ପୃଷ୍ଠା:Arkakshetra konark.pdf/୨୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କରିଥାଏ ଅନ୍ଧାରିଆ ଖୋଲ ଓ କୋଣ ଅଞ୍ଚଳରେ ଯେଉଁଠାରେ ଆର୍ଦ୍ରତା ଅଧିକ । ଯେଉଁ ଅଞ୍ଚଳମାନଙ୍କରେ biocide (zinc flousilicate) ପହଞ୍ଚି ପାରି ନାହିଁ ସେ ଅଞ୍ଚଳରେ ଏହାର ଆଧିକ୍ୟ ଦେଖାଯାଉଛି । (No. ୧୫ of Report)

୫. ଲବଣାକ୍ତ ସାମୁଦ୍ରିକ ପବନ ସହିତ ଅବକ୍ଷୟର ବିଶେଷ ସମ୍ପର୍କ ଦେଖି ପାରି ନାହାନ୍ତି ଲେମାୟାରୋ ସେ ବରଂ ଅଧିକ ଛିଦ୍ରଯୁକ୍ତ ପଥରକୁ ଦ୍ରୁତ ଅବକ୍ଷୟ ପାଇଁ ଦାୟୀ କରିଛନ୍ତି । ସାଥେ ସାଥେ ଏହା ମଧ୍ୟ କହିଛନ୍ତି, ଦକ୍ଷିଣ ଦିଗର ଉପର ଅଂଶ ଯେଉଁଠାରେ ସାମୁଦ୍ରିକ ପବନର ଆଧିକ୍ୟ ଅନୁଭୂତ ହୁଏ, ସେଠାରେ କ୍ଷତିର ପରିମାଣ ଅଧିକ ଘଟିଛି ।

୬. ପୀଢ଼ମାନଙ୍କର କାନ୍ଥି ଅଞ୍ଚଳର ଛାତରେ (ପାରାଘର) ପ୍ରସ୍ତର ଅପସାରଣର ଚିହ୍ନ ଦିଶିଲାଣି, ଭବିଷ୍ୟତରେ ବିପଦର କାରଣ ଘଟିପାରେ ।

୭. ଜଗମୋହନ ଭିତରେ ଭରିଥିବା ବିପୁଳ ପରିମାଣର ବାଲି ବିଶେଷ କ୍ଷତି ଘଟାଉ ନାହିାଁ ବର୍ଷା ପରେ ଏ.ଏସ୍‍.ଆଇ. କରିଥିବା ହାଇଗ୍ରେମେଟି୍ରକ୍‍ ମେଜର୍‍ମେଣ୍ଟ ବାଲୁକା ସ୍ତରରେ ଆର୍ଦ୍ରତାର ଆଧିକ୍ୟ ସୂଚିତ କରୁାହିଁ । (ରିପୋର୍ଟ ନମ୍ବର ୨୪ ଓ ୨୯)

୮. ମନ୍ଦିରର ଯେଉଁସବୁ ଅଂଶ ଲୋପପାଇଯାଇଛି (ବିମାନର ଗଣ୍ଡି, ଜଗମୋହନର କଳସ) ସେ ସବୁର ପୁର୍ଗଠନ, ସେମାନଙ୍କ ମତରେ, "rash to follow up" କିନ୍ତୁ ଯେଉଁସବୁ ଲୁପ୍ତ ଭାସ୍କର୍ଯ୍ୟର ଶୈଳ୍ପିକ ପୁରୁଦ୍ଧାର ପାଇଁ ସିମେଣ୍ଟ ବାଲି ବ୍ୟବହୃତ ହୋଇଛି, ତାହା ମଧ୍ୟ ଉଚିତ ନ ଥିବା କୁହାଯାଇଛି । ସାଦା ପଥର ଯୋଡେ଼ଇ କଥା ସଠିକ୍‍ କିଛି କୁହାଯାଇନାହିଁ ।

୯. ବାଲିକୁଦମାନଙ୍କ ମଧ୍ୟରେ ଏବେ ମଧ୍ୟ ଲୁପ୍ତଥିବା ଭାସ୍କର୍ଯ୍ୟର ପୁରୁଦ୍ଧାର କରି ସ୍ୱସ୍ଥାନରେ ଖଞ୍ଜି ଦେବାର ଯୋଜନା ହେବା ଉଚିତ ।

