ପୃଷ୍ଠା:Arkakshetra konark.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଯୋଡ଼ିଏ ବିଷୟରେ କିନ୍ତୁ ବାୟା ଚକଡ଼ା ସ୍ପଷ୍ଟତଃ ବିବାଦୀୟ । ତଥାକଥିତ ମାୟାଦେବୀ ମନ୍ଦିର ବଡ଼ କୋଣାର୍କ ଦେଉଳ ଗଢ଼ା ହେବାର ବହୁ ପୂର୍ବରୁ ଏବଂ ନାଟମଣ୍ଡପ, ପରେ ଗଢ଼ା ହେବାର ବହୁ ପ୍ରମାଣ ମିଳୁଛି । ବାୟାଚକଡ଼ାରେ ଥିବା ବିଭି୍ନ ଉଲ୍ଲେଖରୁ କିନ୍ତୁ ମନେ ହେଉଛି ଏ ଦୁଇଟି ମଧ୍ୟ ବଡ଼ ମନ୍ଦିର ସହିତ ଗଢ଼ା ହୋଇଥିଲା ।

ସୂର୍ଯ୍ୟ ଆରାଧନା ଓ କୋଣାର୍କ :

ଜଙ୍ଗଲର ଜୀବ ସବୁଠାରୁ ଅଧିକ ଭୟ କରେ ଅଗ୍ନିକୁ । ବିବର୍ତ୍ତ ଫଳରେ ମଣିଷ ଯେତେବେଳେ ଚତୁଷ୍ପଦରୁ ଦ୍ୱିପଦକୁ ଉତ୍ତୀର୍ଣ୍ଣ ହେଉଛି ସେତେବେଳେ ଅଗ୍ନିର ଭୟଟି ମଧ୍ୟ ସଙ୍ଗରେ ଆଣୁଛି । କ୍ରମେ ଅଗ୍ନି ପ୍ରତି ସମ୍ମାନ, ସୂର୍ଯ୍ୟ ଆରାଧନାରେ ରୂପାନ୍ତରିତ ହେଲା, ମଣିଷ ବୁଝି ପାରିଲା ସୌର ଶକ୍ତି ବିା ଜୀବନ ହିଁ ସମ୍ଭବ ନୁହେଁ । ଋଗ୍‍ବେଦ ବେଳରୁ ଉଚ୍ଚାରିତ ହେଉଛି;

"ଆଦି ଦେବ ନମସ୍ତୁତ୍ୟମ୍‍ ।
ଦିବାକର ନମସ୍ତୁତ୍ୟମ୍‍ ।
ପ୍ରଭାକର ନମସ୍ତୁତ୍ୟମ୍‍ ।

କ୍ରମେ ମନ୍ଦିର ଗଢ଼ି ସୂର୍ଯ୍ୟ ପୂଜାର ରୀତି ବହୁ ଦେଶରେ ପ୍ରଚଳିତ ହେଲା । କିଛି ପୁରାତନ ଓ ମଧ୍ୟଯୁଗୀୟ ସୂର୍ଯ୍ୟପୀଠର ନାମ ନିମ୍ନରେ ପ୍ରଦତ୍ତ ହେଲା ।

