Jump to content

ପୃଷ୍ଠା:Arkakshetra konark.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଦେଇ ଯୁଦ୍ଧ କରିବାକୁ ବାହାରି ଗଲେ । ହୁଏତ ଭାର ଦେଇଗଲେ ସତ୍ୟ ହୋଇପାରେ ତେବେ ସେଇଦି ଯେ ନିଅଁ ଖୋଳା ଅର୍ଥାତ୍‍ ମନ୍ଦିର ତିଆରି ଆରମ୍ଭ ହେଲା, କିଏ କହିବ ? ଏହା ସାଧାରଣ ବୁଦ୍ଧିରେ ଗ୍ରହଣଯୋଗ୍ୟ ନୁହେଁ । ପୂର୍ବେ ବର୍ଣ୍ଣିିତ ହୋଇଛି ନରସିଂହଦେବ ଯୁବରାଜ ଥିବା ସମୟରେ ଦକ୍ଷିଣକୁ ଯୁଦ୍ଧ କରିବାକୁ ଗଲେ ଏବଂ ଫେରି ଆସି ମାତୃ ଆଦେଶରେ କୋଣାର୍କ ଦେଉଳ ନିର୍ମାଣରେ ଲାଗିଗଲେ । ପରବର୍ଷ ଅର୍ଥାତ୍‍ ୧୨୩୮ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଲେ । ମାଦଳାପାଞ୍ଜିମତେ ନିର୍ମାଣ କାର୍ଯ୍ୟ ଶେଷହୋଇ ବିଗ୍ରହ ପ୍ରତିଷ୍ଠା ହେଲା ୧୨୫୮ ମାଘ ଶୁକ୍ଲପକ୍ଷ ସପ୍ତମୀରେ । କାର୍ଯ୍ୟ ଆରମ୍ଭ ହେଲା ଷ୍ଟେଲା କର୍ମରୀଶ୍‍ଙ୍କ ମତରେ ୧୨୩୮ ଖ୍ରୀଷ୍ଟାବ୍ଦ ଏବଂ କରୁଣାସାଗରଙ୍କ ମତରେ ୧୨୪୦ ଖ୍ରୀଷ୍ଟାବ୍ଦ ଯାହା ପୂର୍ବରୁ ଆଲୋଚିତ ହୋଇଛି । ତେଣୁ, ମନ୍ଦିର ନିର୍ମାଣ କାର୍ଯ୍ୟ ୧୬ ଅଥବା ୧୮ ବର୍ଷ - ଦୁହେଁଯାକ ମାଦଳାପାଞ୍ଜିର ବିଭିନ୍ନ ଭାଷ୍ୟର ଦ୍ୱାହି ଦେଉଛନ୍ତି । ଧର୍ମପଦକୁ ୧୨ ବର୍ଷ ହେବ କିପରି ? ଅବଶ୍ୟ ଜଣେ ୧୬ ବର୍ଷର ତରୁଣ ଅଥବା ୧୮ ବର୍ଷର ନବ୍ୟ ଯୁବକ ପାଇଁ କାର୍ଯ୍ୟଟି ଅତି ପ୍ରଶଂସନୀୟ, ଭୁଲିଗଲେ ଚଳିବ ନାହିଁ ।

ବର୍ତ୍ତମାନ ଦେଖାଯାଉ, ବାୟା ଚକଡାରୁ କେବଳ ଜଣେ ରାଜା ନୁହେଁ, ମଣିଷ ହିସାବରେ ନରସିଂହ ଦେବଙ୍କ କେଉଁ ଚିତ୍ରଟି ଫୁଟି ଉଠୁଛି ।

ସିଂହାସନ ଆରୋହଣ ପୂର୍ବରୁ ଏବଂ ପରେ ନରସିଂହ ଦେବ ଦକ୍ଷିଣ ଓ ଉତ୍ତରରେ ବହୁବର୍ଷ ଯୁଦ୍ଧ କ୍ଷେତ୍ରରେ କଟେଇ ଥିଲେ, ତାହାର ବିସ୍ତୃତ ବିବରଣୀ ବାୟା ଚକଡାରେ ନାହିଁ କିନ୍ତୁ ବିଭି୍ନ ଟିପ୍ପଣୀରୁ ଜଣାପଡୁଛି । ଯୁଦ୍ଧ ବାହାରେ ପ୍ରାୟ ଅଧିକାଂଶ ସମୟ ସେ ଆସୁଥିଲେ କୋଣାର୍କ ନିର୍ମାଣ ସ୍ଥଳକୁ, ଯେଉଁଠାରେ ତାଙ୍କ ପାଇଁ ସ୍ୱତନ୍ତ୍ର ନିବାସ ତିଆରି ହୋଇଥିଲା । କର୍ମଚାରୀମାନଙ୍କୁ ଦାନ ଖଇରାତରେ କାର୍ପଣ୍ୟ ନଥିଲା । ରାଜା ଏବଂ ଶିଳ୍ପୀମାନଙ୍କ ମଧ୍ୟରେ ଗୋଟିଏ ସହଜ ବିଶ୍ୱାସର ସମ୍ପର୍କ ଗଢ଼ି ଉଠିଥିଲା । କେତୋଟି ଘଟଣା ଉପସ୍ଥାପନ କରାଯାଇପାରେ ।

ଅତି ସୂକ୍ଷ୍ମ କାର୍ଯ୍ୟ କରୁଥିବା ଶିଳ୍ପୀମାନଙ୍କର କିଛି କିଛି ଛୋଟ ନିଶା ଥାଏ- ପାନ ଇତ୍ୟାଦି । ରାଜାଙ୍କ ଆଦେଶରେ ସେମାନଙ୍କ ପାଇଁ ନିୟମିତ ପାନ ଯୋଗେଇ ଦେବାକୁ ନିର୍ଦ୍ଦିଷ୍ଟ ଲୋକ ନିୟୋଜିତ ହୋଇଥିଲେ । (Leaf IX - 18 - New Light - P-64) ।

ମହାରାଜାଙ୍କ ଶ୍ୱଶୁରଘରୁ ଯେଉଁ ଶିଳ୍ପୀ ଆସିଥିଲେ, ସେମାନଙ୍କ କାମ ନାକଚ କରିଦେବାର ସାହସ ସୂତ୍ରଧର ପାଇଲେ କେଉଁଠାରୁ ? ମହାରାଜ ଏହାର ସମାଧାନ କିପରି କରିଲେ ତାହା ମଧ୍ୟ ପୂର୍ବରୁ ବର୍ଣ୍ଣିିତ ହୋଇଛି । ଶିଳ୍ପୀ ଓ ମହାରାଜଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ବୁଝାମଣା ନଥିଲେ ଏହା ସମ୍ଭବ ହୁଅନ୍ତା ନାହିଁ ।

ଘୋଡ଼ା ଗଢ଼ିବାରେ ବିଶେଷ ଦକ୍ଷ ଥିଲେ ନାରାୟଣ ମହାପାତ୍ର । ଥରେ ସମ୍ମୁଖର ସପ୍ତ ଅଶ୍ୱର ଅଧିଷ୍ଠାନ ନେଇ ମତ ବିରୋଧ ହେଲା ସୂତ୍ରଧରଙ୍କ ସହିତ । ନାରାୟଣଙ୍କ ଧାରଣା- ୩ ଓ ୪ ସମାନୁପାତିକ ନୁହେଁ, ତେଣୁ ଗୋଟିଏ ଅଶ୍ୱ ମଝିରେ ଥାଉ । ଉତ୍ତରଟି ଅବଶ୍ୟ ଜଣାଥିଲା ସୂତ୍ରଧରଙ୍କୁ ଏବଂ ମୁଖ୍ୟ ସ୍ଥପତି ଭାବେ ସେ ଆଦେଶ ଦେଇ ପାରିଥା'ନ୍ତେ ଏ ସହଜ ବିଷୟରେ । ସେ କିନ୍ତୁ ଖଣ୍ଡିଏ ପତ୍ର ଲେଖିଦେଲେ ମହାରାଜଙ୍କୁ ଏବଂ ଉତ୍ତର ମଧ୍ୟ ଆସିଗଲା ତତ୍‍କ୍ଷଣାତ୍‍ । ଘୋଡ଼ା, ଯିବା ଆସିବା ବାଟ ମଝିରେ ପଡ଼ିବ, ଏଇଟା କିପରି ହେବ ? ସୂତ୍ରଧର ତତ୍‍କ୍ଷଣାତ୍‍ ନାରାୟଣ ମହାପାତ୍ରଙ୍କୁ ୨ ପାନ କଉଡ଼ି ଜୋରିମାନା କରି ସେ ସାମାନ୍ୟ ଅର୍ଥ ଗନ୍ତାଘରେ ଜମା କରି ଦେଲେ ( Leaf XXXVII-16, Leaf XXXVIII-4) ଅଥଚ ଯେଉଁ ପାଇକ ଚିଠି ନେଇ ଯାଇଥିଲା ତାହାର ଖର୍ଚ୍ଚ ଥିଲା ୭ ଗଉଣି । (New Light - P-121-22 )

