ଏ ମୂର୍ତ୍ତିିତ୍ରୟଙ୍କ ଭାସ୍କର୍ଯ୍ୟଗତ ମୂଲ୍ୟ ଅପରିସୀମ । ଦେହ ପେଶୀ ବହୁଳ ନୁହେଁ, ତଥାପି ଶକ୍ତିର ବିଚ୍ଛୁରଣ ଅଛି । ସୂର୍ଯ୍ୟ, ନକ୍ଷତ୍ର ଭଳି ସ୍ଥିର କିନ୍ତୁ ମୁଖମଣ୍ଡଳରୁ ଝରି ପଡୁଛି କାରୁଣ୍ୟ ।
ରତ୍ନସିଂହାସନ :
ଭଙ୍ଗା ବିମାନ ବାଡ଼ର ଉତ୍ତର-ପଶ୍ଚିମ କୋଣରୁ ପାହାଚ ଗଢ଼ା ହୋଇଛି ଗର୍ଭଗୃହ ଭିତରକୁ । ଏହା ବି୍ରଟିଶ୍ ସଂରକ୍ଷଣକାରୀମାନଙ୍କର କୀର୍ତ୍ତିି । ମୁଖ୍ୟ ଦ୍ୱାର ସବୁ ବନ୍ଦ କରିଦେବା ଯେତେ ଅନିବାର୍ଯ୍ୟ ଥିଲେ ମଧ୍ୟ ସେମାନେ ଚାହିଁ ନଥିଲେ ଗୋଟିଏ ଅପୂର୍ବ କୀର୍ତ୍ତିି ଲୋକଲୋଚନ ଅଗୋଚରରେ ରହିଯାଉ । କିନ୍ତୁ ଆଜିକାର ସଂରକ୍ଷଣବାଦୀ ଆଜଐ, ଖାଲି ଗର୍ଭଗୃହ ନୁହେଁ ପାର୍ଶ୍ୱଦେବତ୍ରୟଙ୍କ ନିକଟକୁ ଉଠିଥିବା ପାହାଚ ମଧ୍ୟ ଲୁହା ବାଡ଼ ପକେଇ ବନ୍ଦ କରି ଦେଇଛନ୍ତି ! ପୂର୍ବେ ଲେଖକ ଗର୍ଭଗୃହ ମଧ୍ୟକୁ କେତେଥର ପ୍ରବେଶ କରିଛି; ଶେଷ ବୋଧହୁଏ ୩୦ ବର୍ଷ ପୂର୍ବେ ।
ଗର୍ଭଗୃହ ମଧ୍ୟରେ ଏକମାତ୍ର ରତ୍ନ ସିଂହାସନ ଛଡ଼ା, କିଛି ନଥାଏ । କେବଳ ଚୂନ-ବାଲି ପଲସ୍ତରା କରାଯାଇଥିବା ଦେବାଲ୍ ଉପରେ ଚଟାଣରୁ ୪'-୧୦ଉଚ୍ଚରେ ଚାରିକାନ୍ଥ ଦେହରେ ତିନିକାମ ବନ୍ଧନ ବୁଲିଛିା ସେଥିରେ କୌଣସି କାରୁକାର୍ଯ୍ୟ ନାହିଁ । କାନ୍ଥର ପଲସ୍ତରାର ଔଜଲ୍ୟ ଏବେ ମଧ୍ୟ ଅଛି, ପୁରୁଣା ମାର୍ବଲ ଭଳି କିଛିଟା ହଳଦିଆ ପଡ଼ି ଯାଇଥିଲେ ମଧ୍ୟ । ତିନି ପ୍ରସ୍ତ ପଲସ୍ତରା କେତେ ଯତ୍ନ ସହକାରେ ଏବଂ କି କୌଶଳରେ କରାଯାଇଥିଲା, ଇଂଜିନିୟର୍ ମନମୋହନ ଗାଙ୍ଗୁଲୀ ତାହାର ନିଖୁଣ ବର୍ଣ୍ଣନା ଦେଇଛନ୍ତି (୨୮୬)।
