ପୃଷ୍ଠା:Arkakshetra konark.pdf/୨୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏହା ମଧ୍ୟରେ ଆଉ କେତୋଟି ଚରିତ୍ର ଗଳ୍ପରେ ପ୍ରବେଶ କରିସାରିଥିଲେ । ବିଷ୍ଣୁ ମହାରଣା, କୁଶଭଦ୍ରା ବୁଢ଼ୀ, ଚିତ୍ରା ଓ ଧର୍ମାନନ୍ଦ । ଧର୍ମାନନ୍ଦ ୧୨ ବର୍ଷର ବାଳକ, କିନ୍ତୁ ପେଟପାଇଁ ମିଥୁ ମୂର୍ତ୍ତିିର ଫଟ ବିକେ । ଚିତ୍ରା, ଯାହାର ଭଲ ନାଁ ଚିତ୍ରୋତ୍ପଳା, ଗରିବ ଏବଂ ପରିବାରର ବଡ଼ ଝିଅ । ସିଏ ଫୁଲ ବିକେ, ନିଜ ବାହାଘରର ଅର୍ଥ ଯୋଗାଡ଼ କରିବାକୁ । କୁଶଭଦ୍ରା ଯାହାକୁ ସମସ୍ତେ ଚିହ୍ନନ୍ତି କୁଶୀ ବୁଢ଼ୀ ରୂପେ ଏବଂ ବିଷ୍ଣୁ ମହାରଣା- ଏମାନଙ୍କ ବୟସର ଗଛ ପଥର ନାହିଁ । କୁଶୀ ବୁଢ଼ୀ କଣ୍ଢେଇ ବିକେ, ସମସ୍ତଙ୍କୁ ସ୍ନେହ କରେ ଏବଂ କୋଣାର୍କର ପୂର୍ବ ଇତିହାସ ଗାଇ ଚାଲେ । ତାହାର ପୂର୍ବପୁରୁଷମାନେ କୁଆଡେ଼ କୋଣାର୍କ ଶିଳ୍ପୀ ଥିଲେ । ବିଷ୍ଣୁ ମହାରଣା ମଧ୍ୟ ଅତି ବୃଦ୍ଧ ଏବଂ କୋଣାର୍କର ପୁରାତନ ଇତିହାସ ବଖାଣିବାକୁ ଭଲପାଏ । ବିଷ୍ଣୁ ମହାରଣା ଓ କୁଶୀ ବୁଢ଼ୀ ଦୁହେଁ ଦାବି କରନ୍ତି, ସେମାନେ ଜାତିସ୍ମର କିନ୍ତୁ ସେ ସ୍ମରଣ କେତେଟା ପୂର୍ବ ଜନ୍ମମାନଙ୍କରୁ ସଙ୍ଗ ନେଇଛି କେତେଟା ପୂର୍ବଜ ଓ ତାଙ୍କ ପୂର୍ବଜମାନଙ୍କ ସ୍ମୃତିରୁ ଏବଂ କେତେଟା ନିଛକ କିମ୍ବଦନ୍ତୀରୁ, ଗବେଷଣାର ବିଷୟ । କିନ୍ତୁ ସେମାନଙ୍କ କଥକତାରେ ଏପରି କିଛି ଥିଲା, ଯାହା ଆମେରିକାନ୍‍ ଓ ଭାରତୀୟ ଗବେଷକ ଦୁଇଜଣଙ୍କୁ ନିକଟକୁ ଟାଣି ଆଣୁଥିଲା । କିଛିଦି ପରେ କୁଶୀ ବୁଢ଼ୀ ମରେ ଏବଂ ତା'ର ଟିଣ ବାକ୍ସରୁ ଉଦ୍ଧାର ହୁଏ ଗୋଟିଏ ପୁରାତନ ତାଳପତ୍ର ପୋଥି; ଲେଖିଯାଇଥିଲେ ବୁଢ଼ୀର ପୂର୍ବଜମାନେ । ପ୍ରତିଦି ସେ ପୋଥିରୁ କିଛି କିଛି ପାଠ ଉଦ୍ଧାର କରେ ବୃଦ୍ଧ ବିଷ୍ଣୁ ମହାରଣା, ମନଯୋଗୀ ଛାତ୍ର ଭଳି ଶୁଣନ୍ତି ଚାର୍ଲସ୍‍ ଓ ପ୍ରାଚୀ । ସେ ବର୍ଣ୍ଣାରୁ ମନେହୁଏ, ସତେ ଯେପରି ଘଟଣାଗୁଡ଼ିକ ଆଖି ଆଗରେ ଘଟି ଚାଲିଛି । ସମୟ ଗଡ଼ି ଅନ୍ଧାର ହୁଏ ଏବଂ ଚାର୍ଲସ୍‍ ଓ ପ୍ରାଚୀ ଅନୁଭବ କରନ୍ତି କେତେକ ଅଶରୀରୀ ଘୂରିବୁଲୁଛନ୍ତି । ପଠନ ଓ ଦୃଷ୍ଟିବିଭ୍ରମ ମିଶି ଜୀବନ୍ତ ହୋଇ ଉଠନ୍ତି । ପ୍ରଜାବତ୍ସଳ, ଯୋଦ୍ଧା, ଭକ୍ତ ବୀର ନରସିଂହଦେବ, ଯାହାଙ୍କର ଜୀବନର ଦୁଇଟି ଲକ୍ଷ୍ୟ - ଆକ୍ରମଣକାରୀମାନଙ୍କୁ ଦୃଢ଼ ହସ୍ତରେ ଦମନ କରି ଦେଶବାସୀଙ୍କ ସୁରକ୍ଷା ଓ କୋଣାର୍କ ବେଳାରେ ସୂର୍ଯ୍ୟଦେବଙ୍କର ବିଶାଳ ମନ୍ଦିର ନିର୍ମାଣ, ଯାହାର ଯୋଡ଼ି ସମଗ୍ର ବିଶ୍ୱରେ ହେବ ନାହିଁ । ଆସି ଯାଉଛି ଶିଳ୍ପୀମାନଙ୍କର ଏକାଗ୍ରତା, ନିଷ୍ଠା ଓ ତ୍ୟାଗ । ଆହୁରି ଆସି ଯାଉଛି ବିରହିଣୀ ବଧୂର ବୁକୁଫଟା ହାହାକାର ଓ ଗ୍ରାମ୍ୟ ଜୀବନରେ ବଧୂ ନିର୍ଯ୍ୟାତନାର କାହାଣୀ । ଆସୁଛି ଓଡ଼ିଶାରୁ ଅନ୍ୟ ଦେଶକୁ ନୌଯାତ୍ରା ଓ ବିପଦର କାହାଣୀ । ନାଟ୍ୟାଚାର୍ଯ୍ୟ ଏବଂ ତାଙ୍କ କନ୍ୟାର କରୁଣ କାହାଣୀ । ପତିବ୍ରତା ସ୍ତ୍ରୀ ଜଣେ ଗ୍ରାମ୍ୟ କୁସଂସ୍କାର ଯୋଗୁଁ ଗୃହରୁ ବିତାଡିତା ହୋଇ ନାନା ପରିସ୍ଥିତି ମଧ୍ୟରେ ଗତିକରି ଶେଷରେ ସ୍ୱାମୀ ଦର୍ଶ ଓ ମୃତ୍ୟୁ ଲଭିବାର କାହାଣୀ ।