କ୍ୟାମ୍ପ୍‍ରେ କିନ୍ତୁ ନିୟମାନୁବର୍ତ୍ତିିତାର ଅଭାବ ନଥିଲା, ଯାହା ମହାରାଜା ମଧ୍ୟ ମାନୁଥିଲେ । ବଙ୍ଗଦେଶର ମୁସଲମାନମାନଙ୍କୁ ଆକ୍ରମଣ କରି ମହାରାଜ ଚାରିଟି ହାତୀ ପିଠିରେ ବୋଝେଇ କରି ପ୍ରଚୁର ଧନରତ୍ନ ଆଣି କୋଣାର୍କ ଗନ୍ତାଘର ନିକଟରେ ପହଞ୍ଚùଲେ ମଧ୍ୟରାତ୍ରିରେ । ଗନ୍ତାଘର ବନ୍ଦ ଥିଲା । ରାଜା ଖୋଲିବାକୁ ଆଦେଶ ଦେଲେ ନାହିଁ । ସକାଳେ ଗନ୍ତାଘର ଖୋଲା ହେବା ପରେ ବସ୍ତୁଗୁଡ଼ିକ ଗ୍ରହଣ କରି ହିସାବ ରଖାଗଲା । ( Leaf XXXV-9-New Light, P-116)

ଜ୍ଞାନୀଗୁଣୀମାନେ କୋଣାର୍କ ନିର୍ମାଣ ସମୟରେ ମଧ୍ୟ ଜଗନ୍ନାଥ ଦର୍ଶକୁ ଆସି କୋଣାର୍କ ଆସୁଥିଲେ । ମହାରାଜଙ୍କ ଆଦେଶରେ ସେମାନଙ୍କ ଯଥାଯୋଗ୍ୟ ଚର୍ଚ୍ଚା ହେଉଥିଲା ଏବଂ ସେମାନେ ଫେରିଯିବା ପୂର୍ବରୁ ମହାରାଜ ନିଜେ ସେମାନଙ୍କ ମତାମତ ଓ ଉପଦେଶ ଶୁଣୁଥିଲେ । ଏଇ ରୀତିରେ ନରସିଂହ ଦେବ ନାନା ଦେଶ ଓ ନାନା ବିଷୟରେ ପ୍ରଚୁର ଜ୍ଞାନ ଆହରଣ କରିଥିଲେ ।

କେତେକ ଐତିହାସିକ ଅଭିଯୋଗ କରି ଥାଆନ୍ତି- ନରସିଂହ ଦେବ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଚ୍ଛନ୍ନ ହୋଇ କାର୍ଯ୍ୟରେ ଗଲ୍‍ତି ରଖିଦେଲେ । ଉଦାହରଣ ସ୍ୱରୂପ ଗୋଟିଏ ମୁଦ, ସମୟ ହେବା ପୂର୍ବରୁ ବନ୍ଦ କରିବାର ଆଦେଶ ଦେବା କଥା ସେମାନେ କହି ଥାଆନ୍ତି । ସିଲିଂ ବନ୍ଦ ହେବାର ଥିଲା ବୈଶାଖରେ । କିନ୍ତୁ ମହାରାଜା ଏହାକୁ ଆଗେଇ ଦେଲେ ଚୈତ୍ରକୁ ( Leaf XXI-11 ) । ଯେଉଁମାନେ ଭାବି ଥାଆନ୍ତି ଏହାଦ୍ୱାରା ଛାତ ଦୁର୍ବଳ ହୋଇଗଲା, ସେମାନେ ଏ ଯୁଗର R.C.C. ଛାତର Curing ସମୟ କଥା ଭାବି କହି ଥାଆନ୍ତି । ଏଠାରେ

ଆଦୌ ସିମେଣ୍ଟର ବ୍ୟବହାର ନାହିଁ, ଲୁହା କଡ଼ି ପଡି ତାହା ଉପରେ ପୂର୍ବରୁ ଖୋଦିତ ଚନ୍ଦ୍ରାତପ ଶୀଳା ସଜେଇ ଦିଆଯାଏ । କାର୍ଯ୍ୟ ହୁଏ ଏପରି

ଅର୍କକ୍ଷେତ୍ର କୋଣାର୍କ . ୩୫