ସିଂହାସନର ଲମ୍ବ, ଓସାର ଓ ଉଚ୍ଚତା, ଯଥାକ୍ରମେ; ୧୧' , ୭'-୬" ଓ ୪'-୮"। ସିଂହାସନଟି ମଧ୍ୟ ପଞ୍ଚରଥ ଏବଂ ପାଞ୍ଚ ପ୍ରସ୍ଥ ମୁଗୁନି ପଥରରେ ଗଠିତ । ସିଂହାସନ ଉପରେ କଳା ପଥରର ଗୋଟିଏ ଛୋଟ ବେଦୀ ଅଛି ଯାହା ବିଗ୍ରହ ବସିବା ପାଇଁ ଉଦ୍ଦିଷ୍ଟ । ବେଦୀର ପିଠି ଆଉଜା କିଛି ଭାଙ୍ଗି ଯାଇଛି । ବହୁ ଗବେଷକ ସେ ଛୋଟ ବେଦୀରୁ ଅନୁମାନ କରୁଛନ୍ତି, ବିଶାଳ ମନ୍ଦିର ତୁଳନାରେ ବିଗ୍ରହଟି କ୍ଷୁଦ୍ର ଥିଲାା ମାଦଳା ପାଞ୍ଜିମତେ ପୁରାତନ ସୂର୍ଯ୍ୟ ମନ୍ଦିରରୁ ବିଗ୍ରହ ସ୍ଥାନାନ୍ତରିତ ହୋଇଥିଲେ ଏହା ସମ୍ଭବ ହୋଇପାରେ ।
ସିଂହାସନଟି ପଞ୍ଚରଥ ପୀଠର ତଳେ ଅଛି 'ଉପନ', ତାହା ଉପରକୁ ତି୍ରକର୍ମ 'ପାଭାଗ', ତାହା ଉପରକୁ ଜଙ୍ଘା ଏବଂ ତାହା ଉପରକୁ ତିନିକର୍ମ 'ବାରଣ୍ଡୀ' । ଉପସ୍ଥାପିତ ଚାରିଟି ଫଟୋ(୬୭-କ,ଖ,ଗ,ଘ)ରେ ରତ୍ନସିଂହାସନ, ପୂଜା ଆୟୋଜନ ଏବଂ ରାଜା ପୂଜା କରୁଥିବାର ଚିତ୍ର ମିଳୁଛି ।
ଉପନରେ ପ୍ରଥାନୁଗ ହାତୀ କାମ । ପାଭାଗର ଉପ ବିଭାଗ ତ୍ରୟ ଖୁର, ନୋଳି ଓ ବସନ୍ତ । ଏଥିରେ ମଧ୍ୟ ପ୍ରଥାନୁଗ ଡାଳି (Scroll) କାମ । ବାରଣ୍ଡୀର ତିନି କାମ - ଖୁର, କୋଣି ଓ ବସନ୍ତ । ଏହା ଉପରେ କାମ ପ୍ରାୟ କିଛି ନାହିାଁ ରତ୍ନ ସିଂହାସନର ଦୃଷ୍ଟିଯୋଗ୍ୟ କାର୍ଯ୍ୟ ଜଙ୍ଘା ଅଞ୍ଚଳରେ । ଦଇୁ କୋଣରେ ଦଇୁ ଟି ଗଜସିଂହ, ରହ ପାଗରେ ମହାରାଜ ନରସିଂହଦେବ ଆରାଧନାରେ ମଗ୍ନ, ଅନର୍ଥ ଓ କୋଣପାଗର କିଛି ଅଂଶରେ ପୂଜା ସାମଗ୍ରୀ ହସ୍ତରେ ପୂଜାରିଣୀ ନାରୀ ଦଳ ।
ମଧ୍ୟ ମଣି ନରସିଂହଦେବଙ୍କ ପରିଚିତି ନେଇ ଅଯଥା ବିବାଦ କିଛି ଉଠିଥିଲା । ଡ: ବ୍ଲକ୍ ଏହାଙ୍କୁ "ଶାମ୍ବ' କହୁଥିବା ବେଳେ ବିଶନ୍ ସ୍ୱରୂପ "ବୁଦ୍ଧ' କହୁଛନ୍ତି (୨୮୭) । ସାଧାରଣ ବୁଦ୍ଧି କୁହେ, ବୁଦ୍ଧଦେବ ସୂର୍ଯ୍ୟପୂଜାରେ ବସିବେ ନାହିଁ ଏବଂ ତପସ୍ୱୀ ଶାମ୍ବ ରାଜବେଶରେ ଧନୁ ଧରି ବସିବେ ନାହିଁ । ଯେଉଁ ରାଜା ଏ ବିଶାଳ ମନ୍ଦିର ଗଢ଼ିଥିଲେ, ସ୍ୱାଭାବିକ, ସେ ହିଁ ବିଗ୍ରହ ପ୍ରତିଷ୍ଠା କରିଥିଲେ, ପୀଠର ମୂର୍ତ୍ତିି ସେ କାର୍ଯ୍ୟର ସ୍ମାରକୀ ମାତ୍ର ।
