ପୃଷ୍ଠା:Arkakshetra konark.pdf/୨୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ତ ସେଇମାନେ ହିଁ ଲେଖିବେ ଏବଂ ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ମଧ୍ୟ ସେମାନଙ୍କର । ପ୍ରବଳ ଚାପ ଫଳରେ ଏପରି କେତେଗୁଡ଼ିଏ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ନିଆଗଲା ଯେଉଁଥିରେ କାର୍ଯ୍ୟ ସହଜରେ ଆଗେଇବ ନାହିଁ । ଚାରିଟି ସବ୍‍ କମିଟି ଓ ଗୋଟିଏ ଉପଦେଷ୍ଟା କମିଟି ଗଠନ କରିବାର ନିର୍ଣ୍ଣୟ ନିଆହେଲା ଏବଂ ଚାପରେ ପଡ଼ି ସବ୍‍ କମିଟିଗୁଡ଼ିକର ସୁପାରିଶ୍‍ ଦେବାର ସମୟ ନିର୍ଦ୍ଦିଷ୍ଟ କରି ଦିଆଗଲା ।(୩୦୪)

୧. Documents Committee – 9 months

୨. Committee on removal of sand from inside Jagamohan – 9 months

୩. Committee on conservation of Sculpture – 3 months

୪. Committee on water problem – 6 months

ପଚାଶ ଷାଠିଏ ବର୍ଷ ଧରି ଏକା କଥା ଦୋହରାଇବା ପରେ ଏ ନିର୍ଣ୍ଣୟଗୁଡ଼ିକ ପ୍ରକୃତ କାମ ଆରମ୍ଭ ନକରି ଆହୁରି ଖର୍ଚ୍ଚସାପେକ୍ଷ ପିଲା ଭଣ୍ଡେଇବା ଖେଳ । ଗତ ନଭେମ୍ବର ମାସ ପର୍ଯ୍ୟନ୍ତ କୌଣସି କମିଟିର ରିପୋର୍ଟ ଆସି ନଥିଲା କାରଣ INTACH ଓଡ଼ିଶା ବିଭାଗର ମୁଖ୍ୟ ଏବଂ ଓଡ଼ିଶାର ସଂସ୍କୃତି ବିଭାଗର ସଚିବ ଏ ବିଷୟରେ କିଛି ଜାଣି ନ ଥିଲେ । ଏପରିକି ୧୯୧୧ ଜୁଲାଇ ମାସ ସୁଦ୍ଧା କୌଣସି ରିପୋର୍ଟ ଆସି ନଥିବା INTACH ର ରାଜ୍ୟମୁଖ୍ୟ କହିଛନ୍ତି । କେତେଦି ଧରି ଚାଲିବ ଏ ପ୍ରହସନ !

ସଂରକ୍ଷଣ କେବଳ ବୈଷୟିକ ସମସ୍ୟା ନୁହେଁ :

ସଂରକ୍ଷଣ କାର୍ଯ୍ୟର ଆଉ ଗୋଟିଏ ଦିଗ ଅନାଲୋଚିତ ରହିଗଲା । ଏ.ଏସ୍‍.ଆଇ. ତଥା ବିଦେଶୀ ବିଶେଷଜ୍ଞ ଦଳ କୋଣାର୍କକୁ ଗୋଟିଏ ବୈଷୟିକ ସମସ୍ୟା ଭାବିନେଇ ଦର୍ଶକ କଥା ସଂପୂର୍ଣ୍ଣ ଭୁଲି ଯାଇଛନ୍ତି । ପରିଦର୍ଶକ ବହୁ ବର୍ଷ, ବିା ବାଧାରେ କୋଣାର୍କ ଦେଖି ଆନନ୍ଦ ପାଇଛନ୍ତି, ପୂର୍ବସୂରୀଙ୍କ କୀର୍ତ୍ତି ପାଇଁ ଗର୍ବ ବୋଧ କରିଛନ୍ତି ।

