ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
"ଯେଦି ଦିଶିଲା
ନୀଳନଭ ତଳେ
ବାରଶ ବିଧିର ଏଇ କୋଣାରକ
ହୃଦୟେ ଜଳିଲା ନେତ,
କ୍ରୋଧର ଅନଳ
ମାନବତା ସେବେ ଆଖିରେ ମାତିଲା
ବର୍ଷାର ପରଳ
ହୋଇଲା କକ୍ଷଚ୍ୟୁତ
ଶିଶୁ ଧରମାର,
ଊର୍ଦ୍ଧ୍ୱେ ଉଠିଲା
ବାରଶ' ଯମର
ଉଦ୍ଧତ-କରବାଳ ।
ଅନ୍ତିମ ହାହାକାରେ....
ସୂର୍ଯ୍ୟଟେ ଖସି
ବିଲୀନ ହୋଇଲା
ମରଣ-ଅନ୍ଧକାରେ...."
ଏଣେ କବି ସଚ୍ଚିରାଉତରା, ସେଇ ବାରଶ ବଢେ଼ଇର "କଙ୍କାଳ' ଓ "ଭଗ୍ନ ବୁକୁର ସ୍ତୂପ' ଦେଖୁଛନ୍ତି ଏ ମନ୍ଦିରରେ ।
ତୁମେ ଦେଇଅଛ ଶିଳାରେ ତାର ତ
ରମ୍ୟ କଳାର ରୂପ
ମୁଁ ଦେଖିଛି ତହିଁ କୋଟି କଙ୍କାଳ
ଭଗ୍ନବୁକୁର ସ୍ତୂପ ।
ତୁମେ ଦେଖିଅଛ ଫୁଟିଛି କିପରି
କଳାର କାଉଁରି ଲାଗି
ରାତ୍ରିର କଳା ଯବନିକା ପରେ
ସ୍ୱର୍ଣ୍ଣ ଉଷାର ଛବି ।
× × ×
ତୁମେ ଚାଖିଅଛ ରସର ଝର୍ଣ୍ଣା
ଚାରୁ ମନ୍ଦିର ତଳେ
ଗଣ୍ଡୂଷ ଭରି ପିଇଛି ପୀୟୁଷ
ନିଭାଇ ତୃଷ୍ଣା-ଜଳେ ।
× × ×
୨୩୮ . ଅର୍କକ୍ଷେତ୍ର କୋଣାର୍କ