ଜଗମୋହନର ପୀଢ଼ ତ୍ରୟ : (ପୀଢ଼ ପରିକ୍ରମା)
ବିମାନ ଭୂଲୁଣ୍ଠିତ ହୋଇଛି କିିନ୍ତୁ ରହିଯାଇଛି ଜଗମୋହନ, ଉନ୍ନତଶିର ହୋଇ । ତାହା ସହିତ ରହି ଯାଇଛି କୋଣାର୍କ ଶିଳ୍ପର ଶୀର୍ଷବିନ୍ଦୁ "ବାଜନ୍ତରୀ କନ୍ୟାଗଣ' ।
ତିନିଥାକ ପୀଢ଼ ମଧ୍ୟରେ ଦୁଇଟି କାନ୍ତି (ପାରାଘର) । ବହୁ ଦୂରରୁ ମଧ୍ୟ ଦୃଷ୍ଟିଗୋଚର ହେବେ, କାନ୍ତି ଉପରେ ବାଦ୍ୟରତା କନ୍ୟା ଓ ତ୍ରିମୁଖ ଭୈରବ ଆନନ୍ଦରେ ନୃତ୍ୟରତ । ମନ ଆନନ୍ଦରେ ନୃତ୍ୟ ବାଦ୍ୟରତ ମନେ ହେଲେ ମଧ୍ୟ ପ୍ରତ୍ୟେକ ଚରିତ୍ରର ଶାସ୍ତ୍ରାନୁମୋଦିତ ସ୍ଥାନ ଅଛି । ଦୁଇଟି ଲେଖା ଭୈରବ ରହପାଗ ଉପରେ, ଅନର୍ଥ ଓ କୋଣପାଗ ଉପରେ ଅଛନ୍ତି ବାଦ୍ୟନୃତ୍ୟରତା କନ୍ୟାଗଣ । ଏକମାତ୍ର ତୂରୀ ବଜାଉଥିବା କନ୍ୟା ନାଚେନା । ଏଠାରେ ମଧ୍ୟ ପ୍ରଥମ ଓ ଦ୍ୱିତୀୟ ପୀଢ଼ର ମୁହାନ୍ତି ଉପରେ ହସ୍ତୀଯୂଥ ସେମାନଙ୍କ ସ୍ଥାନ ଦଖଲ କରି ନେଇଛନ୍ତିା ତୃତୀୟ ପୀଢ଼ ମୁହାନ୍ତିରେ କୌଣସି କାମ ନାହିଁ କାରଣ ତଳୁ ଏତେଦୂର ନଜର ଯାଏନା । ବାଜେଣୀ କନ୍ୟାମାନଙ୍କର ପଛପଟ ଦେବାଲରେ ସେଇ ଚଳମାନ ଜୀବନର ନାନା ଛବି, ତେବେ ସେମାନଙ୍କ ଉପସ୍ଥିତି ଢଙ୍କା ପଡ଼ି ଯାଇଛି ଏକ ଦିଗରେ ଛାୟା ଓ ଅନ୍ୟ ଦିଗରେ ବାଜେଣୀ କନ୍ୟାମାନଙ୍କର ବଳିଷ୍ଠ ଉପସ୍ଥିତି ଯୋଗୁଁ । ପୀଢ଼ ଉପରେ ବାଜେଣି କନ୍ୟା ଓ ଭୈରବମାନଙ୍କର ସ୍ଥାନ ନିମ୍ନରେ ଦିଆଗଲା । (Karunasagar-Konark, P--୫୨,୫୩)
ଅର୍କକ୍ଷେତ୍ର କୋଣାର୍କ . ୧୯୧