ପୃଷ୍ଠା:Arkakshetra konark.pdf/୨୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୨ । ବିଶନ୍‍ ସ୍ୱରୂପଙ୍କ ସମୟରେ ବାଲୁକାରାଶିର ପାର୍ଶ୍ୱଚାପର ଯେଉଁ ଭୟ ଥିଲା ତାହା ଶହେ ବର୍ଷରେ ଆହୁରି ବଢ଼ିଛି କାରଣ ଇତ୍ୟବସରରେ ବାଲି ୧୬ ଫୁଟ୍‍ ଦବି ଗଲାଣି ଏବଂ ଭିତରୁ ପଥର କ୍ଷୟ ବଢ଼ିଗଲାଣି ।

୩ । ବାହାରୁ ବିଶେଷରୂପେ ଦକ୍ଷିଣ ଦିଗରୁ ଲୁହା ପାଇପ୍‍ ଠେକା ଦେଇ ଏ ମନ୍ଦିରର ପତନ ଆଉ ବେଶୀ ଦି ରୋକି ପାରିବେ ନାହିଁ ASI । ଯଥାର୍ଥ ସଂରକ୍ଷଣ କରିବାକୁ ହେଲେ ଆବୁସିମ୍ବଲ ଅଥବା ବୋରୋବେଦୁର ଧାରାରେ ମନ୍ଦିରର ପ୍ରତିଟି ଖଣ୍ଡ ପଥର କାଢ଼ି ଆଣି ସମ୍ପୂର୍ଣ୍ଣ ଉପଚାର ପରେ ପୁଣି ଯୋଡ଼ି ଦେବାକୁ ପଡ଼ିବ ।

ଏ ବିଶାଳ ସଂରକ୍ଷଣ କାର୍ଯ୍ୟ ଉଡ୍‍ବର୍ଣ୍ଣ ଆରମ୍ଭ କରିଥିଲେ ମଧ୍ୟ ୧୯୦୩ ବେଳକୁ ସେ ଆଉ ଏ ଅଞ୍ଚଳର ଲେଫ୍‍ଟନାଣ୍ଟ୍‍ ଗଭର୍ଣ୍ଣର ନ ଥିଲେ । ପୂର୍ବଦ୍ୱାରର ସିଲ୍‍କରା ପଥର ଦେବାଲ୍‍ରେ ଶିଳାଲେଖ ଗ୍ରଥିତ ହେଲା, "To preserve this superb specimen of old Indian Architecture the interior was filled in by order of the Hon'ble J.A. Bourdilon C.S.I. Lieutenant Governor of Bengal. A.D.୧୯୦୩." ଘଟଣାଟିର ତାତ୍ପର୍ଯ୍ୟ, ଗୋଟିଏ ଚାଲୁଥିବା ଯୋଜନାର କୌଣସି ଗୋଟିଏ ବିଶେଷ କାର୍ଯ୍ୟ ପାଇଁ ଯେଉଁଠି ଖୋଦ୍‍ ରାଜ୍ୟମୁଖ୍ୟଙ୍କ ଆଦେଶ ପ୍ରୟୋଜନ ହୋଇଥିଲା, କର୍ମକର୍ତ୍ତାମାନେ କାର୍ଯ୍ୟଟିକୁ କେତେ ଗୁରୁତ୍ୱ ଦେଇଥିଲେ ବୁଝାପଡ଼ୁଛି ।

