ମୁଁ ଦେଖିଛି ସେଇ ଶିଳାର କବରେ
କେତେ କାରିଗର ଛାତି
ତିଳେ ତିଳେ ହାୟ ଲଭିଲା ସମାଧି
ସହିଲା କଷଣ ତାତି ।
× × ×
ଯକ୍ଷ ବଧୂର କବରୀରେ କିଏ
ଶତ ରାତ୍ରିର ଜ୍ୱାଳା
ଅନୁଭବେ ନିରନ୍ତର
ଜାଣିବାକୁ କିଏ ଲୋଡ଼ିଚି କି କେବେ
ଇତିହାସ ମଣିଷର
× × ×
ରମ୍ୟକଳାର ଲୀଳା
କିଛି ତ କହିି ମଣିଷର କଥା
କହିବାର ଯାହା ଥିଲା ।
ପ୍ରତିଭାଧର ଲେଖକ ମନୋଜ ଦାସଙ୍କ ବିଭିନ୍ନ ସମୟରେ ଲିଖିତ ୪୪ଟି କବିତାର ଗୋଟିଏ ସଂଗ୍ରହ 'କବିତା ଉତ୍କଳ' ନାମରେ ପ୍ରକାଶ ପାଏ ୨୦୦୩ ମସିହାରେ । କୋଣାର୍କ ଉପରେ ଚାରିଟି କବିତା ଏଥିରେ ସ୍ଥାନ ପାଇଛି । ବିଭିନ୍ନ ସମୟରେ ଲିଖିତ କବିତାଗୁଡ଼ିକ ସମ୍ବନ୍ଧରେ କବି ନିଜେ କିଛି ବକ୍ତବ୍ୟ ରଖିଛନ୍ତି । ସେଥିରୁ କେତେକ କେବଳ ଏ କାବ୍ୟ ସଂଗ୍ରହ ପ୍ରତି ନୁହେଁ, ସାମଗ୍ରିକ ଭାବେ ସମସ୍ତ ଆଧୁିକ କବିତା ପ୍ରତି ପ୍ରଯୁଜ୍ୟ, ବିଶେଷକରି ଯେତେବେଳେ ତାହା କୌଣସି କିମ୍ବଦନ୍ତୀ ଉପରେ ନିର୍ଭର କରିଥାଏ । କବି କହିଛନ୍ତି କୌଣସି ଗୋଟିଏ ମୁହୂର୍ତ୍ତର ଅନୁଭୂତି, ଯାହା ହଠାତ୍ ସେ କିମ୍ବଦନ୍ତୀ ଅଥବା ଚରିତ୍ରର ତାତ୍ପର୍ଯ୍ୟ ହୃଦ୍ବୋଧ କରାଇ ଦେଉଛି । ସ୍ୱାଭାବିକ, ବିଭି୍ନ କବିଙ୍କ ଅନୁଭୂତିର କ୍ଷଣଟି ଭିନ୍ନ ଭିନ୍ନ ହୋଇପାରେ ଏବଂ ତାହାର ପ୍ରକ୍ଷେପ ମଧ୍ୟ । ଏଇ ଯେଉଁ ଅତି ନିଜସ୍ୱ (ଟ୍ଟରତ୍ତଜ୍ଞଚ୍ଛଚ୍ଚବକ୍ଷ) ଅନୁଭବ ତାହାକୁ ପ୍ରକାଶ କରିବାକୁ ଯାଇ କେତେକ କବି ଏପରି ସବୁ ରୂପକଳ୍ପ ବ୍ୟବହାର କରି ଥାଆନ୍ତି, ଯାହା କବିଙ୍କ ନିଜସ୍ୱ ଅନୁଭବର ଗଣ୍ଡି ଟପି ପାଠକର ଅନୁଭବରେ ପ୍ରବିଷ୍ଟ ହୋଇପାରୋ, ତେଣୁ ଦୁର୍ବୋଧ୍ୟତାର ଅଭିଯୋଗ ଆସେ । ସୁଖର କଥା ମନୋଜ ଦାସଙ୍କ କବିତା ଚତୁଷ୍ଟୟରେ ଏପରି ହୋଇନାହିଁ, କବିଙ୍କ ଟିପ୍ପଣୀ କବିତାକୁ ବୁଝିବା ସହଜ କରିଦେଇଛି । କବିତା ଚାରିଟି :
୧ । ଧର୍ମପଦ : ନିର୍ଭୁଲ୍ ଠିକଣା ।
୨ । ବୃନ୍ତହୀନ ଫୁଲର ସ୍ଥପତି : ଶିବେଇ ସାନ୍ତରା ।
୩ । କୋଣାର୍କ - ସଂଧାନ ।
୪ । କଳା ପାହାଡ଼ର ତୃଷ୍ଣା : ରାମଚଣ୍ଡୀ ।
ଧର୍ମପଦ କିମ୍ବଦନ୍ତୀନିର୍ଭର କାହାଣୀ ଓଡ଼ିଶାର ଆବାଳ ବୃଦ୍ଧବନିତା ସମସ୍ତେ ଅବଗତ । ତାହାର ଦୁଇଟି ପାଠ କଥା ମଧ୍ୟ ପୂର୍ବରୁ ଆଲୋଚିତ ହୋଇଛି । ଗୋଟିକରେ, ଧର୍ମପଦ ନିଜେ ମନ୍ଦିର ଚୂଡାରୁ ଜଳକୁ ଝାସ ଦେଉଛି । ଏଠାରେ ମନୋଜ ଦାସ ସେଇ ପାଠଟି ଗ୍ରହଣ କରିଛନ୍ତି (ଧର୍ମପଦ ନିଜେ ଜଳରେ ଝାସ ଦେଲେ) ଏବଂ ସେଥିରେ ଗୋଟିଏ ନୂତନ ମାତ୍ରା ଯୋଗ କରିଛନ୍ତି ତାଙ୍କ ନିଜସ୍ୱ ଅନୁଭବର ଆଲୋକରେ ।
"ମନେହୁଏ ଏ ସମୁଦ୍ର ତଥା ତା'ର ବିପୁଳ ପ୍ରଶାନ୍ତି,
ମୋ ତନୁ-ମନର ଏକ ସ୍ନିଗ୍ଧ ପରିବ୍ୟାପ୍ତି,
ଅର୍କକ୍ଷେତ୍ର କୋଣାର୍କ . ୨୩୯