ଏହା ମଧ୍ୟରେ ଚାର୍ଲସ୍‍ ଓ ପ୍ରାଚୀ ମଧ୍ୟରେ ଗୋଟିଏ ଅବ୍ୟକ୍ତ ପ୍ରେମ ଗଢ଼ି ଉଠିଛି, ଯାହା ସଚେତନ ମନରେ ପ୍ରାଚୀ ସ୍ୱୀକାର କରିବାକୁ ଅକ୍ଷମ ।

କ୍ରମେ ଫୁଟି ଉଠିଛି ଗୋଟିଏ ପୁରାତନ କାହାଣୀ । ପ୍ରାଚୀର ବିବାହ ହୁଏ ଯେତେବେଳେ ବୟସ ତା'ର ପନ୍ଦର । ସ୍ୱାମୀ ୨୯ ବର୍ଷର ପୂର୍ଣ୍ଣ ଯୁବକ କିନ୍ତୁ ପ୍ରଥମ ରାତିରେ ହିଁ ବାଳିକାବଧୂକୁ ଦେଖି ମନରେ ବିକାର ଆସେ । ଜଗନ୍ନାଥ ସେ ରାତିରେ ଘର ବାହାରେ ଶୁଏ ଏବଂ ପରଦିରୁ ନିରୁଦ୍ଦିଷ୍ଟ ହୋଇଯାଏ । ପ୍ରାଚୀ କିନ୍ତୁ ହିନ୍ଦୁାରୀର ସଂସ୍କାର ମନରୁ କାଢ଼ି ପାରେ ନାହିଁ । ଯଦିଓ ଏ ମାନସିକତା ଏ ଯୁଗରେ ବିଶ୍ୱାସଯୋଗ୍ୟ ହେଉ ନାହିଁ । ଲେଖିକା ନିମ୍ନଲିଖିତ ଯୋଡ଼ିଏ ବାକ୍ୟରେ ଏପରି ଗୋଟିଏ ପ୍ଲାଟୋନିକ୍‍ ପ୍ରେମର ଯୁକ୍ତିଯୁକ୍ତତା ପ୍ରତିଷ୍ଠା କରିବାର ଚେଷ୍ଟା କରିଛନ୍ତି ।

ଚାର୍ଲସ୍‍- ଏ ଦେଶର ଗୋଟିଏ ଝିଅକୁ ମନର କଥା କହିବାକୁ ଚାହିଁଥିଲି, ମାତ୍ର ସେ ବହୁ ପୂର୍ବରୁ ଚୁକ୍ତିବଦ୍ଧ ହୋଇଛି ।

ପ୍ରାଚୀ- ଜୀବନରେ ସମସ୍ତେ ସବୁ ପ୍ରତିଜ୍ଞା ରକ୍ଷା କରିପାରନ୍ତି ନାହିଁ, କିନ୍ତୁ କେତେକ ପ୍ରତିଜ୍ଞା ଭଙ୍ଗ କରି ହୁଏନା ।

ପରିଚିତ ପ୍ଲଟ୍‍- ଦେଶୀ, ବିଦେଶୀ ମୂଲ୍ୟବୋଧ ମିଶେଇ ଚଟକ୍‍ଦାର ଗଳ୍ପ ପରିବେଷଣ ଯାହାର ବିଶ୍ୱାସଯୋଗ୍ୟତା ଦାନା ବାନ୍ଧିଲା ନାହିଁ ।

ତଥାପି, ଧରମା, କଳାପାହାଡ଼, ଛକରୁ ବାହାରି ଆସି ନୂତନ କିଛି ପରିବେଷଣ କରିବାର ଚେଷ୍ଟା ଅଭିନ୍ଦନଯୋଗ୍ୟ ।

ଶେଷରେ ଚାର୍ଲସ ଦେଶକୁ ଫେରିଯାଇଛି ଓ ଭଜି ଭଜି ଯାଇଛି, "ଜଗନ୍ନାଥ ସ୍ୱାମୀ ନୟ ପଥଗାମୀ ଭବତୁ ମେ ।" ଏ ଲେଖକ କିନ୍ତୁ ଗଳ୍ପର ଅନ୍ୟ ଗୋଟିଏ ଚରିତ୍ରର କେତୋଟି ବାକ୍ୟ ଉଦ୍ଧାର କରି ପ୍ରସଙ୍ଗ ଶେଷ କରିବ ।

ଅତିବୃଦ୍ଧ ବିଷ୍ଣୁ ମହାରଣା ଭାବବିହ୍ୱଳ କଣ୍ଠରେ କହିଛି, "କୋଣାର୍କ କ୍ଷୟ ହୋଇଯାଉଛି କାଳର କରାଳ ହସ୍ତରେ, କିଏ ତାକୁ ରକ୍ଷା କରିବ ? କିଏ ଗଢ଼ିବ ନୂତନ କୋଣାର୍କ ?" (ପୃ-୧୩୬)

ଏହା ଖାଲି ଗୋଟିଏ କଳ୍ପିତ କାହାଣୀର ଅଳୀକ ଚରିତ୍ରର ଆକୁତି ନୁହେଁ, ଏହା ଆଜି ବିଶ୍ୱର ବହୁ ଗୁଣୀ-ଜ୍ଞାନୀ ଐତିହ୍ୟପ୍ରେମୀ ମଣିଷର ଆକୁତି, ଯାହା ଆଲୋଚିତ ହେବ ପରବର୍ତ୍ତୀ ପରିଚ୍ଛେଦରେ ।