ଜଗମୋହନର ଜରୁରୀ ମରାମତି ଶେଷ ହୁଏ ୧୯୦୫ ସୁଦ୍ଧା, ଆହୁରି କାମ ବାକି ଥାଏ । ଏଇ ସମୟରେ ନାଟମଣ୍ଡପଟି ବାହାରି ପଡେ଼ ବିରାଟ ବାଲୁକାସ୍ତୂପ ତଳୁ ଏବଂ କୁଦ ଉପରେ ପୂର୍ବେ ରଖାହୋଇଥିବା ଗଜସିଂହଙ୍କୁ ଓହ୍ଲାଇ ଆଣି ମଣ୍ଡପ ସମ୍ମୁଖରେ ରଖାହୁଏ । ବାଲି କାଢ଼ିବା ପରେ ପୁରାତନ ସୂର୍ଯ୍ୟ ମନ୍ଦିରର ପଶ୍ଚିମ ପାର୍ଶ୍ୱଦେବତାଙ୍କ ମୂର୍ତ୍ତିି ମିଳେ ନାଟମଣ୍ଡପ ମଧ୍ୟରୁ । ବିଷୟଟି ଆଲୋଚିତ ହୋଇଛି ୭୪ ପୃଷ୍ଠାରେ । ଫଟୋ ନଂ-୧୮ ମୂର୍ତ୍ତିିଟି ବର୍ତ୍ତମାନ ଦିଲ୍ଲୀ National Museum ରେ ସଂରକ୍ଷିତ ।

୧୯୦୫ର ଶେଷ ଭାଗରେ, କୁଢ଼ ହୋଇ ଜମା ହୋଇଥିବା ବଡ଼ଦେଉଳ ଗଣ୍ଡିର ଭଗ୍ନାଂଶ ଅପସାରିତ ହେଲା । କୁଢ଼ ତଳୁ ମିଳିଲା, ପାର୍ଶ୍ୱଦେବତା ତ୍ରୟ ଏବଂ ଅନେକଗୁଡ଼ିଏ ମୁଗୁି ମୂର୍ତ୍ତିି ଯାହା ପୂର୍ବେ ଦେଉଳ ବାଡ଼ର ମୁଣ୍ଡିମାନଙ୍କୁ ଅଳଂକୃତ କରୁଥିଲା । ଗର୍ଭଗୃହ ଭିତରେ ମିଳିଲା ପ୍ରାୟ ଅକ୍ଷତ ଶରୀର ରତ୍ନବେଦୀ କିନ୍ତୁ ବିଗ୍ରହ ଅନ୍ତର୍ହିତ ହୋଇଥିଲେ ।

୧୯୦୬ ବେଳକୁ ମନ୍ଦିରର ଦକ୍ଷିଣ ଦିଗରେ ପ୍ରଚୁର ପରିମାଣର କାଜୁ ଓ ପୋଲାଙ୍ଗ ଗଛ ରୋପିତ ହୁଏ ସାମୁଦ୍ରିକ ପବନ ରୋଧ କରିବାକୁ ।

୧୯୦୯ ସାଲରେ ବେଢ଼ାର ଦକ୍ଷିଣ ପାର୍ଶ୍ୱ କୋଣରେ ଖନନ କାର୍ଯ୍ୟ ଆରମ୍ଭ ହୁଏ ଏବଂ କ୍ରମେ ବାହାରି ଆସେ ପୁରାତନ ସୂର୍ଯ୍ୟ ମନ୍ଦିର ଓ ତାହା ପଛକୁ ଇଟା ନିର୍ମିତ ବିଷ୍ଣୁ ମନ୍ଦିର ।

୧୯୧୦ ବେଳକୁ ପ୍ରଥମ ବ୍ୟାପକ ସଂରକ୍ଷଣ କାର୍ଯ୍ୟ ଶେଷ ହୁଏ । ସେ ସମୟର ହିସାବରେ ବ୍ୟୟ ହୋଇଥିଲା ପ୍ରାୟ ଲକ୍ଷେ ଟଙ୍କା । ଦୀର୍ଘ ଦଶବର୍ଷ ଧରି ଏ ଯେଉଁ ସଂରକ୍ଷଣ କାର୍ଯ୍ୟ ହେଲା, ତାହାରି ଫଳରେ କୋଣାର୍କ ଏତେଦି ତିଷ୍ଠି ଅଛି । ଏଥିପାଇଁ ଏ ଦେଶବାସୀ ସାର୍‍ ଜନ ଉଡ୍‍ବର୍ଣ୍ଣ ଏବଂ ବି୍ରଟିଶ ସରକାରଙ୍କ ନିକଟରେ ଚିରଦି ଋଣୀ ରହିବେ ।

