ପୃଷ୍ଠା:Arkakshetra konark.pdf/୨୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପ୍ରସିଦ୍ଧିର ବିଡ଼ମ୍ବନା :

କୌଣସି ଘଟଣା ପ୍ରସିଦ୍ଧି ଲାଭ କଲେ ପ୍ରଶଂସକ ଓ ସମାଲୋଚକମାନଙ୍କ ଆଲୋଚନା ପରିସରକୁ ଆସିଯାଏ । ବିଷୟଟିର ଗୁଣ ଅଧିକ ଥିଲେ ପ୍ରଶଂସାର ଆଧିକ୍ୟରେ ସମାଲୋଚନା ବୁଡ଼ିଯାଏ ଏବଂ କ୍ରମେ ପ୍ରଶଂସା ପଲ୍ଲବାୟିତ ହୋଇ କିମ୍ବଦନ୍ତୀର ରୂପ ନିଏ । ବିଷୟଟିର ନକାରାତ୍ମକ ଦିଗଟି ଅଧିକ ହେଲେ, ସମାଲୋଚନାର ଝଡ଼ରେ ସତ୍ୟ ଡୁବିଯାଏ ଏବଂ କ୍ରମେ ତାହା ମଧ୍ୟ ପଲ୍ଲବାୟିତ ହୋଇ କିମ୍ବଦନ୍ତୀର ରୂପ ନିଏ । ଦୁଇଟିଯାକ ଆଧିକ୍ୟରେ ପ୍ରକୃତ ସତ୍ୟ ଲୁଚିଯାଏ ଏବଂ ବଳି ପଡେ଼ ଇତିହାସ । ଏହା ଖ୍ୟାତିର ବିଡ଼ମ୍ବା । ତେବେ କିମ୍ବଦନ୍ତୀ ସମ୍ପୂର୍ଣ୍ଣ ମୂଲ୍ୟହୀନ ଳ୍କ ଏପରି କୁହାଯାଇ ପାରିବ ନାହିଁ । ଦୃଶ୍ୟମାନ ଜଗତର ସତ୍ୟ ଓ ସାହିତ୍ୟର ସତ୍ୟ ଏକ ନୁହେଁ । ମଣିଷ ଜୀବନ ଖାଲି ଦିନ, ମାସ, ବର୍ଷର ସମଷ୍ଟି ନୁହେଁ । ତା'ର ସେ ଚଲା ବାଟରେ ଏପରି ସବୁ ଅଧୁରା ବିଭବ ଗଢ଼ି ଉଠିଥାଏ, ଯାହାକୁ ଇତିହାସର ଶୁଷ୍କ ଭାଷାରେ ଲେଖିହେବ ନାହିଁ, ଲେଖùହେବ କାବ୍ୟ କବିତାରେ । ଜାତିର ଜୀବନରେ ଏହାର ମଧ୍ୟ ସ୍ଥାନ ଅଛି ।

ରାଜା-ରାଣୀ ଗଳ୍ପ :

ନୀଳକଣ୍ଠ ଦାସ ଓ ଗୋଦାବରୀଶ ମହାପାତ୍ର: କୋଣାର୍କ ସମ୍ବନ୍ଧିତ କିମ୍ବଦନ୍ତୀ ଆରମ୍ଭ ହୋଇଛି ତାହାର ସୃଷ୍ଟିକର୍ତ୍ତା ନରସିଂହଦେବଙ୍କ ଜୀବନରୁ । ସେ ଯୁଗରେ ରାଜା ମହାରାଜାମାନଙ୍କର ଏକାଧିକ ରାଣୀ ରହୁଥିଲେ । ଇତିହାସ କିମ୍ବଦନ୍ତୀ ମିଶି ଚାରିଜଣ ସ୍ତ୍ରୀଙ୍କ କଥା କହୁଛି । ନରସିଂହଦେବଙ୍କ ପ୍ରଥମ ପତ୍ନୀଙ୍କ କଥା ଆସୁଛି ବାୟାଚକଡ଼ାରୁ । ଜ୍ୱାଇଁଙ୍କ ମନ୍ଦିର ତୋଳାରେ ସାହାଯ୍ୟ କରିବାକୁ ପାଣ୍ଡ୍ୟା ରାଜା ଦଳେ ଶିଳ୍ପୀ ପଠାଇଥିଲେ । ସେମାନଙ୍କ ସହିତ କିପରି ବ୍ୟବହାର କରାଗଲା ତାହା ପୂର୍ବରୁ ଆଲୋଚିତ ହୋଇଛି । ଏ ରାଣୀଙ୍କୁ ବାୟାଚକଡ଼ାର ବିଭି୍ନ ପୃଷ୍ଠାରେ ମହାଦେବୀ ନାମରେ ସମ୍ବୋଧିତ କରାଯାଇଛି ଏବଂ ଦ୍ୱିତୀୟା ରାଣୀ, ମାଲଓ୍ୱା କନ୍ୟା ସୀତା ଦେବୀଙ୍କୁ ପରମ ବୈଷ୍ଣବୀ ରୂପେ (ଡଡଡଟ-୨) । ତୃତୀୟା ରାଣୀଙ୍କ ସମ୍ବନ୍ଧରେ ଦୁଇ ରକମ ବୟାନ ଆସୁଛି, ଯେଉଁଥିରୁ ସମ୍ଭାବ୍ୟ ଚତୁର୍ଥ ରାଣୀଙ୍କ କଥା ମଧ୍ୟ ଉଠୁଛି ।

