ପୃଷ୍ଠା:Arkakshetra konark.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବର୍ତ୍ତମାନ ଅମେଳଗୁଡ଼ିକ ଦେଖାଯାଉ ।

ମୂଳ ଅସଙ୍ଗତି ଅଧିକାଂଶ ବ୍ୟୟ ସହିତ ତାରିଖ ବର୍ଷ ମାସ ନାହିଁ, ଯାହା ହିସାବ ରଖିବାର ପ୍ରଧାନ ଆୟୁଧ । ଅବଶ୍ୟ ସେ ସମୟରେ ହିସାବ ରକ୍ଷା କରିବାର ଅନ୍ୟ କୌଣସି ସରଳ ନିୟମ ଥିଲା କି ନାହିଁ ଜଣାପଡୁ ନାହିଁ । ବାୟା ଚକଡ଼ାକୁ ଗୋଟିଏ ହିସାବ ଖାତା ନ କହି ଛବଚ୍ଚଯଚ୍ଛଲ ଯଷବତ୍ତସ୍ଥ କୁହାଯିବା ଉଚିତ୍‍ । ଏଥିରୁ ନିମ୍ନୋକ୍ତ ତଥ୍ୟଗୁଡ଼ିକ ମିଳୁଛି ।

୧ । କାର୍ଯ୍ୟର ଧାରାବାହିକ ବିବରଣୀ ।

୨ । କର୍ମୀ ନିୟୋଗ ।

୩ । ପୃଷ୍ଠପୋଷକ, ଅଧିକାରୀ ଓ କର୍ମଚାରୀମାନଙ୍କର ନାମ ଓ ଯୋଗସୂତ୍ର ।

୪ । ବହୁ ବୈଷୟିକ ବିଷୟ; ଯଥା- ପଥରର ବ୍ୟବହାର, ପରିବହନ, ଉତ୍ତୋଳନ, ଲୁହା ଢ଼ଳେଇ ଇତ୍ୟାଦି ।

୫ । ଠିକା କାମ ତଥା ନିତି କାମ, ଦୁଇ ପ୍ରଥାର ସମ୍ମିିଶ୍ରଣ ।

୬ । କିଏ ଗଲା, ଆଇଲା, କିଏ କ'ଣ ଦେଲା ନେଲା ଇତ୍ୟାଦି ।

୭ । ଦେୟ ଏବଂ ବ୍ୟୟ ସବୁବେଳେ ଅର୍ଥ (ମାଢ଼) ଆକାରରେ ହେଉ ନଥିଲା । ଅନେକ ସମୟରେ ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଆକାରରେ ମଧ୍ୟ ହେଉଥିଲା ।

ଯେଉଁ ସମୟର ଐତିହାସିକ ଶୂନ୍ୟତା ମଝିରେ ପଣ୍ଡିତମାନେ ଘାଣ୍ଟି ହେଉଛନ୍ତି, ସେଇ ସମୟର ଏତେ ନିଖୁଣ ତଥ୍ୟବହୁଳ ଉପସ୍ଥାପନା, ସନ୍ଦେହଜନକ ମନେ ହେବା ସ୍ୱାଭାବିକ । ସ୍ୱଜାତୀୟ କୀର୍ତ୍ତିିର ଗୁଣଗାନ କରିବା ଉଚ୍ଛ୍ୱାସରେ କେତେକ ଲେଖକ ବାୟା ଚକଡ଼ାକୁ ଏପରି ଟେକାଟେକି କରିଛନ୍ତି ଯେ, ବାୟା ଚକଡ଼ା ସନ୍ଦେହ ଘେରକୁ ଆସିଯାଇଛି ।

ଧର୍ମପଦର ଆଖ୍ୟାନ ଧରାଯାଉ । ଆଜିକା ଆଖ୍ୟାନରୁ ମନେହେବ, ଧର୍ମପଦ ଗୋଟିଏ ବାଳକ ମାତ୍ର । (ବାର ବରଷର ବାଳୁତ ପୁଅ ସେ)(୫୭) ସେ ଗଳ୍ପରୁ ଆହୁରି ମଧ୍ୟ ମନେ ହେବ, ବାରଶହ ଶିଳ୍ପୀଙ୍କ ମନରେ ଭୟ ଥିଲା- ରାଜା ଧର୍ମପଦ କୀର୍ତ୍ତିି କଥା ଜାଣି ପାରିଲେ ସେମାନଙ୍କ ମୁଣ୍ଡକାଟ ହୁକୁମ୍‍ ହେବ, ତେଣୁ ବିଶୁ ମହାରଣା (ବିଶ୍ୱାଥ ମହାରଣା)ଙ୍କୁ କୁହାଗଲା ଧର୍ମପଦକୁ ତ୍ୟାଗ କରିବାକୁ । ଗୋଟିଏ ପାଠରେ ବିଶ୍ୱାଥ ପୁତ୍ରକୁ ମନ୍ଦିର ଉପରୁ ଠେଲି ଦେଲେ, ଅନ୍ୟ ଗୋଟିଏ ପାଠରେ ଧର୍ମପଦ ମନ୍ଦିର ଉପରୁ ଜଳରେ ଝାସ ଦେଲା । କାବ୍ୟ ପାଇଁ ଭଲ କିନ୍ତୁ ଇତିହାସ ପାଇଁ ଅତିରଞ୍ଜିତ । ଧର୍ମପଦର ଯବନିକା ନାଟକୀୟ କରି ତୋଳିବା ପାଇଁ ମହାରାଜ ନରସିଂହ ଦେବଙ୍କୁ କରାଯାଇଛି ଅମାନବିକ ।