ଲେମାୟାରେ ରିପୋର୍ଟର ବାଲୁକା ନିଷ୍କାସନ ସମ୍ବନ୍ଧୀୟ ମତାମତ ସେମାନଙ୍କର ୧୫ ନମ୍ବର ରିପୋର୍ଟର ବିରୁଦ୍ଧାଚରଣ କରୁଛି ଏବଂ ବିବାଦୀୟ ହେବାକୁ ମଧ୍ୟ ବାଧ୍ୟ । ବାଲି ବହୁ ସମୟ ପାଣି ଧରି ରଖିପାରେ ନା- ଏହା ଜାଣିବାକୁ ହାଇଗ୍ରୋମିଟର ଦରକାର ହୁଏନା ? ଜଗମୋହନ ଭିତରୁ ଜଳ ନିଷ୍କାସନ ନାଳ ଏବେ ମଧ୍ୟ ଅବସ୍ଥିତ । ଏଠାରେ ବିଚାର୍ଯ୍ୟ, ଗୋଟିଏ ନିବୁଜ ଅନ୍ଧାର ଘର ଭିତରେ ବାୟୁର ଉଷ୍ଣ ଆର୍ଦ୍ରତା ଯାହା ରହିବାକୁ ବାଧ୍ୟ । ସେମାନଙ୍କର ନିଜର ମତ,"...In the dampest areas (i.e in the hallows and angles that receive less light) moss grows in profusion." ଜଗମୋହନର ସିଲ୍‍ କରା ଅଭ୍ୟନ୍ତର ଏଥିପାଇଁ ଆଦର୍ଶ ସ୍ଥାନ ଯେଉଁଠାରେ ବାୟୋଲଜିକାଲ୍‍ ଆକ୍ରମଣକୁ ସାହାଯ୍ୟ କରିବାକୁ ଶତବର୍ଷରୁ ଅଧିକ ଜମି ରହିଛି ବିପୁଳ ପରିମାଣର ଲବଣାକ୍ତ ବାଲି ଓ ଥରେ ହେଲେ ପ୍ରଲେପ ପାଇ ନାହିଁ ଆକ୍ରମଣ ନିରୋଧକ, (zinc flousilicate) । ୮୨ ବର୍ଷ ପୂର୍ବେ ଡଚ୍ଛରର ପ୍ରାଣକୃଷ୍ଣ ପରିଜା କୋଣାର୍କର ଶୈବାଳଯୁକ୍ତ ପଥର ଖଣ୍ଡେ ପରୀକ୍ଷା କରି ଦେଖିଥିଲେ, ସେଥିରେ ୩୫୭ସ୍ତର ଶୈବାଳ ଜମା ହୋଇଥିଲାା (ପୃଷ୍ଠା-୭୨ ଦେଖନ୍ତୁ) ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନେ କହିବେ କି, ଜଗମୋହନ ଅଭ୍ୟନ୍ତରରେ କେତେ ସ୍ତର ଶୈବାଳ ଜମା ହୋଇଛି ଏବଂ ତଦ୍ଦ୍ୱାରା ପ୍ରସ୍ତର କ୍ଷୟ କେତେ ଘଟିଛି ଏବଂ ତଥାପି ମନ୍ଦିର ନିରାପଦ ଅଛି ?

ବୋରବୋଦୁର ସଂରକ୍ଷଣର ଉପଦେଷ୍ଟା କମିଟିର ସଦସ୍ୟ ଲେମାୟାରେ ଖଣ୍ଡିତ ଭାସ୍କର୍ଯ୍ୟକୁ ସାଦାପଥର ଦେଇ ଭରିବା ବିଷୟରେ ପରିଷ୍କାର ଅଭିମତ ରଖିଲେ ନାହିଁ । ତଥ୍ୟ ମିଳୁଛି ବୋରୋବୋଦୁର ସଂରକ୍ଷଣ କାଳରେ ଶିଳ୍ପୀ ନିୟୋଗ କରି ଭାସ୍କର୍ଯ୍ୟମାନଙ୍କର ନଷ୍ଟ ହୋଇଯାଇଥିବା ଅଂଶଗୁଡ଼ିକୁ ପୁଣି ମୂଳ ଭଳି ଗଢ଼ି ଦିଆଯାଇଥିଲା ।