*୦୧ । ଦକ୍ଷିଣ ଆମେରିକାରେ କଲୋନୀ ସ୍ଥାପନ ପୂର୍ବେ ମାୟା ସଭ୍ୟତା
*୦୨ । ମେସୋଆମେରିକାନ୍‍ ସୂର୍ଯ୍ୟ ମନ୍ଦିର
*୦୩ । ନୁଇସେରିର ସୂର୍ଯ୍ୟ ମନ୍ଦିର
*୦୪ । ଆବୁଘୁରେବ୍‍ର ସୂର୍ଯ୍ୟ ମନ୍ଦିର
*୦୫ । ମେଷୋ ଭେର୍ଦା ସୂର୍ଯ୍ୟ ମନ୍ଦିର
*୦୬ । ମିଶରର ପ୍ରସିଦ୍ଧ ଆବୁ ସିମ୍ବଲ
*୦୭ । ମିଶରର କର୍ଣ୍ଣକ୍‍ ସୂର୍ଯ୍ୟ ମନ୍ଦିର
*୦୮ । ମୁଲତାନର (ବର୍ତ୍ତମାନ ପାକିସ୍ଥାନ) ସୂର୍ଯ୍ୟ ମନ୍ଦିର
*୦୯ । ଦକ୍ଷିଣାର୍କ, ଗୟା- ମଗଧବଂଶୀୟ
*୧୦ । ସୂର୍ଯ୍ୟନ୍ୟାର କୋଇଲ୍‍ - ୮୦୦ ବର୍ଷ ପୁରାତନ - କୁମ୍ଭକୋଣମ୍‍, ତାମିଲାଡୁ
*୧୧ । ସୂର୍ଯ୍ୟନାରାୟଣ ମନ୍ଦିର - ସପ୍ତମ ଶତାବ୍ଦୀ, ଶ୍ରୀକାକୁଲମ୍‍ ନିକଟସ୍ଥ ଆୟସାଭଲ୍ଲି
*୧୨ । ସୂର୍ଯ୍ୟ ପହର, ଗୋଆଲପାଡ଼ା, ଆସାମ
*୧୩ । ବ୍ରାହ୍ମଣ୍ୟଦେବ (ବରମାଜୁ) - ଉନାଓ, ଝାନ୍‍ସି, ମଧ୍ୟପ୍ରଦେଶ
*୧୪ । ସୂର୍ଯ୍ୟ ମନ୍ଦିର, ମୋଧେରା, ଗୁଜୁରାଟ ୧୦୨୬ ଖ୍ରୀଷ୍ଟାବ୍ଦ
*୧୫ । ଖଜୁରାହୋ ମନ୍ଦିର ଗୋଷ୍ଠୀ ମଧ୍ୟସ୍ଥ ସୂର୍ଯ୍ୟ ମନ୍ଦିର । ମଧ୍ୟପ୍ରଦେଶ ।
*୧୬ । ମାର୍ତ୍ତଣ୍ଡ, କାଶ୍ମୀର, ୭୨୪-୭୨୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ଲଳିତାଦିତ୍ୟଙ୍କ ଦ୍ୱାରା ସ୍ଥାପିତ ।

(ତାରା (*) ଚିହ୍ନିତ ମନ୍ଦିରଗୁଡ଼ିକର ବିବରଣୀ ଇଣ୍ଟରନେଟ୍‍ରୁ ସଂଗୃହୀତ । )

ପ୍ରସିଦ୍ଧ କୋଣାର୍କ ମନ୍ଦିର ନିର୍ମାଣ ପୂର୍ବରୁ ମଧ୍ୟ ଓଡ଼ିଶାର ବିଭି୍ନ ଅଞ୍ଚଳରେ ସୂର୍ଯ୍ୟ ପୂଜାର ପ୍ରଚଳନ ଥିଲା । ଯଥା: (୧) ଖଣ୍ଡିବେଧ - ସୋରୋ, ବାଲେଶ୍ୱର, (୨) ସାଲେଭାଟା, ବଲାଙ୍ଗିର, (୩) ସତ୍ୟ ମାର୍ତ୍ତଣ୍ଡ ଦେବ, ସୋନପୁର । ସୋମେଶ୍ୱର ଦେବ ବର୍ମ - III ଦକ୍ଷିଣ କୋଶଳ

- ମହଦ ତମ୍ବାପଟ୍ଟା ।(୬୯) ଗଙ୍ଗ ବଂଶ ଓଡ଼ିଶାରେ ରାଜଧାନୀ ସ୍ଥାପନ କରିବା ପୂର୍ବରୁ ମଧ୍ୟ ସୂର୍ଯ୍ୟ ପୂଜକ ଥିଲେ । ଶ୍ରୀକାକୁଲମ୍‍ ନିକଟସ୍ଥ ସୂର୍ଯ୍ୟନାରାୟଣ

ଅର୍କକ୍ଷେତ୍ର କୋଣାର୍କ . ୩୭