ପଣ୍ଡିତ ନୀଳକଣ୍ଠ ଦାସ 'ମାୟାଦେବୀ' କାବ୍ୟରେ ଗୋଟିଏ ପ୍ରେମ କାହାଣୀ ଉପସ୍ଥାପନ କରିଛନ୍ତି । ଧଂକସଗଡ଼ର ତସ୍କର ଟଙ୍କ ଦମନ ଉପଲକ୍ଷେ ଶିଶୁପାଳଗଡ଼ର ବିପଦଗ୍ରସ୍ତ ସାମନ୍ତଙ୍କ କନ୍ୟା ସହିତ ଯୁବରାଜ ନରସିଂହଦେବଙ୍କ ପରିଚୟ ଓ ପରିଣୟ ହେଲା । ତେଣେ ନରସିଂହଦେବଙ୍କ ପିତା ଅନଙ୍ଗଭୀମଦେବ ବିଶ୍ୱାଥ କବିରାଜଙ୍କ ଦୌତ୍ୟରେ କାଶ୍ମୀର ଅଧିପତିଙ୍କ କନ୍ୟା ସହିତ ପୁତ୍ରର ବିବାହ ସ୍ଥିର କରି ସାରିଥିଲେ । ପିତା ପୁତ୍ର କେହି ପ୍ରଥମେ ପରସ୍ପର କରିଥିବା କାର୍ଯ୍ୟ ଜାଣି ନଥିଲେ । ପରେ ଜାଣି ପାରି ଦୁହେଁ ଦୁଃଖିତ ହେଲେ କିନ୍ତୁ ଦେଇଥିବା ବଚନରୁ ପଛେଇଲେ ନାହିଁ । ନରସିଂହଦେବ ଅଶ୍ରୁଭରା ନୟରେ ଶିଶୁପାଳଗଡ଼ ଜେମାଙ୍କ ନିକଟରେ ପହଞ୍ଚିଗଲେ । ଜେମା କିନ୍ତୁ ବିଷୟଟି ସହଜ କରିଦେଲେ । ସେ କହିଲେ, ଆସନ୍ତୁ ଜମ୍ବୁ-ଜେମା ରାଣୀ ହୋଇ, ମୁଁ ହେବି ତାଙ୍କ ସେବିକା । କାଶ୍ମୀର କନ୍ୟା ସହିତ ବିବାହ ହୋଇଗଲା ଏବଂ ବୁଦ୍ଧିମତୀ ସେ ଜେମା ମଧ୍ୟ ଜାଣିଗଲେ ନରସିଂହଦେବଙ୍କର ପ୍ରଥମ ପ୍ରେମ କଥା । କିନ୍ତୁ ଉଦାର ସେ ଜେମା ମଧ୍ୟ ପଛେଇବା ପାତ୍ରୀ ନୁହଁନ୍ତି । ସେ କହିଲେ ମୁଁ ଯାଇ ପାଛୋଟି ଆଣିବି ଶିଶୁପାଳଗଡ଼ ଜେମାଙ୍କୁ । ଏହା ପରେ ସଦ୍ୟ ବିବାହିତ ନରସିଂହଦେବଙ୍କୁ ଶତ୍ରୁ ଦମନ କରିବାପାଇଁ ପୁଣି ଯୁଦ୍ଧକୁ ଯିବାକୁ ପଡ଼ିଲା । ଯୋଦ୍ଧା ନରସିଂହଙ୍କୁ କାଶ୍ମୀରବାଳା ବନ୍ଦାପନା କରି ବିଦାୟ ଦେଲେ । ଯିବା ଆଗରୁ ନରସିଂହଦେବ ଶିଶୁପାଳଗଡ଼ ଜେମାଙ୍କଠାରୁ ବିଦାୟ ନେଇଗଲେ ଏବଂ କଥା ଦେଲେ ପୁଣି ଫେରି ଆସିବେ । କାଶ୍ମୀର ଜେମା ଦେଇଥିବା କଥା ରଖିବାକୁ ଶିଶୁପାଳଗଡ଼କୁ ବିଜେ କଲେ । ଦୁଇ ରାଣୀଙ୍କର ଆବେଗପୂର୍ଣ୍ଣ ମିଳନ ହେଲା । ଗୋଟିଏ ଆବେଗଘନ ମୁହୂର୍ତ୍ତରେ କାଶ୍ମୀରତନୟାଙ୍କ ବାହୁବନ୍ଧନରେ ପ୍ରଥମାପତ୍ନୀ ଆଖି ମୁଦି ପଡ଼ିଗଲେ, ଆଉ ଉଠିଲେ ନାହିଁ । ତାଙ୍କୁ ଦାହ କରାଗଲା ନାହିଁ । ସଖୀମାନେ କହିଲେ, ଏହା ହିଁ ହେବ, ସେ ସ୍ୱପ୍ନରେ ଦେଖିଥିଲେ ଏବଂ ଆଦେଶ କରିଥିଲେ ସିନ୍ଦୁକରେ ଭରି ଭସେଇ ଦେବାପାଇଁ । ସେ ମୃତ୍ୟୁ ପରେ ମଧ୍ୟ ଅପେକ୍ଷା କରିବେ, ନରସିଂହଦେବ କଥା ରଖିବେ । ତାହା ହିଁ

କରାଗଲା ଏବଂ କୋହ ଚାପି କାଶ୍ମୀରତନୟା ନିଜେ ସେ କାର୍ଯ୍ୟ ସମାପନ କଲେ । ନରସିଂହଦେବ ଫେରିଆସି ସବୁ ଶୁଣିଲେ ଏବଂ ଲୋକମୁଖରୁ

ଅର୍କକ୍ଷେତ୍ର କୋଣାର୍କ . ୨୨୯