ଲେମାୟାରେ କିନ୍ତୁ ଗୋଟିଏ ବିଷୟ କହିଛନ୍ତି, ଯାହା "ନିଉଲାଇଟ୍‍ ଅନ୍‍ ସନ୍‍ଟେମ୍ପଲ୍‍' ଗ୍ରନ୍ଥରେ ମଧ୍ୟ ଡଚ୍ଛରର ଏଲିସ୍‍ ବୋନର୍‍ ଜୋର୍‍ ଦେଇଛନ୍ତି; ନିକଟବର୍ତ୍ତୀ ବାଲୁକାସ୍ତୂପ ସବୁ ଖୋଳି ତାହା ଭିତରୁ ଆହୁରି ଭାସ୍କର୍ଯ୍ୟ ପୁରୁଦ୍ଧାର କରି ସେଗୁଡିକୁ ସ୍ୱସ୍ଥାନରେ ଖଞ୍ଜାଯାଉ । ଏହା ଉପରେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

୧୯୮୨ - ଲେମାୟାରେଙ୍କ କୋଣାର୍କ ପରିଦର୍ଶର ପରବର୍ଷ ଜଗମୋହନ ଗାତ୍ରରେ ଗୋଟିଏ ଫାଟ ଧରାପଡ଼ିଲା, ଯାହା ଉପରେ କାଚ ପ୍ଲେଟ୍‍ ଲଗେଇ ଫାଟର ଅପସରଣ ଲକ୍ଷ୍ୟ କରାଯାଇଛି । (ଫଟୋ-୯୧ ଦେଖନ୍ତୁ) ଅଥଚ ଲେମାୟାରେ ସାର୍ଟିଫିକେଟ ଦେଇଗଲେ ମନ୍ଦିର ଭିତରେ ଜମାଥିବା ବାଲୁକାରାଶିରୁ ଦେବାଲ୍‍ ଉପରେ କୌଣସି ପ୍ରଭାବ ନାହିଁ । ଯେବେ ଦୂର ଅତୀତର ପ୍ରଥମ ପ୍ରଥମ ନିଅଁ ଦବି ବହୁବର୍ଷ ସ୍ଥିତିଶୀଳ ଅଛି ଦେବାଲ୍‍ର ଫାଟ ଆସିଲା କେଉଁଠାରୁ? ଦେବାଲର ପ୍ରସ୍ତରସ୍ତର ଅବକ୍ଷୟ, କର୍‍ବେଲ୍‍ଡ଼ ରିଙ୍ଗ ସଂକୁଚିତ ହେଉଥିବାରୁ ମନେ ହୁଏ, ବାଲି କାଢ଼ି ଭିତରୁ ସଂରକ୍ଷଣ କାର୍ଯ୍ୟ ଜରୁରୀ ।

୧୯୮୪- ୟୁନେସ୍‍କୋ କୋଣାର୍କକୁ ଓ୍ୱାଲ୍‍ର୍ଡ଼ ହେରିଟେଜ୍‍ ସାଇଟ୍‍ର ମାନ୍ୟତା ଦେଲେ ।

୧୯୮୫- ୧୯୮୨ରେ ଧରାପଡ଼ିଥିବା ଫାଟ ବଢ଼ୁଥିବାର ଦେଖାଗଲା ଏବଂ ବିଭି୍ନ ସ୍ଥାନରେ କିଛି ମରାମତି କରାଗଲା ।

୧୯୮୭- ୟୁନେସ୍‍କୋ ଆଉ ଦୁଇଜଣ ବିଶେଷଜ୍ଞ ପଠାଇଲେ ବି.ଏନ୍‍. ଫିଲ୍‍ଡେନ୍‍ ଓ ପି. ବେକ୍‍ମ୍ୟାନ୍‍ । ଏମାନେ ଦେଇଥିବା ପରାମର୍ଶ ଇଣ୍ଟରନେଟ୍‍କୁ ଛଡ଼ାହେଲା ନାହିଁ । କିନ୍ତୁ ରିପୋର୍ଟର ବିଶେଷ ବିବରଣୀ ମିଳୁଛି ସଂବାଦପତ୍ରରୁ ଏବଂ INTACHର ରାଜ୍ୟମୁଖ୍ୟଙ୍କ ଲେଖାରୁ । ସୁପାରିଶ୍‌ଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା । (୩୦୦)