ଶିଳାପଦ୍ମ:
ସାମାନ୍ୟ କିଛି ବ୍ୟତିକ୍ରମ ଛାଡ଼ିଦେଲେ, କୋଣାର୍କ ସମ୍ବନ୍ଧିତ ଅଧିକାଂଶ କାବ୍ୟ କବିତା ବନ୍ଧା ରହିଛି ପରିଚିତ କେତୋଟି କିମ୍ବଦନ୍ତୀର ନିଗଡ଼ରୋ ମାତ୍ର ପ୍ରତିଭା ରାୟଙ୍କ 'ଶିଳାପଦ୍ମ' ଏହାର ଗୋଟିଏ ଉଜ୍ଜ୍ୱଳ ବ୍ୟତିକ୍ରମ ।
ଆମେରିକାରୁ ଗୋଟିଏ ଯୁବକ ଆସି ପଡ଼ିଛି କୋଣାର୍କ ଚତ୍ୱରରେ । ଯଦିଓ ତାହାର ଚାଲିଚଳଣରେ ଅତି ଉନ୍ମୁକ୍ତ ଆମେରିକାନ୍ ସମାଜର ଛାପ ପରିଷ୍କାର, ସେ କିନ୍ତୁ ଆଉ ପାଞ୍ଚଟା ଆମେରିକାନ୍ ଟୁରିଷ୍ଟ୍ଠାରୁ ନିଆରା । ସେ ଜଣେ ସ୍ଥପତି ଏବଂ ଏଠାକୁ ଆସିଛି କୋଣାର୍କ ସ୍ଥାପତ୍ୟ ଉପରେ ଗବେଷଣା କରିବାକୁ । କିଛି ଦି ବାଦେ ଅନେକ ଦିର ବାନ୍ଧବୀ ଲିଲିଆନ୍ ଆସି ପହଞ୍ଚନ୍ତି; ଉଦ୍ଦେଶ୍ୟ ଅତିବ୍ୟବହାରରେ ସ୍ତିମିତ ଯୌନପୁଲକ କୋଣାର୍କ ଇରୋଟିକା ସହଯୋଗରେ ତେଜି ତୋଳିବ । ସେମାନଙ୍କ ସମାଜରେ ଦୈହିକ ମିଳନରେ ରକ୍ଷଣଶୀଳତା ନଥାଏ ଏବଂ ଚାର୍ଲସର ଶଯ୍ୟାସଂଗିୀ ହେବା ଅଭ୍ୟାସରେ ପଡ଼ିଯାଇଛି । କିନ୍ତୁ କିଛି ଦି ମଧ୍ୟରେ ଲିଲିଆନ୍ ପାଖରେ କୋଣାର୍କ ପୁରାତନ ହୋଇଯାଏ, କାରଣ ସେ ମୈଥୁ ଓ ନିଶା ବାହାରେ ଅନ୍ୟ କିଛି ଦେଖିବାକୁ ଅକ୍ଷମ ଥିଲା । ସ୍ଥପତି ଚାର୍ଲସ୍ କିନ୍ତୁ ସେତେବେଳକୁ କୋଣାର୍କ ଶିଳ୍ପରେ ମଜ୍ଜିଗଲାଣି ଏବଂ ହୁଏତ ପ୍ରାଚୀପ୍ରଭାରେ । ଲିଲିଆନ୍ ଆଉ ଗୋଟିଏ ସାଥୀ ଯୋଗାଡ଼ କରି ଚାଲିଯାଏ ଗୋଆ ଏବଂ ସେଠାରେ ଅତି ଉଚ୍ଛୃଙ୍ଖଳ ଜୀବନଯାତ୍ରା ତାକୁ ମୃତ୍ୟୁମୁଖକୁ ଟାଣିଆଣେ ।
ପ୍ରାଚୀପ୍ରଭା ଉଚ୍ଚ ଶିକ୍ଷିତା ଏବଂ ସେତେବେଳେ କୋଣାର୍କ ଉପରେ ଗବେଷଣାରତା । ଓଡ଼ିଆ ଝିଅଟିର ଚାଲିଚଳଣରେ କୌଣସି ଜଡ଼ତା ନଥିଲା । କିନ୍ତୁ ସବୁବେଳେ ଯେପରି ତାକୁ ଘେରି ରହିଥିଲା ଗୋଟିଏ ଅଲଙ୍ଘନୀୟ ଦୂରତ୍ୱା ସେ ରହୁଥାଏ ତା'ର ଜଣେ ମଉସାଙ୍କ ଘରେ, ଯିଏ ଅବସରପ୍ରାପ୍ତ ଶିକ୍ଷକ ଏବଂ ଦରଦୀ ମଣିଷ । କିଛିଦିନ ପରେ ଚାର୍ଲସ୍ ଦୀନବନ୍ଧୁବାବୁଙ୍କ ଘରେ 'ପେଇଙ୍ଗ୍ ଗେଷ୍ଟ' ହୋଇ ରୁହେ ଏବଂ କ୍ରମେ ବୃଦ୍ଧ ଦମ୍ପତିଙ୍କର ପୁତ୍ରସମ ହୋଇଯାଏ । ଦୀନବନ୍ଧୁବାବୁଙ୍କ ପୁତ୍ର ଦୀନେଶ ସେତେବେଳେ ଆମେରିକାରେ ।