକିତ କୋଣରେ । ଅଳସୀ କନ୍ୟା ସ୍ୱାଭାବିକ ଭାବେ ଅପେକ୍ଷାରତ ଥାଏ ପ୍ରେମିକ ଆଗମନ ପାଇଁ । କିନ୍ତୁ ପ୍ରେମିକ ଆଗମନ ପରେ ମଧ୍ୟ ମୈଥୁନରତ ପ୍ରେମିକା, ସେଇପରି ଅଳସ ଭଙ୍ଗୀରେ ସ୍ଥିର । ପ୍ରେମିକର କାନ୍ଧ ଉପରେ ହାତ ରଖି ପ୍ରେମିକାର ନୀରବ ଅଭ୍ୟର୍ଥନା, ମନୋହାରୀ । ବହୁ ମିଥୁ ମୂର୍ତ୍ତିିରେ ନାରୀ, ପୁରୁଷକୁ ଅଧିକାର କରିଯାଇଛି - ବ୍ରୀଡା ନାହିଁ କି ଆବେଗର ଆଧିକ୍ୟ ନାହିଁ । ଫଟୋ-୫୫ର ମିଥୁ ଯୋଡ଼ି ଭାସ୍କର୍ଯ୍ୟର ଆଉ ଗୋଟିଏ ଦିଗ ଉନ୍ମୁକ୍ତ କରୁଛି । କଠିନପଥର ଉପରେ ଯେପରି ରକ୍ତ ମାଂସର କୋମଳ ଶରୀର ଝଲସି ଉଠୁଛି । ଶିଳ୍ପ ଭାସ୍କର୍ଯ୍ୟ ଦୃଷ୍ଟିରୁ ଏ ମୂର୍ତ୍ତିି, ପୀଢ଼ ଉପର ନୃତ୍ୟରତା ରମଣୀ ତଥା ଦେବ ଭାସ୍କରଙ୍କ ସହିତ ସମାସନେ ବସାଯାଇପାରେ । ଉତ୍ତର ବାଡ଼ ମଧ୍ୟରେ ପଡ଼ିବ ଉତ୍ତର ଦ୍ୱାର ଓ ବିଶାଳ ସୋପାନ । (ଫଟୋ- ୫୬) ଏ ଆଲୋକ ଚିତ୍ର ଆଲୋଚିତ ହେବ ନାଟମଣ୍ଡପ ପରିକ୍ରମା ସମୟରେ । ଭଗ୍ନ ବିମାନ ଗଣ୍ଡିରେ ଧ୍ୱଂସସ୍ତୂପ ମଧ୍ୟରେ ଅକ୍ଷତ ଥିବା ଗୋଟିଏ ଭୟାଳ ଉଲ୍ଲେଖଯୋଗ୍ୟ; ଦେହ ସିଂହର, ମୁଣ୍ଡ ହସ୍ତୀର, ଶୁଣ୍ଢରେ ଧରିଛି ଗୋଟିଏ ମଣିଷକୁ । ଏ ମୂର୍ତ୍ତିିଟି ଆଲୋଚିତ ହୋଇଛି୧୩୬ ପୃଷ୍ଠାରେ । ମନ୍ଦିର ବାଡ଼ରେ ଆଉ ପାର୍ଶ୍ୱ ଦେବଦେବୀ ନାହାନ୍ତି କିନ୍ତୁ ଯାହା ଅଛି ତାହାର ଶିଳ୍ପଗତ ମୂଲ୍ୟ ମଧ୍ୟ କମ୍‍ ନୁହେଁ । କେତେକ ନିର୍ବାଚିତ ଚିତ୍ର

ଫଟୋମାଳିକା ୫୭ରେ ଉପସ୍ଥାପିତ କରାଗଲା

୧୮୦ . ଅର୍କକ୍ଷେତ୍ର କୋଣାର୍କ