୨୦ବର୍ଷ ପୂର୍ବେ ଗେଟ୍‍ରେ ଜଗୁଆଳି ରଖି ପ୍ରବେଶ ଶୁଳ୍କ ଧାର୍ଯ୍ୟ ହେଲା । ଆପତ୍ତି ଶୁଳ୍କ ଆଦାୟ ପାଇଁ ନୁହେଁ; ସରକାର ଐତିହ୍ୟ ସଂରକ୍ଷଣ ପାଇଁ ବହୁ ଉପାୟରେ ଶୁଳ୍କ ଆଦାୟ କରି ପାରନ୍ତି, ଆପତ୍ତି ନାନା ବାଟେ ଜନସାଧାରଣଙ୍କୁ ତାଙ୍କ ପୂର୍ବଜଙ୍କ କୀର୍ତ୍ତିି ନିକଟକୁ ଯିବାରେ ନାନା ପରିକଳ୍ପିତ ବାଧା ସୃଷ୍ଟିରୁ । ଗର୍ଭଗୃହକୁ ଯିବାପାଇଁ ଉପରୁ ଯେଉଁ ବାଟ ଥିଲା ତାହା ବନ୍ଦ କରି ଦିଆଗଲା, ପରବର୍ତ୍ତୀ ସମୟରେ ପାର୍ଶ୍ୱଦେବତା ତ୍ରୟଙ୍କ ନିକଟକୁ ନ ଯିବା ପାଇଁ ବାଡ଼ ପଡ଼ିଲା । ବହୁ ମୂର୍ତ୍ତିି ଓ ଶିଳ୍ପକର୍ମ ବିଭି୍ନ ମ୍ୟୁଜିୟମ୍‍ରେ; ଦର୍ଶକ କ'ଣ ଦେଖିବାକୁ କୋଣାର୍କ ଯିବେ ? ପ୍ରତିବର୍ଷ ବର୍ଷାକାଳରେ ବେଢ଼ା ଭିତରେ ଆଣ୍ଠୁଏ ପାଣି ଜମିଲା । ଜଣେ ଆଇନଜୀବୀ ଉଚ୍ଚ ନ୍ୟାୟାଳୟରେ ଗୋଟିଏ ଜନସ୍ୱାର୍ଥ ମାମଲା କଲେ । ଏ.ଏସ୍‍.ଆଇ. ପ୍ରାୟ ବର୍ଷେ ପରେ ଉଚ୍ଚନ୍ୟାୟାଳୟକୁ ଜଣାଇଲେ, ଦେଢ଼କୋଟି ଟଙ୍କାର ବ୍ୟୟ ଅଟକଳ ଡି.ଜି.ଙ୍କ ଅନୁମୋଦନ ପାଇଁ ଯାଇଛି, ମାତ୍ର ମନ୍ଦିରର ଅବକ୍ଷୟ ଚକ୍ରବୃଦ୍ଧି ହାରରେ ବଢ଼ି ବଢ଼ି ଚାଲିଛି ।

ପରିଷ୍କାର ଦିଶୁଛି ଏ.ଏସ୍‍.ଆଇ. ଭିତରୁ ବାଲି କାଢ଼ିବାକୁ ଭୟ କରୁଛି । ସେ ଭୀତି ଗୋଟିଏ ଦାୟିତ୍ୱଶୀଳ ଅନୁଷ୍ଠାନ ପକ୍ଷେ କେତେ ଯୁକ୍ତିଯୁକ୍ତ ଭୀତି ଓ କେତେ ଦାୟିତ୍ୱ ନେବାର ଅନିଚ୍ଛା, ତାହା ବିଶ୍ୱ ଦରବାରରେ ଆଲୋଚିତ ହେବାର ପ୍ରୟୋଜନ ଅଛି । କାରଣ କୋଣାର୍କ ବିଶ୍ୱ ଐତିହ୍ୟ, ଏ.ଏସ୍‍.ଆଇ.ର ବିଭାଗୀୟ ସଂପତ୍ତି ନୁହେଁ ।

୧୯୦୨ ସାଲରେ ତତ୍‍କାଳୀନ ସଂରକ୍ଷକମାନେ ଯେଉଁ ପରିବେଶରେ କାମ କରିଥିଲେ ଏବଂ ସେତେବେଳର ବିଜ୍ଞାନ ତଥା ପ୍ରଯୁକ୍ତି ଯେଉଁ ସ୍ତରର ଥିଲା, ଶହେ ବର୍ଷ ମଧ୍ୟରେ ସେଥିରୁ ବହୁ ଅଗ୍ରଗତି ହେଲାଣି । ବର୍ତ୍ତମାନ ପୁରୁଣା ଇମାରତ୍‍ ଭୁଶୁଡ଼ି ପଡ଼ିବା ଆଉ ଗୋଟିଏ ସମସ୍ୟା ହୋଇ ରହିାହିଁ; ସମ୍ପୂର୍ଣ୍ଣ ଇମାରତ୍‍ ଖଣ୍ଡ ଖଣ୍ଡ କରି କାଟି ସେଇଠାରେ ଅଥବା ଅନ୍ୟତ୍ର ପୁଣି ନୂତନ କରି ଯୋଡ଼ି ଦିଆଯାଇ ପାରୁଛି । ଏ ପ୍ରସଙ୍ଗରେ ଯୋଡ଼ିଏ ଯୋଜନା କଥା ଆଲୋଚନା କରାଯାଇପାରେ । ଯୋଡ଼ିଏଯାକ ଯୋଜନା ଞଗଊଜCଘ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା ।

