ପୃଷ୍ଠା:Arkakshetra konark.pdf/୨୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

(୨) ପୁରାତନ ସୂର୍ଯ୍ୟ ମନ୍ଦିର :

ଏହା ପୂର୍ବରୁ ଏ ମନ୍ଦିରର ନାମ ନେଇ ବହୁ ଆଲୋଚନା ହୋଇଛି । ବର୍ତ୍ତମାନ ଏହାର ଶିଳ୍ପ-ଭାସ୍କର୍ଯ୍ୟ ଆଲୋଚନାରୁ ଦେଖାଯାଉ ବଡ଼ ମନ୍ଦିର ସହିତ ପାର୍ଥକ୍ୟ କିଛି ଅଛି କି ? ଜଗମୋହନ ଆଗରେ ୩'-୩ ଉଚ୍ଚ (ପୀଠ ସମ ଉଚ୍ଚ) ଯେଉଁ ଖୋଲା ମଞ୍ଚ ଅଛି ତାହାର ବାଡ଼ ଅଞ୍ଚଳର କାର୍ଯ୍ୟ ତ୍ରୟୋଦଶ ଶତାବ୍ଦୀରେ କାହିଁକି ତାହା ପୂର୍ବବର୍ତ୍ତୀ କୌଣସି ସମୟରେ ହୋଇନାହିଁ । ବାଡ଼ମାନଙ୍କରେ ଯେପରି ପଞ୍ଚ ଭାଗ ଏବଂ ଉପବିଭାଗ ଥାଏ ଏଥିରେ ତାହା ନାହିଁ । ଅଛି କେତେଗୁଡ଼ିଏ ପୂର୍ଣ୍ଣ ଦେହ କଖର-ମୁଣ୍ଡି ଏବଂ ଗୋଟେ ଛାଡ଼ି ଗୋଟେ, ଶୀର୍ଣ୍ଣ ଦେହ ବଜ୍ରମୁଣ୍ଡି । ମୁଣ୍ଡିଗୁଡ଼ିକ ମଧ୍ୟରେ ସାଧାରଣ ଦୃଶ୍ୟ ନାହିଁ କହିଲେ ଚଳେ । ପ୍ରାୟ ସବୁଥିରେ ଅଛି ମିଥୁନ ଓ ମୈଥୁନ ମୂର୍ତ୍ତିି । ପରିବେଶଗତ କ୍ଷୟକ୍ଷତି, ଦେହ ଓ ମୁଖର ସୂକ୍ଷ୍ମ କାର୍ଯ୍ୟ ଲୋପ କରି ଦେଇଛି । ଚିହ୍ନିବାର ଉପାୟ ନାହିଁ; କିନ୍ତୁ ଗୋଟିଏ ବିଷୟ ପରିଷ୍କାର ଜଣା ପଡ଼ୁଛି, ୧ନମ୍ବର ମନ୍ଦିରର ମଣିଷମାନଙ୍କ ତୁଳନାରେ ଏଠାକାର ନରନାରୀ ତନୁପାତଳୀ ଓ ଆନୁପାତିକ ନୁହଁନ୍ତି । ଏ ଅନୁଭବ ଏ ମନ୍ଦିରର ସର୍ବତ୍ର ମିଳିବ । ତୁଳନାତ୍ମକ ଭାବେ ମୁଖମଣ୍ଡଳ ଗୋଲ ଓ ହାତ ଗୋଡ଼ ଗୋଲ ଗୋଲ ନଳୀ ଭଳି ।

[[ଫାଇଲ:|423px|page=202]]
[[ଫାଇଲ:|423px|page=202]]
[[ଫାଇଲ:|423px|page=202]]

୨୦୨ . ଅର୍କକ୍ଷେତ୍ର କୋଣାର୍କ