ପ୍ରଥମ କଥା ଧର୍ମପଦକୁ ମାତ୍ର ବାର ବର୍ଷ ହୋଇଥିଲା କିଏ କହୁଛି ? ବାର ବର୍ଷ ବୟସରେ କ'ଣ ପିଲାଏ ଯୁଦ୍ଧ ଯାତ୍ରା କରନ୍ତି ? ବାୟାଚକଡ଼ାରେ ଘଟଣାଗୁଡ଼ିକର ବିବରଣୀ ନିମ୍ନୋକ୍ତ ପ୍ରକାରରେ ଉପସ୍ଥାପିତ ହୋଇଛି ।

ଆଷାଢ଼ର ଦ୍ୱିତୀୟ ଦି ଯାଏ କଳସ ଠିକ୍‍ ରୂପେ ନ ବସି ପାରିବାରୁ ସୂତ୍ରଧର (ସଦାଶିବ ମହାପାତ୍ର ସାମନ୍ତରାୟ) ଚିଠି ଖଣ୍ଡିଏ ଜଉମୁଦ କରି ଧରାସିଂହଙ୍କ ନିକଟକୁ (ନରସିଂହ ଦେବ) ପଠାଇ ଦେଇ ପାଲିଙ୍କିରେ ବସି ଗ୍ରାମକୁ ଚାଲି ଗଲେ । ( କରବଳ- କ-୭ )(୫୮)

ବାଳଶ୍ରୀ (ମନ୍ତ୍ରୀ) ଗୋଟିଏ ପାଲିଙ୍କିରେ ସୂତ୍ରଧରଙ୍କ ଗ୍ରାମ ଦିହପାଟଣା ପଥୁରିଆପଡ଼ା ଗଲେ । ନାରାୟଣ ମହାପାତ୍ର, ଗଙ୍ଗା ମହାପାତ୍ର ଓ ଗଦାଧର ମହାପାତ୍ର (କାର୍ଯ୍ୟ ନିର୍ବାହୀ ସ୍ଥପତି) ହାତୀ ପିଠିରେ ତାଙ୍କ ସାଥିରେ ଗଲେ । ( କରବଳ-କ-୧୨ )(୫୯)

ସୂତ୍ରଧରଙ୍କ ପୁତ୍ର ଧର୍ମ ମହାପାତ୍ର ଯିଏ କକେଇ ନିଧି ମହାପାତ୍ରଙ୍କ ସହିତ ଦକ୍ଷିଣ ଖଣ୍ଡକୁ ଯାଇଥିଲେ, ସେଇ ସମୟରେ ଫେରି ଆସିଥିଲେ । ସେ ବାପାଙ୍କୁ ପଚାରିଲେ, "କସା ଖପୁରି ନା ବସା ଖପୁରି ? ମୁଁ ଠିକ୍‍ କରି ଦେବି ।' ଏତକ କହି ହାତୀରେ ଚଢ଼ି ଗଙ୍ଗା ମହାପାତ୍ରଙ୍କ ସହିତ କାର୍ଯ୍ୟ କ୍ଷେତ୍ରକୁ ଚାଲିଗଲେ । ସେଠାରେ ସେ କାର୍ଯ୍ୟ କ୍ଷେତ୍ରରେ ଥିବା ସୂତ୍ରଧରଙ୍କ ଗୃହରେ ରହିଲେ । ତାଙ୍କ ପାଇଁ ଦୁଇଜଣ ସେବକ ନିୟୋଜିତ ହେଲେ । (କ-୧୩)- (୬୦) ।

ଏହାର ପର ପୃଷ୍ଠାରେ ପୁଙ୍ଖାନୁପୁଙ୍ଖ ବର୍ଣ୍ଣା ଅଛି, କିପରି ଧର୍ମପଦ ଗୁଣାଗାର ( ଟ୍ଟକ୍ଷବଚ୍ଚ ) ଦେଖିଲେ । ଦେଉଳର ବିଭି୍ନ ମାପ ନେଲେ । ଗଙ୍ଗା ମହାପାତ୍ର ଓ ଅନ୍ୟାନ୍ୟ ପଥୁରିଆଙ୍କ ସହାୟତାରେ ଦୁଇ ଦି ଓ ରାତି ଲାଗି ଦେଉଳ ମୁଣ୍ଡରେ କିଛି ପରିବର୍ତ୍ତ କଲେ ।

ଇତ୍ୟବସରରେ ମହାଶ୍ରମ(ନରସିଂହ ଦେବ)ଙ୍କ ଆଗମନ ପାଇଁ ତାଙ୍କ ଅସ୍ଥାୟୀ ଆବାସ ସଜଡ଼ା ଗଲା । (କ୧-୩) । ଏହାର ଅର୍ଥ ଧର୍ମପଦର ଆଗମନ ଓ କାର୍ଯ୍ୟ ବିବରଣୀ ମହାରାଜା ମନ୍ତ୍ରୀଙ୍କ ନିକଟରୁ ପାଇ ସାରିଥିଲା ।

ଅର୍କକ୍ଷେତ୍ର କୋଣାର୍କ . ୩୩