ଆବୁସିମ୍ବେଲ ଗୋଟିଏ ପାହାଡ଼ରୁ ଖୋଦିତ ବିଶାଳ ମିଶରୀୟ ସୂର୍ଯ୍ୟ ମନ୍ଦିର । ଆସଓ୍ୱାନ ଜଳଭଣ୍ଡାର ତଳେ ବୁଡ଼ି ଯିବାର ସମ୍ଭାବନା ଥିବାରୁ ପାହାଡ଼ଟିକୁ ୧୦୫୦ ଖଣ୍ଡରେ କାଟି ୬୯୦ ଫୁଟ୍‍ ଦୂରରେ ୨୦୦ଫୁଟ୍‍ ଉଚ୍ଚତାରେ ପୁଣି ନିଖୁଣ ଭାବେ ଯୋଡ଼ି ଦିଆଯାଇଥିଲା । ପ୍ରତିଟି ଖଣ୍ଡର ଓଜନ ଥିଲା ଅନୂ୍ୟନ ୩୩ ଟନ୍‍ ଓ କାର୍ଯ୍ୟଟି ସମାପ୍ତ ହୋଇଥିଲା ୧୯୬୩ ଠାରୁ ୧୯୬୮ ମଧ୍ୟରେ । ସେ ବିଶାଳ କର୍ମକାଣ୍ଡର ସଚିତ୍ର ବିବରଣୀ ମିଳିବ ନେସନାଲ୍‍ ଜ୍ୟୋଗ୍ରାଫି ମେ ୧୯୬୯ ସଂଖ୍ୟାରେ ।(୩୦୫) ପରପୃଷ୍ଠାରେ ଏହି ମନ୍ଦିର ସଂପର୍କୀୟ କେତୋଟି ଚିତ୍ର ଦିଆଗଲା ।

ବୋରୋବୋଦୁରର ସଂରକ୍ଷଣ ଥିଲା ଆହୁରି ଜଟିଳ ।(୩୦୬) ଅଷ୍ଟମ ଶତାବ୍ଦୀରେ ଗଠିତ ଇଣ୍ଡୋନେସିଆର ବୌଦ୍ଧ ମଠର ଭିତ୍ତିଭୂମି ୩୮୭ ଫୁଟ୍‍ × ୩୮୭ ଫୁଟ୍‍ । ସାତ ଥାକରେ ଗଠିତ ଏ ବୌଦ୍ଧ ବିହାର ଅସଂଖ୍ୟ ସ୍ତୂପ, ବିଗ୍ରହ, ଅଳିନ୍ଦ, ସୋପାନର ବିଶାଳ ସମଷ୍ଟି । ମଠଟିକୁ ଅରଣ୍ୟ ଗ୍ରାସ କରି ଯାଇଥିଲା ଓ ଗଛ ଚେର ପଶି ଭଙ୍ଗାରୁଜା ପଥରର କୁଢ଼ ହୋଇ ଯାଇଥିଲା । ୧୯୭୫ ଠାରୁ ୧୯୮୨ ମଧ୍ୟରେ ଆଠ ଲକ୍ଷ ପ୍ରସ୍ତର ଖଣ୍ଡ ଗୋଟି ଗୋଟି କାଢ଼ି, ବୈଷୟିକ ଉପଚାର ପରେ ପୁର୍ବାର ଯୋଡ଼ି ଦିଆଗଲା । ବୋରୋବୋଦୁରର ହେଲା ପୁର୍ଜ୍ମ । ଯେଉଁ କାରୁକାର୍ଯ୍ୟର କିଛି ଅଂଶ ଲୋପ ପାଇ ଯାଇଥିଲା, ସେ ଅଂଶକୁ ପ୍ରସ୍ତର ଶିଳ୍ପୀ ଲଗେଇ ପୂର୍ବବତ୍‍ ରୂପ ଦିଆଗଲା, ଯାହା ଆଜି INTACH ର ଦାବି କୋଣାର୍କ କ୍ଷେତ୍ରରେ ।