ପୃଷ୍ଠା:Arkakshetra konark.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନ୍ୟତମ । କରୁଣାସାଗରଙ୍କ ମତାମତ ପ୍ରକାଶ ପାଇଥିଲା ୧୯୭୬ ସାଲରେ ଜଚ୍ଛନ୍ଧନ୍ଦଶ ଆଜ୍ଞଷବ ନାମକ ପତି୍ରକାରେ(୪୯) । ପତି୍ରକାଟି ମିଳୁାହିଁ କିନ୍ତୁ କରୁଣାସାଗର ଏ ବିଷୟରେ ମତାମତ ଉପସ୍ଥାପନ କରିଛନ୍ତି ତାଙ୍କର କୋଣାର୍କ ଗ୍ରନ୍ଥରେ । ସେଥିରେ ସେ କହିଛନ୍ତି, ଅଳ୍ପଦିନ ତଳେ ଉତ୍ତ. ଆକ୍ଷଷମର ଇଚ୍ଛଚ୍ଚରତ୍ତ, "ବାୟାଚକଡ଼ା' ନାମକ ଗୋଟିଏ ତାଳପତ୍ର ପୋଥି ପାଇଥିବା କଥା କହୁଛନ୍ତି ଏବଂ ସେଥିରେ ମନ୍ଦିରର ଇତିହାସ ଉପରେ ଅନେକ ନୂତନ ତଥ୍ୟ ପାଇଥିବା ଦାବି କରିଛନ୍ତି । ""........but this depends on scientific examination of the palm-leaf manuscript and publication of the complete text not merely the English translation which is still awaited."(୫୦)

ଠିକ୍‍ ପର ପୃଷ୍ଠାରେ, ଅନ୍ୟ ଏକ ପ୍ରସଙ୍ଗରେ ଡଚ୍ଛରର ବେହେରା ଲେଖିଛନ୍ତି, ମାଦଳାପାଞ୍ଜିର କିଛି ତଥ୍ୟ ଖ. ଖ. Cଶବହତ୍ତବବ୍ଦବତ୍ତନ୍ଦଷ ଉପସ୍ଥାପନ କରିଛନ୍ତି । ଏ ତଥ୍ୟଗୁଡ଼ିକ ମାଦଳାପାଞ୍ଜିର ପରବର୍ତ୍ତୀ ପାଠାନ୍ତରରେ ନାହିଁ; "...However, there is no reason to doubt the authenticity of the document. M.M. Chakravarti, who was a serious scholar in the field of Orissa history and who spent 17 years in Orissa in an official capacity, must have copied these contents from an old and genuine manuscript of Madala Panjee."(୫୧)

[[ଫାଇଲ:|423px|page=30]]
ଫଟୋ-୨ (କ) : ନାଟ୍ୟାଚାର୍ଯ୍ୟ

Dr. Alice Boner ଓ ଡକ୍ଟର ରାଜେନ୍ଦ୍ର ପ୍ରସାଦ କ'ଣ less serious scholar ନା ଅଳ୍ପ ନିର୍ଭରଯୋଗ୍ୟ ? ଅଧିକ ବକ୍ତବ୍ୟ ନିଷ୍ପ୍ରୟୋଜନ । ତାଳପତ୍ର ପୋଥିଗୁଡ଼ିକ ଉପସ୍ଥାପିତ ହେଲେ ମଧ୍ୟ ତାହାର 'Scientific examination' ହେବ କିପରି ? ମୋ ଜାଣିବାରେ ପାଞ୍ଚ, ସାତ ଶହ ବର୍ଷର ଫରକ୍‍ Carbon dating ଦ୍ୱାରା ଧରା ପଡ଼ିବ ନାହିଁ । କର୍ମରୀଶ୍‍ ଅବଶ୍ୟ ବାୟାଚକଡ଼ା ପ୍ରଦତ୍ତ ତଥ୍ୟର ମେଳ ଖୋଜିଛନ୍ତି ମାଦଳା ପାଞ୍ଜିରୁ ଏବଂ ଯେଉଁଠାରେ ଯେପରି ପାଇଛନ୍ତି (ଯଥା-୧୮ ବର୍ଷ ବୟସରେ ନରସିଂହ ଦେବଙ୍କର ଯୁଦ୍ଧ ଯାତ୍ରା, ମନ୍ଦିର ପ୍ରତିଷ୍ଠାର ବର୍ଷ ଇତ୍ୟାଦି) ତାହା ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "The illustrations however are rather slipshod" ତଥାପି କର୍ମରୀଶ୍‍ କହିଛନ୍ତି, ଅନେକ ସ୍ଥାନରେ ମାଦଳାପାଞ୍ଜିର ସମର୍ଥ ମିଳୁଥିବାରୁ ବାୟାଚକଡ଼ା ସମ୍ପୂର୍ଣ୍ଣ "Fabricated" କୁହାଯାଇ ପାରିବ ନାହିଁ(୫୨) । ପଣ୍ଡିତମାନେ ଅବଶ୍ୟ ମାଦଳା ପାଞ୍ଜିର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଉଛନ୍ତି !

ଗ୍ରନ୍ଥଟିର ମୁଖବନ୍ଧରେ ଏଲିସ୍‍ ବୋନର୍‍ କେତେଗୁଡ଼ିଏ କଥା ଲେଖିଛନ୍ତି ଯାହା ପ୍ରଣିଧାନ ଯୋଗ୍ୟ । ପଣ୍ଡିତ ସଦାଶିବ ରଥଶର୍ମା ପୁରୀ ନିକଟସ୍ଥ ୩୨ଟି ଗ୍ରାମରେ ପ୍ରାୟ ଆଠ ବର୍ଷ ବୁଲି ବୁଲି ୯୭୪ଟି

ତାଳପତ୍ର ପୋଥି ପାଇଥିବା ଦାବି କରନ୍ତି । ସେଥିରୁ ମାତ୍ର ସାତଟି କୋଣାର୍କ ସମ୍ବନ୍ଧିତ । ସେ ସାତଟିରୁ ତିିଟି ସାହିତ୍ୟ ବିଷୟକ, ବାକି ଚାରିଟି "New Light......"ରେ ସ୍ଥାନ ପାଇଛି କାରଣ ସେଗୁଡ଼ିକ, "Factual contemporary" ଏବଂ ସପକ୍ଷରେ କିଛି ପାରିପାର୍ଶ୍ୱିକ ପ୍ରମାଣ ମିଳୁଛି ।

ତାଳପତ୍ର ପୋଥି ଯେଉଁମାନେ ରଖନ୍ତି ସେମାନଙ୍କ ମଧ୍ୟରେ ଗୋଟିଏ ପ୍ରଥା ପ୍ରଚଳିତ ଥିବା କଥା ବୋନର୍‍ କହିଛନ୍ତି । ପ୍ରାୟ ଶହେ ବର୍ଷ ବ୍ୟବଧାନରେ ପୂର୍ବତନ ପୋଥିର ନକଲ କରାଯାଏ

ଏବଂ ପୁରାତନ ପୋଥିକୁ ଜଳାଶୟୀ (ଜଳରେ ବିସର୍ଜନ) କରାଯାଏ । ଫଳରେ ଲେଖିବାର ଶୈଳୀ

୩୦ . ଅର୍କକ୍ଷେତ୍ର କୋଣାର୍କ