ଏହାପରେ ମନେ ହୁଏ ସଂରକ୍ଷଣ କାର୍ଯ୍ୟରେ ଶିଥିଳତା ଆସିଯାଇଥିଲା, ଯଦିଓ ସରକାର ଏ ସୃଷ୍ଟିର ଗୁରୁତ୍ୱ ବୁଝିଥିଲେ ଏବଂ ବିଭି୍ନ ସମୟରେ ଉଚ୍ଚସ୍ତରୀୟ କେତେକ ପଦକ୍ଷେପ ନେଇଥିଲେ । ଏହାପର ଉପସ୍ଥାପିତ ତଥ୍ୟସବୁ ଅଧିକାଂଶ ଇଣ୍ଟରନେଟ୍‍ ଓ ବିଭି୍ନ ସୂତ୍ରରୁ ସଂକଳିତ ।

୧୯୧୭- ଅର୍ଥାତ୍‍ ବିଶାଳ ସଂରକ୍ଷଣ କାର୍ଯ୍ୟ ସମାପ୍ତ ହେବାର ସାତବର୍ଷ ପରେ ବ୍ରିଟିଶ ସରକାର ପୁଣି ପରିବେଶଜନିତ କ୍ଷୟରୋଧ କରିବାକୁ ଗୋଟିଏ ବିଶେଷଜ୍ଞ ସମିତି (Committee) ନିୟୋଗ କରିଥିଲେ । ଏ ସମିତି କ'ଣ ସୁପାରିଶ କଲେ ତାହା (Internet)ରେ ଉପଲବ୍ଧ ନୁହେଁ ।

୧୯୩୮- ପ୍ରଥମ ଥର ପାଇଁ ମହମମିଶା କିରାସିି ପ୍ରଲେପ ଚେଷ୍ଟା କରାହୁଏ ପଥରର କ୍ଷୟରୋଧ କରିବାକୁ କିନ୍ତୁ ଫଳପ୍ରଦ ହୁଏ ନାହିଁ ।

୧୯୩୯ - ଭାରତୀୟ ସର୍ବେକ୍ଷଣ ସଂସ୍ଥା (ASI) ଉପରେ କୋଣାର୍କର ସଂରକ୍ଷଣ ଦାୟିତ୍ୱ ନ୍ୟସ୍ତ ହୁଏ ।

୧୯୫୦ - ମନେହୁଏ ASI ନିୟୋଜିତ ହେବା ସତ୍ତ୍ୱେ କ୍ଷୟରୋଧ ହେଉ ନଥିଲା, ହୁଏତ ବିଶେଷଜ୍ଞମାନଙ୍କ ଆଖିରେ ଏହାର ମୂଳ କାରଣ ଧରା ପଡୁ ନଥିଲା । ଭାରତ ସରକାର, ସାଂସଦ ମାନ୍ୟବର ୰ ବିଶ୍ୱାଥ ଦାସଙ୍କ ଅଧ୍ୟକ୍ଷତାରେ ଗୋଟିଏ ବିଶେଷଜ୍ଞ ସମିତି ନିୟୋଗ କଲେ । ଏ ସମିତିର ଗୋଟିଏ ସବିଶେଷ କାର୍ଯ୍ୟ ବିବରଣୀ ASI ର ପ୍ରାକ୍ତ ଉ.ୠ. ଦେବଳା ମିତ୍ର ତାଙ୍କର ସୁଲିଖିତ ପୁସ୍ତକରେ ଉପସ୍ଥାପନ କରିଛନ୍ତି (Konarak- P.୨୪) ।

ଏ ସମିତିରେ ଥିଲେ ପୁରାକୀର୍ତ୍ତିି, ଇଂଜିିନିୟରିଂ, ଶିଳ୍ପ, ଭୂତତ୍ତ୍ୱ ଏବଂ ରସାୟ ବିଶେଷଜ୍ଞଗଣ । ସେମାନଙ୍କର ମୁଖ୍ୟ ସୁପାରିଶ ଥିଲା: